Jump to content

ପ୍ଲୁରା ପୂଜ

ଉଇକିପିଡ଼ିଆ‌ରୁ
Pleural empyema
Pyothorax, purulent pleuritis, lung empyema, thoracic empyema
CT chest showing large right sided hydro-pneumothorax from pleural empyema. Arrows A: air, B: fluid
ବିଭାଗThoracic surgery[]
ଲକ୍ଷଣFever, chest pain with breathing in, cough, shortness of breath[][]
କାରଣOften bacterial[]
ବିପଦ କାରକPneumonia, esophageal rupture, chest injury, chest surgery, diabetes[][]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, thoracentesis[]
ସଠିକ ରୋଗ ନିର୍ଣ୍ଣୟPneumonia, hemothorax, heart failure, pulmonary infarction[][]
ଚିକିତ୍ସାAntibiotics, drainage[]
ପୁନଃପୌନିକRelatively common[]

ପ୍ଲୁରା ପୂଜ ବା ପ୍ଲୁରାଲ୍ ଏମ୍ପାଇମା ରୋଗରେ ଫୁସଫୁସର ପ୍ଲୁରା ଭିତରେ ପୂଜ ଜମିଯାଏ | [] ଏହାର ଲକ୍ଷଣ ମଧ୍ୟରେ କାଶ, ଜ୍ୱର, ଅଣନିଶ୍ୱାସ, କଫ ଉତ୍ପାଦନ ଏବଂ ପ୍ଲୁରିସି ଜନିତ ଛାତି ଯନ୍ତ୍ରଣା ହୋଇପାରେ[] [] ରୋଗ ଜଟିଳତା ହେଲେ ଫାଇବ୍ରୋଥୋରାକ୍ସ କିମ୍ବା ଶ୍ୱାସକ୍ରିୟାରେ ଅସୁବିଧା ହୋଇପାରେ | [] ଏହା ଏକ ପ୍ରକାର ପ୍ଲୁରା କ୍ଷରଣ | []

ଏହା ସାଧାରଣତଃ ନିମୋନିଆ ଜଟିଳ ହେଲେ ଏହି ରୋଗ ହେବା ଦେଖାଯାଏ | [] ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ରାସନଳୀ ଫାଟିଯିବା, ଛାତିରେ ଆଘାତ ଏବଂ ଛାତି ଅପରେଶନ ଅନ୍ତର୍ଭୁକ୍ତ। [] [] ମଧୁମେହ ଏବଂ ମଦ୍ୟପାନ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇପାରେ । [] ଅନ୍ତର୍ନିହିତ କାର୍ଯ୍ୟବିଧିରେ ସାଧାରଣତଃ ଷ୍ଟ୍ରେପଟୋକୋକସ୍ କିମ୍ବା ଷ୍ଟାଫିଲୋକୋକସ୍ ଜୀବାଣୁ ସଂକ୍ରମଣ ଯୋଗୁ ଏହି ରୋଗ ହୋଇଥାଏ | [] ଡାକ୍ତରୀ ଇମେଜିଙ୍ଗ ଓ ଥୋରାସେଣ୍ଟେସି (thoracentesis) ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । []

ଚିକିତ୍ସାରେ ସାଧାରଣତଃ ଆଣ୍ଟିବାୟୋଟିକ୍ ଏବଂ ନିଷ୍କାସନ ବ୍ୟବସ୍ଥା କରାଯାଏ | [] ଆଣ୍ଟିବାୟୋଟିକ୍ସ ମଧରେ ସେଫ୍ଟ୍ରିଆକ୍ସୋନ୍ ଏବଂ ମେଟ୍ରୋନିଡାଜୋଲର ଦ୍ୱୟ ୨ରୁ ୬ ସପ୍ତାହ ପର୍ଯ୍ୟନ୍ତ ଦିଆଯାଇପାରେ | [] ଯଦି ମେଥିସିଲିନ ପ୍ରତିରୋଧୀ ସ୍ଟାଫିଲୋକୋସ ଜୀବାଣୁ (MRSA) ହୋଇଥାଏ ତେବେ ଏହା ଏକ ଚିନ୍ତାର ବିଷୟ ହୁଏ ଓ ଭାନକୋମାଇସିନ୍ ଔଷଧ ଯୋଗ କରାଯାଇପାରେ | [] ନିଷ୍କାସନ ପାଇଁ ଛାତିରେ ନଳୀ ସଂଯୋଗ କିମ୍ବା ଅପରେଶନ କରାଯାଇପାରେ। [] ଚିକିତ୍ସା ସତ୍ତ୍ୱେ 30% ଲୋକ ଅଧିକ ଅସ୍ତ୍ରୋପଚାର ଆବଶ୍ୟକ କରନ୍ତି କିମ୍ବା ଗୋଟିଏ ବର୍ଷ ମଧ୍ୟରେ ମରନ୍ତି | [] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ ୩୨,000 ଏହିଭଳି ରୋଗୀ ଆସନ୍ତି । [] ହିପୋକ୍ରାଟସ୍ ସମୟରୁ ଏହାକୁ ବର୍ଣ୍ଣନା କରାଯାଇଛି | []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Garvia, V; Paul, M (January 2020). "Empyema". PMID 29083780. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ Iguina, MM; Danckers, M (January 2020). "Thoracic Empyema". PMID 31334999. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Redden MD, Chin TY, van Driel ML (March 2017). "Surgical versus non-surgical management for pleural empyema". Cochrane Database Syst Rev. 3: CD010651. doi:10.1002/14651858.CD010651.pub2. ISSN 1469-493X. PMC 6464687. PMID 28304084.