ରଣବୀର କପୁର
ରଣବୀର କପୁର | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ | ୨୮ ସେପ୍ଟେମ୍ବର ୧୯୮୨
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ପିତାମାତା | ଋଷି କପୁର ନୀତୁ ସିଂହ |
ରଣବୀର କପୁର (pronounced [rəˈɳbiːr kəˈpuːr]; ଜନ୍ମ: ୨୮ ସେପ୍ଟେମ୍ବର ୧୯୮୨) ଜଣେ ଭାରତୀୟ କଥାଚିତ୍ର ଅଭିନେତା ଏବଂ ଚଳଚ୍ଚିତ୍ର ପ୍ରଯୋଜକ ।[୧] ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥାନ୍ତି । ଆଜିର ହିନ୍ଦୀ କଥାଚିତ୍ର ଜଗତର ନାୟକମାନଙ୍କ ମଧ୍ୟରେ ଅଧିକ ପାରିଶ୍ରମିକ ନେଉଥିବା ଲୋକପ୍ରିୟ ଅଭିନେତାମାନଙ୍କ ଭିତରୁ ରଣବୀର ଅନ୍ୟତମ । ସେ ପାଞ୍ଚଥର ଫିଲ୍ମଫେୟାର ପୁରସ୍କାର ସହ ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଏବଂ ବିଜୟୀ ହୋଇଛନ୍ତି ।
ରଣବୀର କପୁର ହିନ୍ଦୀ କଥାଚିତ୍ର ଜଗତର ପ୍ରଭାବଶାଳୀ କପୁର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଋଷି କପୁର ଏବଂ ମାଆ ନୀତୁ ସିଂହ[୨], ଜେଜେ ରାଜ୍ କପୁର, ବଡ଼ବାପା ରଣଧୀର କପୁର ଆଦି ହିନ୍ଦୀ କଥାଚିତ୍ର ଜଗତର ସଫଳତମ ଅଭିନେତା ।[୩] ଏଥିସହ ତାଙ୍କ ପରିବାରର ଶମୀ କପୁର, କରୀନା କପୁର, କରିସ୍ମା କପୁର କଥାଚିତ୍ର ଜଗତରେ ପ୍ରସିଦ୍ଧ କଳାକାର ।[୪]
ରଣବୀର ଚଳଚ୍ଚିତ୍ର ଜଗତକୁ ନିଜର ପେଶା ଭାବରେ ଗ୍ରହଣ କରିବା ପାଇଁ ସ୍କୁଲ ଅଫ୍ ଭିଜୁଆଲ୍ ଆର୍ଟ୍ସ୍ ଏବଂ ଲି ଷ୍ଟାସ୍ବର୍ଗ ଥିଏଟର ଆଣ୍ଡ୍ ଫିଲ୍ମ ଇନିଷ୍ଟିଚିଉଟ୍ରୁ ଶିକ୍ଷା ଗ୍ରହଣ କରିଥିଲେ ।[୫][୬] ୨୦୦୫ ମସିହରେ ସେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଳୀଙ୍କର ସହ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ସହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୫] ଏହାପରେ ସେ ୨୦୦୭ ମସିହାରେ ସାବରିଆ କଥାଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୭] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଲୀଳା ବଂଶାଳୀ[୮], ମାତ୍ର ଏହି କଥାଚିତ୍ରଟି ସଫଳ ହୋଇପାରିନଥିଲା ।[୯][୧୦] ତଥାପି ଏହି କଥାଚିତ୍ରଟି ପାଇଁ ରଣବୀରଙ୍କୁ ଫିଲ୍ମଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ମିଳିଥିଲା ।[୧୧] ଏହାପରେ ୨୦୦୯ ମସିହାର ରଣବୀରଙ୍କର କଥାଚିତ୍ର ୱେକ୍ ଅପ୍ ସିଡ୍, ଅଜବ୍ ପ୍ରେମ୍ କି ଗଜବ୍ କାହାନୀ, ରକେଟ୍ ସିଂହ: ସେଲ୍ସ୍ମ୍ୟାନ୍ ଅଫ୍ ଦି ଇଅର ସଫଳ ହୋଇଥିଲା ।[୧୨]
