Jump to content

ବାଣ

ଉଇକିଅଭିଧାନ‌ରୁ

ବାଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବଣ୍ ଧାତୁ=ଶବ୍ଦ କରିବା+ କର୍ତ୍ତୃ. ଅ)

[ସମ୍ପାଦନା]
୧. ଧନୁ—ଦ୍ୱାରା ଦୂରକୁ ଫିଙ୍ଗାଯିବା ତୀକ୍ଷ୍ଣ ଲୌହାଗ୍ର ଲମ୍ୱ ଅସ୍ତ୍ର; ଶର; ତୀର —୧. Arrow; a dart.


ଅନୁବାଦ

[ସମ୍ପାଦନା]

[ଦ୍ରଷ୍ଟବ୍ୟ —ବାଣର ଅନ୍ୟସଂସ୍କୃତ - ନାମ—ପୃଷଳ, ବିଶିଖ ,ଖଗ, ଆଶୁଗ, କଳମ୍ୱ, ମାର୍ଗଣ, ପତ୍ର, ରୋପ, ବୀରତର, କାଣ୍ଡ, ବିପର୍ଷକ, ଶର, ବାଜୀ, ପତ୍ରବାହ, ଅସ୍ତ୍ରକଣ୍ଟକ

ପ୍ରାଚୀନ କାଳରେ ପୃଥିବୀର ସମସ୍ତ ଦେଶରେ ଓ ଆଜିକାଲି ଅସଭ୍ୟ ଜାତିମାନଙ୍କ ମଧ୍ୟରେ ଧନୁ ଓ ବାଣର ବ୍ୟବହାର ଥିଲା ଓ ଅଛି ଏଥିରେ ଯୁଦ୍ଧ ଓ ମୃଗୟା କରାଯାଉଥିଲା ବୃତ୍ତଖଣ୍ଡାକାର ବାଉଁଶର ଦୁଇ ମୁଣ୍ଡ ଡ଼ୋରିଦ୍ୱାରା ବନ୍ଧା ହୋଇ ଧନୁ କରା ଯାଉଥୁଲା ଓ ସରୁ ବାଉଁଶ ବା କାଣ୍ଡଶର କାଠିର ଅଗ ଲୁହା ଫଳକଯୁକ୍ତ ହୋଇ କାଣ୍ଡ ତିଆରି ହେଉଥିଲା ବାଣର ମୂଳ ପାଖେ ପକ୍ଷି ଲଗା ଯାଉଥିଲା ପୂର୍ବେ ଧନୁର୍ବେଦ ଯୁଦ୍ଧବିଦ୍ୟାର ପ୍ରଧାନ ଅଙ୍ଗ ଥିଲା]

୨. ୫ ଅଙ୍କ ବା ସଂଖ୍ୟା —୨. The figure ୫.

[ଦ୍ରଷ୍ଟବ୍ୟ —କାମଦେବଙ୍କ ବାଣସଂଖ୍ୟା ୫ ଥିବାରୁ ବୋଧ ହୁଏ ବାଣର ଏହି ଅର୍ଥ ହୋଇଛି]

୩. ଅଗ୍ନି —୩. Fire.
୪. ଶବ୍ଦ —୪. Sound.
୫. ଗୋସ୍ତାନ; ଗାଈର ପହ୍ନା —୫. The udder of the cow.
୬. ଅସୁରବିଶେଷ; ବଳିରାଜାଙ୍କକ ଜ୍ୟେଷ୍ଠପୁତ୍ର; ବାଣାସୁର ଅନିରୁଦ୍ଧଙ୍କ ସ୍ତ୍ରୀ ଉଷାର ପିତା —୬. Name of a demon.

[ଦ୍ରଷ୍ଟବ୍ୟ —ଏହାଙ୍କ ରାଜଧାନୀ ପାତାଳର ଶୋଣିତପୁରରେ ଥିଲା ଏ ମହାଦେବଙ୍କୁ ତପସ୍ୟାରେ ସନ୍ତୁଷ୍ଟ ରି ବର ପାଇଥିଲେ ଓ ତଦନୁ— ସାରେ ଦେବତାମାନେ ଏହାଙ୍କ ଅନୁଚର ହୋଇଥିଲେ ହିନ୍ଦୀ - ଶ.]

