ଉଇକିପିଡ଼ିଆ:ଜନ୍ମତିଥି/୧୫
ଦେଖଣା
୨୦୧୭ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆକୁ ୧୫ ବର୍ଷ ପୂରୁଛି । ଭାରତୀୟ ଭାଷାରେ ଥିବା ବିଭିନ୍ନ ଉଇକିପିଡ଼ିଆ ପ୍ରସଙ୍ଗ ଭିତରେ ଓଡ଼ିଆ ସବୁଠାରୁ ପୁରାତନ । ଏହି ୧୫ ତମ ଜନ୍ମତିଥି ଦିନ ଆମେ ସଭିଏଁ ଉଇକିଆଳି ମୁହାଁମୁହିଁ ଏକାଠି ହୋଇନପାରିଲେ ମଧ୍ୟ ମିଳିମିଶି ଏକ ପ୍ରକଳ୍ପ ହାତକୁ ନେଇପାରିବା । ଆମେ ଆଗରୁ କରିଥିବା ଏକ ଆଲୋଚନାରେ ଅଧିକାଂଶ ଉଇକିଆଳି ଏକ ଅନଲାଇନ ଗଣସମ୍ପାଦନା ସପକ୍ଷରେ ମତ ଦେଇଥିଲେ । ଆସନ୍ତୁ ସେହି ମତ ଆଧାରରେ କେତେ ନିର୍ଦ୍ଦିଷ୍ଟ ବିଷୟରେ ଆଗରୁ ଥିବା ଉଇକିପିଡ଼ିଆ ପ୍ରସଙ୍ଗ ସମ୍ପାଦନା କରି ସେଗୁଡ଼ିକର ମାନ ଉନ୍ନତ କରିବା । ଏହି ଗଣସମ୍ପାଦନା ୩ତାରିଖରୁ ଆରମ୍ଭ କରି ୫ ତାରିଖ ଯାଏ ୩ ଦିନ ଧରି କରିପାରିବା ।
ବିଷୟ
[ସମ୍ପାଦନା]- ନିକଟରେ ପାଇକ ବିଦ୍ରୋହକୁ ଦୁଇଶହ ବର୍ଷ ପୂରିଛି । ପାଇକ ବିଦ୍ରୋହ ଓ ଏଥି ସମ୍ବନ୍ଧିତ ପ୍ରସଙ୍ଗସବୁର ସମ୍ପାଦନା ଓ ସେଗୁଡ଼ିକରେ ତଥ୍ୟ ଏବଂ ଆଧାର ଯୋଡ଼ା
- ଆଗକୁ ରଥଯାତ୍ରା ଆସୁଛି । ଜଗନ୍ନାଥଙ୍କ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ
- ଆଧାର ନଥିବା ପ୍ରସଙ୍ଗମାନଙ୍କ ତାଲିକାରୁ ପ୍ରସଙ୍ଗଟିଏ ବାଛି ସେଥିରେ ୩ରୁ ଅଧିକ ଆଧାର ଦେବା ପାଇଁ ଚେଷ୍ଟାକରନ୍ତୁ । ଏହି ଲିଙ୍କରୁ ହୁଏତ କିଛି ଆଧାର ପାଇପାରନ୍ତି ।
- ଛବି ନଥିବା ପ୍ରସଙ୍ଗସମୂହରେ କମନ୍ସରୁ କିମ୍ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଛବି ଖୋଜି ଛବି ଯୋଡ଼ିପାରିବେ
- ଓଡ଼ିଶା ସମ୍ବନ୍ଧରେ ଇଂରାଜୀ ଉଇକିପିଡ଼ିଆରେ ଥିବା ଓ ଓଡ଼ିଆ ଉଇକିପିଡ଼ିଆରେ ନଥିବା ପ୍ରସଙ୍ଗସମୂହ ସଂଖ୍ୟା ୧୭୦୦ରୁ ଅଧିକ । ଆପଣ ସେଥିରୁ କିଛି ପ୍ରସଙ୍ଗ ବାଛି ସୁଧାରିପାରିବେ ।
ସମ୍ପାଦନା ପରେ କଣ କରିବେ?
[ସମ୍ପାଦନା]ଯଦି ଆପଣ ଉପରେ ଥିବା ବିଷୟ ଭିତରୁ କୌଣସିଥିରେ ବା ଅନ୍ୟ କୌଣସି ପ୍ରସଙ୍ଗରେ ସମ୍ପାଦନା କରିଛନ୍ତି ତାହେଲେ ତଳେ ନିଜ ନାମ ଲେଖିବାକୁ ଅନୁରୋଧ । (ଆପଣ ଉଇକିପିଡ଼ିଆରେ ନୂଆ କି? କିଛି ସମ୍ପାଦନା କରିବା ଆଗରୁ କିଛି ସାଧାରଣ ସୂଚନା ସଂକ୍ଷେପରେ ପଢ଼ିନିଅନ୍ତୁ)
କ୍ରମିକ ସଂଖା | ପ୍ରସଙ୍ଗ ନାମ | ଆପଣଙ୍କ ବ୍ୟବହାରକାରୀ ନାମ | କଣ ବଦଳାଇଲେ (ସଂକ୍ଷେପରେ) |
---|---|---|---|
୦ | ଉଦାହରଣ | ବ୍ୟବହାରକାରୀ:ନାମ | ୩ଟି ଆଧାର ଯୋଡ଼ିଲି, ଗୋଟେ ଫଟୋ ଯୋଡ଼ିଲି |
୧ | ଜାନୁଆରୀ ଠାରୁ ଡିସେମ୍ବର, କର୍ମ ଯୋଗ ଏବଂ ବଡ଼ ଓଡ଼ିଆ ମଠ | ବ୍ୟବହାରକାରୀ:Hpsatapathy | ୧ଟି ଲେଖାଏଁ ଆଧାର ଯୋଡିଲି |
୨ | ନନ୍ଦନକାନନ ଜୀବ ଉଦ୍ୟାନ | ବ୍ୟବହାରକାରୀ:Hpsatapathy | ୩ଟି ଆଧାର ଯୋଡିଲି |
୩ | ଯଶବନ୍ତ ନାରାୟଣ ସିଂ ଲାଗୁରି | --Aliva Sahoo (ମୋ ଆଲୋଚନା) ୦୦:୪୧, ୪ ଜୁନ ୨୦୧୭ (IST) | ଇଂରାଜୀ ଆର୍ଟିକିଲ ରୁ ଏକ ନୂତନ ଅନୁବାଦ ତିଆରି କରାଗଲା |
ଉଇକିମିଡ଼ିଆ କମନ୍ସରେ Odia_Wikipedia 15
ବାବଦରେ ମାଧ୍ୟମ ରହିଛି ।