Jump to content

ମୂତ୍ରାଶୟୟୁରେଟେରାଲ ପଶ୍ଚାତ୍‌ଗତି

ଉଇକିପିଡ଼ିଆ‌ରୁ
Vesicoureteral reflux
Vesicoureteric reflux
Ultrasound image showing abnormal vesicoureteral junction and dilated distal ureter resulting in primary vesicoureteral reflux.
ବିଭାଗUrology
ଲକ୍ଷଣNone, urinary tract infections[]
କାରଣAbnormal urethral valve, bladder outlet obstruction, neurogenic bladder[]
ବିପଦ କାରକFamily history[]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound, voiding cystourethrogram[]
ଚିକିତ୍ସାClose follow-up, antibiotics, surgery[][]
ପୁନଃପୌନିକ1% of people[]

ମୂତ୍ରାଶୟୟୁରେଟେରାଲ ପଶ୍ଚାତ୍‌ଗତି ବା ଭେସିକୋରେଟେରାଲ୍ ରିଫ୍ଲକ୍ସ ( VUR ) ହେଉଛି ଏକ ଅବସ୍ଥା ଯେଉଁଥିରେ ମୂତ୍ରାଶୟରୁ ମୂତ୍ର ପଶ୍ଚାତ ଗତି କରି ଗୋଟିଏ ବା ଉଭୟ ୟୁରେଟର ପଥ ଦେଇ ବୃକ୍‌କୁ ଯାଏ । [] କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ମୂତ୍ରାଙ୍ଗ ସଂକ୍ରମଣ (UTI) ହୋଇପାରେ | [] ରୋଗ ଜଟିଳ ହେଲେ ବୃକ୍‌କ ସମସ୍ୟା ଦେଖାଯାଏ ଓ ବିଛଣାରେ ମୂତ୍ର ତ୍ୟାଗ ହୋଇଯାଏ । []

ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହିଥାଏ । [] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ୟୁରେଟର ଓ ମୂତ୍ରାଶୟ ମଧ୍ୟରେ ଥିବା ଭଲ୍‌ଭ ସଠିକ ଭାବରେ ବନ୍ଦ ହେଉନଥିଲେ ଏହି ଅବସ୍ଥା ଉପୁଜେ । [] ଅନ୍ୟାନ୍ୟ କାରଣ ମଧ୍ୟରେ ମୂତ୍ରାଶୟର ନିଷ୍କାସନ ଅବରୋଧ ବା ସ୍ନାଯୁଜନିତ ମୂତ୍ରାଶୟ ଯୋଗୁ ହୋଇପାରେ | [] ଅଲଟ୍ରାସାଉଣ୍ଡ କିମ୍ବା ଭଏଡିଂ ସିଷ୍ଟିୟୁରେଥ୍ରୋଗ୍ରାମ ସାହାଯ୍ୟରେ କରାଯାଇପାରେ | []

ଶିଶୁର ବୃଦ୍ଧି ହେବା ସଙ୍ଗେସଙ୍ଗେ ଏହି ରୋଗର ସମାଧାନ ହୋଇପାରିଲେ ମଧ୍ୟ ସୁଚାରୁ ଅନୁସରଣ ଏବଂ ୟୁଟିଆଇ ଗୁଡ଼ିକର ଶୀଘ୍ର ଚିକିତ୍ସା ସୁପାରିଶ କରାଯାଇପାରେ | [] [] ସଂକ୍ରମଣ ରୋକିବାକୁ ଦୀର୍ଘମିଆଦି ଆଣ୍ଟିବାୟୋଟିକର ବ୍ୟବହାର କରାଯାଇପାରେ। [] ଗମ୍ଭୀର ରୋଗରେ କିମ୍ବା କେତେକ କାରଣରୁ ଅସ୍ତ୍ରୋପଚାର କିମ୍ବା ସ୍ଥୁଳକାରୀ ଏଜେଣ୍ଟମାନ ବ୍ୟବ‌ହାର କରାଯାଇପାରେ ।[] []

ଏହି ରୋଗ ପ୍ରାୟ ୧% ଲୋକଙ୍କୁ ପ୍ରଭାବିତ କରେ ବୋଲି ଆକଳନ କରାଯାଇଛି | [] ଏହି ଗୋଷ୍ଠୀର ପ୍ରାୟ ଏକ ତୃତୀୟାଂଶକୁ ପିଲାମାନଙ୍କଠାରେ ରୋଗ ସ‌ହିତ ଜ୍ୱର ଥାଏ | [] ବଡ଼ ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଆନ୍ତି । [] ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ପ୍ରଭାବିତ ହୁଅନ୍ତି | [] ପ୍ରଥମ ଶତାବ୍ଦୀରୁ ଏହି ରୋଗର ବର୍ଣ୍ଣନା କରାଯାଇଛି | [] ସଫଳ ଅସ୍ତ୍ରୋପଚାର ପ୍ରଥମେ ୧୯୫୨ ମସିହାରେ କରାଯାଇଥିଲା ।[]  

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Vesicoureteral Reflux (VUR) | NIDDK". National Institute of Diabetes and Digestive and Kidney Diseases. Retrieved 24 January 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Miyakita, Hideshi; Hayashi, Yutaro; Mitsui, Takahiko; Okawada, Manabu; Kinoshita, Yoshiaki; Kimata, Takahisa; Koikawa, Yasuhiro; Sakai, Kiyohide; Satoh, Hiroyuki; Tokunaga, Masatoshi; Naitoh, Yasuyuki (2020-04-01). "Guidelines for the medical management of pediatric vesicoureteral reflux". International Journal of Urology. doi:10.1111/iju.14223. ISSN 1442-2042. PMID 32239562.
  3. Geavlete, Petrisor Aurelian (2016). Endoscopic Diagnosis and Treatment in Urinary Bladder Pathology: Handbook of Endourology (in ଇଂରାଜୀ). Academic Press. p. 307. ISBN 978-0-12-803862-8.
  4. The Kelalis-King-Belman Textbook of Clinical Pediatric Urology (in ଇଂରାଜୀ). CRC Press. 2006. p. 673. ISBN 978-1-4665-9754-9.