୭. ନୀଳଝିଣ୍ଟି ଦାସକେରେଣ୍ଟା ଗୁଳ୍ମ (ହରେକୃଷ୍ଣ ଦ୍ରବ୍ୟଗୁଣ) ୭. The blue flowered variety of Barlaria.
୮. ବାଣଭଟ୍ଟ କାଦମ୍ୱରୀ ପ୍ରଣେତା ପ୍ରସିଦ୍ଧ କବି —୮. A poet author of Kādambarī.
୯. ଶରର ଅଗ୍ରଭାଗ (ହିନ୍ଦୀ - ଶ.) —୯. The sharp edge or point of an arrow.
୧. ଭଦ୍ରମୁଞ୍ଜ (ହିନ୍ଦୀ - ଶ.) (ଦେଖ) - —୧୦ Bhadramun̄ja (See).
୧୧. ନିଶାଣ; ଲକ୍ଷ (ହିନ୍ଦୀ - ଶ.) ୧୧. Aim; target.
୧୨. (ନାମ) ଇକ୍ଷ୍ୱାକୁ ବଂଶୀୟ ବିକୃତି ରାଜାଙ୍କ ପୁତ୍ର (ହିନ୍ଦୀ - ଶ.) —୧୨. Name of a son of Raja Bikṛuti.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅଗ୍ନି ଲଗାଇବା ନିମନ୍ତେ ପ୍ରସ୍ତୁତ ବାରୁଦକାମ; ଆତସବାଜୀ; ଅଗ୍ନିବାଣ —୧. Fire woors.

[ଦ୍ରଷ୍ଟବ୍ୟ —ପୁରୀ ଜିଲ୍ଲାର କେତେକ ରାହାଙ୍ଗ ଶାସନରେ ବହୁ— କାଳରୁ ଶୀତଳ ଷଷ୍ଠୀ, ଚମ୍ପକ ଦ୍ୱାଦଶୀ, ନୃସିଂହ ଚତୁର୍ଦ୍ଦଶୀଆଦିରେ ଗ୍ରାମର ଲୋକେ ପୁରୁଷାନୁକ୍ରମେ ନାନାପ୍ରକାରର ବାଣ ନିଜେ ତିଆରି କରି ମାରନ୍ତି କେତେକ ଲୋକଙ୍କ ଘରେ ବାରୁଦ ଓ ବାଣ ତିଆରି କରିବାରେ 'ଭାଗ' ସବୁ ପୋଥିରେ ଲେଖାଅଛି ବାରୁଦରେ ବାଣ ତିଆରି ହୁଏ ଓ ତହିଁରେ ନିଆଁ ଲଗାଇଲେ ନାନା ବର୍ଣ୍ଣର ଚିତ୍ରର ,ଶବ୍ଦର ଓ ଗତିର ଅଗ୍ନିକ୍ରୀଡ଼ା ଦେଖାଯାଏ; ଗୁଡ଼ିଏ ବାଣର ନାମ—ଚମ୍ପା, କୁମ୍ପୀ, ତୁମ୍ଭ, ହାବିଳି ଚକ୍ର, ଆକାଶମଲ୍ଲୀ, ଆସମାନଗୋଲା, ଚେଙ୍ଗ, କାଠଚମ୍ପା, ଚନ୍ଦ୍ରଉଦିଆ ବା ମହତାପ, ପାଣିକୁଆ, ବମ୍ୱାଜୀ, ତୋପବାଜୀ, କଦମ୍ୱଗଛ, ରସକଦମ୍ୱ]

୨. ତାନ୍ତ୍ରିକ ମାରଣ କ୍ରିୟାର ପ୍ରୟୋଗ; ଯନ୍ତ୍ର ପ୍ରୟୋଗ — ୨. A Tantric rite to kill a person.

[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତିକୁ ବାଣ ମରାଯାଏ ସେ ବାନ୍ତି କରେ ଓ ତାର ରକ୍ତଝାଡ଼ା ହୋଇ ପ୍ରାଣ ଯାଏ]

୩. (ସଂସ୍କୃତ - ବାନ; ବନ୍ୟା; ସଂସ୍କୃତ - ବନ=ସଲିଳ) ବନ୍ୟା; ନଈ ବଢ଼ି —୩. Flood.
୪. ଜୁଆର —୪. Flow tide.
୫. ଏକ ପ୍ରକାର ଫୁଲ; ଗୋଡ଼ି ବାଣ — ୫. A kind of flower.

[ଦ୍ରଷ୍ଟବ୍ୟ —ଏହା ହଳଦିଆ ଓ ନାଲି ଭେଦରେ ଦୁଇ ପ୍ରକାର, ଯଥା—ଗୋଡ଼ିବାଣ ଓ ଅଗ୍ନିବାଣ]

୬. (ସଂସ୍କୃତ - ବୟନ ବେତନ) ତନ୍ତୀମାନଙ୍କୁ ଲୁଗା ବୁଣିବାପାଇଁ ସୂତା ଦେଲେ ସେମାନେ ଯେଉଁ ଲୁଗା ବୁଣିବା ମଜୁରି ଚାହାନ୍ତି; କରମୂଲ —୭. Weaver's wages.
୭. ମୂଲ୍ୟ —୭. Price.

ବାଣ ଟାଣ, ମାଣ ସାନ—ଢଗ