ହାଲୁସିନେସନ
Hallucination | |
---|---|
ବିଭାଗ | Psychiatry |
ଲକ୍ଷଣ | Sensing things that do not exist[୧] |
କାରଣ | Drugs, medications, schizophrenia, dementia, vision loss, extreme tiredness[୧] |
ସଠିକ ରୋଗ ନିର୍ଣ୍ଣୟ | Dreaming, pseudohallucination, illusion, imagination[୨] |
ଚିକିତ୍ସା | Depends on the underlying cause[୧] |
ପୁନଃପୌନିକ | Relatively common[୩] |
Patient UK | Hallucination |
ହାଲୁସିନେସନ ବା ଚିତ୍ତ ବିଭ୍ରମ (ଇଂରାଜୀ ଭାଷାରେ hallucination) ଏକ ରୋଗ ଯେଉଁଥିରେ ଅବିଦ୍ୟମାନ ପଦାର୍ଥ ବିଦ୍ୟମାନ ଥିବା ଭଳି ଅନୁଭବ ହୁଏ ।[୧] ଅନୁଭବ କରୁଥିବା ଜିନିଷ ପ୍ରକୃତରେ ଥିବା ଭଳି ଲାଗେ ଯାହାକୁ ନିୟନ୍ତ୍ରଣ କରାଯାଇପାରେ ନାହିଁ | [୪] ଏହି ରୋଗରେ ଦୃଷ୍ଟି, ଶ୍ରବଣ, ସ୍ୱାଦ ଓ ଭାବନା ଇତ୍ୟାଦି ଜଡ଼ିତ ହୁଏ | [୧] ଏହି ରୋଗ ଫଳରେ ଲୋକ ଭୟଭୀତ ହୁଅନ୍ତି କିମ୍ବା ପାରାନଏଡ ରୋଗଗ୍ରସ୍ତ ହୋଇପାରନ୍ତି । [୧]
କେତେକ ଔଷଧ, ସିଜୋଫ୍ରେନିଆ, ଡିମେନ୍ସିଆ, ଦୃଷ୍ଟିହାନି ଏବଂ ଅତ୍ୟଧିକ ଥକ୍କା ହେବା କାରଣ ଯୋଗୁ ଏହି ରୋଗ ହୋଇପାରେ | [୧] ଏଥିରେ ସମ୍ପୃକ୍ତ ଔଷଧ ମଧ୍ୟରେ ମଦ୍ୟପାନ, ଆମ୍ଫେଟାମିନ, କୋକେନ, LSD କିମ୍ବା ପରମାନନ୍ଦ (ଏକ୍ସଟାସି) ଥାଇପାରେ । [୧] ଶୟନ ସମୟରେ ଓ ଜ୍ୱର ସମୟରେ ମଧ୍ୟ ହାଲୁସିନେସନ ହୋଇପାରେ | [୧] ଧାର୍ମିକ ଅଭିଜ୍ଞତାର ଅଂଶ ଭାବରେ କେତେକ ଲୋକଙ୍କର ହାଲୁସିନେସନ ମଧ୍ୟ ହୁଏ | [୫] ସମାନ ଧରଣର ଘଟଣା ମଧ୍ୟରେ ସ୍ୱପ୍ନ ଦେଖିବା ଅନ୍ତର୍ଭୁକ୍ତ, ଯାହା ଜାଗ୍ରତ ହେଲେ ରହେନାହିଁ; ସୁଡୋହାଲୁସିନେସନ ହୋଇଥିଲେ ସଠିକ୍ ଭାବରେ ଅବାସ୍ତବ ବିବେଚନା କରାଯାଇପାରେ; ଇଲ୍ୟୁଜନ ଯାହା ପ୍ରକୃତ ଧାରଣାକୁ ଭୁଲ ଭାବରେ ବ୍ୟାଖ୍ୟା କରେ; ଏବଂ କଳ୍ପନା, ଯାହା ସ୍ୱେଚ୍ଛାକୃତ ନିୟନ୍ତ୍ରଣରେ ଥାଏ | [୨] ଡିଲ୍ୟୁଜନ ଥିଲେ ବିବାଦୀୟ ପ୍ରମାଣ ସତ୍ତ୍ୱେ ପରିବର୍ତ୍ତନ ହୁଏ ନାହିଁ | [୫]
ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୧] ହାଲୁସିନେସନର ସାଧାରଣ ରୂପ ହେଉଛି 'ଅକୁହା କଥା ଶୁଣାଯିବା' ଯାହା ୫ରୁ ୨୮% ଲୋକଙ୍କୁ ପ୍ରଭାବିତ କରିଥାଏ | [୧] [୩] ନିଜର ପ୍ରିୟଜନକୁ ହରାଇବା ପରେ ଏହା ହୋଇପାରେ ଓ ଅସାଧାରଣ ନୁହେଁ | [୧] ଅତି କମରେ ପ୍ରାଚୀନ ଗ୍ରୀସ ସମୟରୁ ହାଲୁସିନେସନର ବର୍ଣ୍ଣନା କରାଯାଇଛି | [୬] ହାଲୁସିନେସନ ଶବ୍ଦ ୧୫୭୨ ମସିହାରେ ଲାଟିନରୁ ଇଂରାଜୀ ଭାଷା ଭିତରକୁ ଆସିଥିଲା । [୭]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Hallucinations and hearing voices". nhs.uk (in ଇଂରାଜୀ). 18 October 2017. Retrieved 17 January 2021.
- ↑ ୨.୦ ୨.୧ Leo P. W. Chiu (1989). "Differential diagnosis and management of hallucinations" (PDF). Journal of the Hong Kong Medical Association. t 41 (3): 292–7.
- ↑ ୩.୦ ୩.୧ Thakur, T; Gupta, V (January 2020). "Auditory Hallucinations". PMID 32491565.
{{cite journal}}
: Cite journal requires|journal=
(help) - ↑ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 87-88. doi:10.1176/appi.books.9780890425596.156852. ISBN 978-0-89042-555-8.
{{cite book}}
: Cite has empty unknown parameter:|1=
(help) - ↑ ୫.୦ ୫.୧ Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 87-88. doi:10.1176/appi.books.9780890425596.156852. ISBN 978-0-89042-555-8.
{{cite book}}
: Cite has empty unknown parameter:|1=
(help) - ↑ Jardri, Renaud; Cachia, Arnaud; Thomas, Pierre; Pins, Delphine (2012). The Neuroscience of Hallucinations (in ଇଂରାଜୀ). Springer Science & Business Media. p. 6. ISBN 978-1-4614-4121-2.
- ↑ Jardri, Renaud; Cachia, Arnaud; Thomas, Pierre; Pins, Delphine (2012). The Neuroscience of Hallucinations (in ଇଂରାଜୀ). Springer Science & Business Media. p. 6. ISBN 978-1-4614-4121-2.