୨୦୧୧ର କଥାଚିତ୍ର ରକ୍ଷ୍ଟାର୍ ଏବଂ ୨୦୧୨ର କଥାଚିତ୍ର ବର୍ଫି ରଣବୀରଙ୍କୁ ଲଗାତାର ଦୁଇଟି ଫିଲ୍ମଫେୟାର ପୁରସ୍କାର ଆଣିଦେଇଥିଲା ।[୧୧] ଏହି ଦୁଇଟି କଥାଚିତ୍ର ପାଇଁ ସେ ଫିଲ୍ମଫେୟାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହପରେ ୨୦୧୩ରେ ରଣବୀରଙ୍କର ଚଳଚ୍ଚିତ୍ର ୟେଃ ଯବାନୀ ହୈ ଦିୱାନୀ ବହୁତ ଆୟ କରିଥିଲା ଏବଂ ହିନ୍ଦୀ କଥାଚିତ୍ର ଜଗତରେ ରଣବୀରଙ୍କୁ ଜଣେ ସଫଳ ନାୟକ ଭାବରେ ସ୍ଥାନିତ କରିଥିଲା ।[୧୩] ଏହାପରେ ତାଙ୍କର କିଛି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ୨୦୧୬ ମସିହାରେ ଏ ଦି୍ଲ ହୈ ମୁକ୍ସିଲ୍ ଚଳଚ୍ଚିତ୍ର ଭଲ ଆୟ କରିଥିଲା ।[୧୪][୧୫]
ଅଭିନୟ ବ୍ୟତୀତ ରଣବୀର ବିଭିନ୍ନ ସାମାଜିକ ସେବା ସଂସ୍ଥା ସହ କାର୍ଯ୍ୟ କରୁଛନ୍ତି ।[୧୬] ତାଙ୍କର ନିଜର ଗୋଟିଏ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଛି । ଏହି ସଂସ୍ଥାଟି ହେଉଛି ସୁରୁ ପ୍ରଡ଼କ୍ସନ୍ସ୍ । ଏଥିସହ ସେ ଇଣ୍ଡିଆନ୍ ସୁପର୍ ଲିଗ୍ର ମୁମ୍ବାଇ ସିଟି ଫ୍ରାନ୍ଚାଇଜ୍ର ଫୁଟବଲ ଦଳର ଅନ୍ୟତମ ମାଲିକ ।[୧୭][୧୮]
ରଣବୀର କପୁର ସବୁବେଳେ ତାଙ୍କର ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଚର୍ଚ୍ଚାରେ ରହି ଆସିଛନ୍ତି । ସେ ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମେ ଏଥିପାଇଁ ଚର୍ଚ୍ଚାରେ ଆସିଥିଲେ ।[୧୯] ଏହାପରେ ୨୦୦୮ରେ ଦୀପିକା ପାଦୁକୋନଙ୍କ ସହ ତାଙ୍କର ସମ୍ପର୍କ ଗଢ଼ିଉଠିଥିଲା[୨୦], ମାତ୍ର ପରେ ସେମାନଙ୍କର ସମ୍ପର୍କ ତୁଟିଯାଇଥିଲା ।[୨୧] ୨୦୧୫ ମସିହାରେ ରଣବୀର କଟ୍ରିନା କୈଫଙ୍କ ସହ ଥିବା ପ୍ରେମ ସମ୍ପର୍କ କଥା ସର୍ବସାଧାରଣରେ ସ୍ୱୀକାର କରିଥିଲେ[୨୨], କିନ୍ତୁ ୨୦୧୬ରେ ସେମାନଙ୍କର ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା ।[୨୩]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ସାବରିଆ
- ବଚନା ଏ ହସିନୋ
- ଲକ୍ ବାଏ ଚାନ୍ସ
- ୱେକ୍ ଅପ୍ ସିଡ୍
- ଅଜବ୍ ପ୍ରେମ୍ କି ଗଜବ୍ କାହାନୀ
- ରକେଟ୍ ସିଂହ: ସେଲ୍ସ୍ମ୍ୟାନ୍ ଅଫ୍ ଦି ଇଅର୍
- ରାଜନୀତି
- ଅଞ୍ଜନା ଅଞ୍ଜନୀ
- ଚିଲର୍ ପାର୍ଟି
- ରକ୍ଷ୍ଟାର୍
- ବର୍ଫି
- ବମ୍ବେ ଟକିଜ୍
- ୟେ ଯବାନୀ ହୈ ଦିବାନୀ
- ବେଶରମ୍
- ଭୁତ୍ନାଥ୍ ରିଟର୍ଣ୍ଣସ୍
- ପିକେ
- ରୟ୍
- ବମ୍ବେ ଭେଲ୍ବେଟ୍
- ତମସା
- ଏ ଦିଲ୍ ହୈ ମୁସ୍କିଲ୍
- ଜଗା ଜାସୁସ୍
- ଲଭ୍ ପର୍ ସ୍କୋୟାର୍ଫୁଟ୍
- ସଞ୍ଜୁ
ଆଧାର
[ସମ୍ପାଦନା]- ↑ "Ranbir Kapoor-Happy B'day Ranbir". The Times of India. 8 April 2009. Archived from the original on 13 July 2011. Retrieved 13 March 2011.
