Jump to content

ଲିମ୍ଫାଡେନୋପାଥି

ଉଇକିପିଡ଼ିଆ‌ରୁ
Lymphadenopathy
Adenopathy, swollen lymph nodes, lymphadenitis
A CT scan of axillary lymphadenopathy in a 57-year-old man with multiple myeloma.
ବିଭାଗInfectious disease, oncology
ଲକ୍ଷଣEnlargement of lymph nodes[]
କାରଣInfections, autoimmune diseases, cancers, lymphoproliferative disorders, unkown[]
ଚିକିତ୍ସାBased on underlying cause[]
ପୁନଃପୌନିକRelatively common[]

ଲିମ୍ଫାଡେନୋପାଥି, ଅନ୍ୟ ନାମ ଆଡେନୋପାଥି, ରୋଗରେ ଲସିକା ଗ୍ରନ୍ଥି ଆକାର ବଢ଼ିଯାଏ ।[] ଏହା ଶରୀରର ଗୋଟିଏ ଅଂଶରେ ହୋଇପାରେ କିମ୍ବା ବିସ୍ତୃତ ଭାବରେ ହୋଇପାରେ | [] ଯଦି ଲସିକା ଗ୍ରନ୍ଥି କୋମଳ ଥିଲେ ସଂକ୍ରମଣ ସମ୍ଭାବନା ଅଧିକ ଥାଏ ଓ କର୍କଟ ରୋଗ ହେବାର କମ୍ ସମ୍ଭାବନା ଥାଏ | [] ୩ କିମ୍ବା ୪ ସପ୍ତାହରୁ ଅଧିକ ସମୟର ବୃଦ୍ଧି ଥିଲେ ଚିନ୍ତାଜନ‌କ ହୁଏ । [] []

ଏହାର କାରଣ ମଧ୍ୟରେ ସଂକ୍ରମଣ, ଅଟୋଇମ୍ମ୍ୟୁନ ରୋଗ, କର୍କଟ, ଔଷଧ ପ୍ରତିକ୍ରିୟା ଏବଂ ଲିମ୍ଫୋପ୍ରୋଲିଫରେଟିଭ ବେମାରୀ ହୋଇପାରେ । [] [] ସଂକ୍ରମଣର କାରଣ ଜୀବାଣୁ, କବକ, ଭୂତାଣୁ,ସ୍ପାଇରୋକେଟାଲ କିମ୍ବା ପ୍ରୋଟୋଜୋଆ ହୋଇପାରେ । [] ଅଟୋମ୍ୟୁମ୍ୟୁନ ରୋଗରେ ଆମିଲଏଡୋସିସ୍, ସିସ୍ଟେମିକ ଲୁପସ୍ ଏରିଦେମାଟୋସସ୍ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ। [] କର୍କଟ ରୋଗ ମଧ୍ୟରେ ଲିମ୍ଫୋମା, ଲିଉକେମିଆ ଏବଂ ମେଟାଷ୍ଟାସିସ ଅନ୍ତର୍ଭୁକ୍ତ ହୋଇପାରେ। [] ସେମାନଙ୍କର ମଧ୍ୟ ଅଜଣା ରହିପାରନ୍ତି | [] ସାଧାରଣତଃ ବୟସ୍କମାନଙ୍କ ଲସିକା ଗ୍ରନ୍ଥିଗୁଡ଼ିକ ୧ ସେମିରୁ ଛୋଟ | [] ଲସିକା ଗ୍ରନ୍ଥି ବାୟୋପ୍ସି କରି ରୋଗ ନିର୍ଣ୍ଣୟ ସମର୍ଥିତ କରାଯାଇପାରେ | []

ମୂଳ କାରଣ ଉପରେ ଏହାର ଚିକିତ୍ସା ନିର୍ଭର କରେ | [] ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଶେଷ ଚିନ୍ତାଜନ‌କ ନୁହେଁ ବିଶେଷତଃ ପିଲାମାନଙ୍କ କ୍ଷେତ୍ରରେ ଅଧିକାଂଶ ମାମଲା ଗମ୍ଭୀର ନୁହେଁ। [] ଏହି ରୋଗ ଅପେକ୍ଷାକୃତ ସାଧାରଣ ଅଟେ | [] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି | []  

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Maini, R; Nagalli, S (January 2020). "Lymphadenopathy". PMID 32644344. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Freeman, AM; Matto, P (January 2020). "Adenopathy". PMID 30020622. {{cite journal}}: Cite journal requires |journal= (help)