ସିଡୋଫୋଭିର
Clinical data | |
---|---|
Trade names | Vistide |
AHFS/Drugs.com | monograph |
data | |
Pregnancy category | |
Routes of administration | IV |
Legal status | |
Legal status | |
Pharmacokinetic data | |
Bioavailability | Complete |
Protein binding | <6% |
Elimination half-life | 2.6 hours (active metabolites: 15-65 hours) |
Excretion | Kidney The above pharmacokinetics are with probenecid.[୧] |
Identifiers | |
| |
ECHA InfoCard | 100.166.433 |
Chemical and physical data | |
Formula | C8H14N3O6P |
Molar mass | ୨୭୯.୧୯ g·mol−1 |
3D model (JSmol) | |
Specific rotation | -97.3 |
Melting point | 260 °C (500 °F) |
| |
| |
(verify) |
ସିଡୋଫୋଭିର, ଭିଷ୍ଟାଇଡ୍ ବେପାର ନାମ, ହେଉଛି ଏକ ଭୂତାଣୁ ବିରୋଧୀ ବା ଆଣ୍ଟିଭାଇରାଲ୍ ଯାହା ଏଚ୍.ଆଇ.ଭି. ସହିତ ସାଇଟୋମେଗାଲୋଭାଇରସ ରେଟିନାଇଟିସ ଥିଲେ ଚିକିତ୍ସା କରାଯାଏ ।[୨] ଆସାଇକ୍ଲୋଭିର ଓ ମଙ୍କିପକ୍ସ ପ୍ରତିରୋଧକାରୀ ହର୍ପିସ ସିମ୍ପ୍ଲେକ୍ସ ହୂତାଣୁ ଏବଂ କେତେକ ବସନ୍ତ ରୋଗ ଟୀକାକରଣରେ କିଛି ଜଟିଳତା ଥିଲେ ଏହା ଦିଆଯାଏ । [୨] ଏହା ସାଧାରଣତଃ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ଜନିତ ସମସ୍ୟା, ବାନ୍ତି, ଜ୍ୱର, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ମୁଣ୍ଡବିନ୍ଧା, ରାସ, କେଶ ଝଡ଼ିବା, ତରଳ ଝାଡ଼ା ଏବଂ ବୁକୁଜ୍ୱାଳା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ପ୍ରଦାହ, ପୁରୁଷ ବନ୍ଧ୍ୟାକରଣ ଏବଂ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ ।[୩] ବୃକ୍କ ଜନିତ ସମସ୍ୟା ହେବାର ଆଶଙ୍କା କମାଇବା ପାଇଁ ଶିରାଭ୍ୟନ୍ତର ତରଳ ପଦାର୍ଥ ସହିତ ପ୍ରୋବେନେସିଡ ଦିଆଯାଏ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା ରହିଛି ।[୨] ଏହା ଭୂତାଣୁର ଡିଏନଏ ପଲିମେରେଜ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]
ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ୧୯୯୬ ମସିହାରେ ସିଡୋଫୋଭିର ଅନୁମୋଦିତ ହୋଇଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୩୭୫ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୧୫ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ Cundy, Kenneth C. "Clinical Pharmacokinetics of the Antiviral Nucleotide Analogues Cidofovir and Adefovir." Clinical Pharmacokinetics 36.2 (1999): 127-43.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Cidofovir Monograph for Professionals". Drugs.com (in ଇଂରାଜୀ). Archived from the original on 8 February 2018. Retrieved 5 January 2022.
- ↑ ୩.୦ ୩.୧ ୩.୨ ୩.୩ BNF 81: March-September 2021. BMJ Group and the Pharmaceutical Press. 2021. p. 676. ISBN 978-0857114105.
- ↑ Long, Sarah S.; Pickering, Larry K.; Prober, Charles G. (2012). Principles and Practice of Pediatric Infectious Disease (in ଇଂରାଜୀ). Elsevier Health Sciences. p. 1502. ISBN 978-1437727029. Archived from the original on 2019-12-29. Retrieved 2021-07-27.
- ↑ "Cidofovir Prices, Coupons & Savings Tips - GoodRx". GoodRx. Archived from the original on 19 September 2016. Retrieved 5 January 2022.