- ↑ Masand, Rajeev (1 October 2007). "As a kid, I used to be petrified of dad". CNN-IBN. Archived from the original on 9 October 2013. Retrieved 28 March 2013.
- ↑ Jain, Madhu (2 February 2006). "Bollywood's First Family". Rediff.com. Archived from the original on 20 February 2011. Retrieved 14 February 2011.
- ↑ "Ranbir, Karisma: Kapoor dance-off". NDTV. Archived from the original on 15 February 2013. Retrieved 14 February 2013.
- ↑ ୫.୦ ୫.୧ Bamzai, Kaveree (11 June 2010). "Ranbir Kapoor: The Natural". India Today. Archived from the original on 1 September 2013. Retrieved 19 August 2013.
- ↑ Roy, Gitanjali (28 September 2012). "Who is Ranbir Kapoor?". NDTV. Archived from the original on 9 February 2013. Retrieved 12 July 2013.
- ↑ "'I'm a bit scared'". Rediff.com. 9 October 2007. Archived from the original on 5 October 2013. Retrieved 12 July 2013.
- ↑ Giridharadas, Anand (8 August 2007). "Hollywood Starts Making Bollywood Films in India". The New York Times. Archived from the original on 5 October 2013. Retrieved 12 July 2013.
- ↑ Pandohar, Jaspreet (11 November 2007). "BBC Movies review — Saawariya (beloved)". BBC. Archived from the original on 25 September 2015. Retrieved 12 July 2013.
- ↑ "Box Office 2007". Box Office India. Archived from the original on 14 October 2013. Retrieved 8 January 2008.
- ↑ ୧୧.୦ ୧୧.୧ "Ranbir Kapoor: Awards". Bollywood Hungama. Archived from the original on 4 October 2013. Retrieved 4 August 2013.
- ↑ "Ranbir Kapoor: Awards & nominations". Bollywood Hungama. Archived from the original on 9 April 2010. Retrieved 23 July 2010.
- ↑ Babar, Ayesha (31 May 2013). "Behind the scenes: A heartfelt interview with Ranbir Kapoor". The Express Tribune. Archived from the original on 9 August 2013. Retrieved 19 August 2013.
- ↑ "Ae Dil Hai Mushkil: Ranbir Kapoor plays a singer; all songs are sung by Arijit Singh!". Daily News and Analysis. 5 September 2016. Archived from the original on 7 September 2016. Retrieved 7 September 2016.
- ↑ "Top India Total Nett Grossers 2016". Box Office India. Archived from the original on 13 January 2017. Retrieved 13 January 2017.
- ↑ "Ranbir Kapoor wants world class football stadium in Mumbai". NDTV. 28 March 2013. Archived from the original on 28 September 2013. Retrieved 2 April 2013.
- ↑ Basu, Saumyajit (14 April 2014). "Stars embrace soccer through Indian Super League". The Times of India. Archived from the original on 9 June 2014. Retrieved 6 July 2014.
- ↑ "Ranbir Kapoor's Mumbai City Football Club to play all home games at D Y Patil Stadium". Daily News and Analysis. 30 August 2014. Archived from the original on 3 September 2014. Retrieved 31 August 2014.
- ↑ Jha, Subhash K. (18 October 2009). "Ranbir was Raj Kapoor's favourite". The Times of India. Archived from the original on 27 December 2013. Retrieved 12 July 2013.
- ↑ "I've been dating Deepika for a few weeks: Ranbir Kapoor". Sify.com. 17 March 2008. Archived from the original on 31 December 2010. Retrieved 2 April 2012.
- ↑ "My mother was not the reason for break-up with Deepika: Ranbir Kapoor". India Today. 31 March 2013. Archived from the original on 1 June 2013. Retrieved 31 March 2013.
- ↑ "Ranbir admits relationship with Katrina, to tie knot next year". The Times of India. 10 May 2015. Archived from the original on 13 May 2015. Retrieved 30 December 2015.
- ↑ "Katrina Kaif admits she's single!". The Times of India. Archived from the original on 9 February 2016. Retrieved 22 February 2016.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଣବୀର କପୁର