ଚାର୍ଲ୍ସ ଡିକେନ୍ସ
ଚାର୍ଲ୍ସ ଡିକେନ୍ସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ୭ ଫେବୃଆରୀ ୧୮୧୨ Landport, Hampshire, England, United Kingdom |
ମୃତ୍ୟୁ | ୯ ଜୁନ ୧୮୭୦ Higham, Kent, England, United Kingdom | (ବୟସ ୫୮)
ସମାଧି ସ୍ଥଳ | Poets' Corner, Westminster Abbey |
ବୃତ୍ତି | Writer |
ଜାତୀୟତା | British |
ଦସ୍ତଖତ |
ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ( ୭ ଫେବୃଆରୀ ୧୮୧୨-୯ ଜୁନ ୧୮୭୦ ) ଜଣେ ଇଂରେଜୀ ଲେଖକ ଓ ସାମାଜିକ ସମାଲୋଚକ ଥିଲେ । ସେ ବିଶ୍ୱର କେତେକ ସର୍ବାଧିକ ଆଦୃତ କାଳ୍ପନିକ ଚରିତ୍ରର ସୃଷ୍ଟି କର୍ତା ଥିଲେ ଓ ଅନେକଙ୍କ ମତରେ ସେ ଭିକ୍ଟୋରିଆନ ଯୁଗର ସର୍ବଶ୍ରେଷ୍ଠ ଉପନ୍ୟାସକାର ଥିଲେ । ତାଙ୍କ ଉପନ୍ୟାସର ଚରିତ୍ର " ଅଲିଭର ଟୁଇସ୍ଟ "ଓ "ଡେଭିଡ କପରଫିଳ୍ଡ "ଭିକ୍ଟୋରିଆ ଯୁଗରୁ ଆରମ୍ଭ କରି ଆଜିଯାଏ ଏକ ଆଦରଣୀୟ ଔପନ୍ୟାସୀକ ଚରିତ୍ର ଭାବରେ ଆଦୃତ ହେଇ ଆସିଛି ।ଅଲିଭର ଜଣେ ଅପାଠୁଆ ଦରିଦ୍ର ବାଳକର ଚରିତ୍ର । ତାହାର ଚରିତ୍ର ଚିତ୍ରଣରେ ଡିକେନ୍ସ ଅତ୍ୟନ୍ତ ନିଖୁନତାର ସହ ଇଂଲଣ୍ଡର ସାଧାରଣ ଜନ ଜୀବନକୁ ଜୀବନ୍ତ ଭାବରେ ପ୍ରତିଫଳନ କରେଇ ଥିଲେ । ଡିକେନ୍ସ ନିଜ ଜୀବନ କାଳ ମଧ୍ୟରେ ସେ ବିରଳ ଜନପ୍ରିୟତା ହାସଲ କରିଥିଲେ ଓ ବିଂଶ ଶତାବ୍ଦୀ ବେଳକୁ ବିଦ୍ୱାନ ଓ ସମାଲୋଚକମାନେ ତାଙ୍କୁ ସାହିତ୍ୟିକ କିମ୍ବଦନ୍ତୀ ବ୍ୟକ୍ତି ଭାବରେ ଗ୍ରହଣ କରିଥିଲେ ।ଏବେ ମଧ୍ୟ ତାଙ୍କର ସାହିତ୍ୟିକ କୃତି ସବୁ ବିଶ୍ୱ ସାହିତ୍ୟରେ ଶ୍ରେଷ୍ଠ ଓ ବହୁଳ ବିକ୍ରୀତ ପୁସ୍ତକ ତାଲିକାରେ ରହିଛି । [୧][୨]
ଡିକେନ୍ସଙ୍କ ଜନ୍ମ ଇଂଲଣ୍ଡର ପୋର୍ଟ୍ସମାଉଥଠାରେ ହେଇଥିଲା । ତାଙ୍କର ଋଣଗ୍ରସ୍ତ ପିତାଙ୍କୁ ରୁଣ ସୁଝି ନ ପାରିବାରୁ ଜେଲ ଦଣ୍ଡ ମିଳିବାରୁ ବାଲ୍ୟ କାଳରୁ ସେ ସ୍କୁଲ ଛାଡି ଏକ କାରଖାନାରେ କାର୍ଯ୍ୟ କରିବାକୁ ହେଇଥିଲା । ସାଧାରଣ ବିଦ୍ୟାଳୟ ଶିକ୍ଷା କମ ପାଇଥିଲେ ମଧ୍ୟ ସେ ଏକ ସାପ୍ତାହିକି ଜର୍ନାଲ ୨୦ ବର୍ଷ ଧରି ସମ୍ପାଦନା କରିଥିଲେ ଓ ୧୫ଟି କାଳ୍ପନିକ ଉପନ୍ୟାସ ସହ ୫ଟି କ୍ଷୁଦ୍ର ଉପନ୍ୟାସ , ଶତାଧିକ କ୍ଷୁଦ୍ର ଗଳ୍ପ , ଅନେକ ଅଣ–କାଳ୍ପନିକ ଲେଖା ବଳି ରଚନା କରିବା ସହ ବ୍ୟାପକ ଭାବରେ ବକୃତା ଦେଇଥିଲେ । ସେ ନିରନ୍ତର ଭାବରେ ଜଣେ ପତ୍ର ଲେଖକ ଥିଲେ । ସାମାଜିକ କ୍ଷେତ୍ରରେ ଅବଦାନ ଭାବରେ ସେ ଶିଶୁ ମାନଙ୍କ ଶିକ୍ଷା , ସାମାଜିକ ଅଧିକାରର ଜଣେ ବଳିଷ୍ଟ ସମର୍ଥକ ଓ ଅଗ୍ରଦୂତ ଭାବରେ ରହିଥିଲେ ।
ଡିକେନ୍ସ 1836 ମସିହାରେ “ ଦି ପିକୱିକ ପେପର୍ସ “( The Pickwick Papers ) ନାମକ ଏକ ଧାରାବାହିକ ଲେଖା ପ୍ରକାଶ କରି ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ମାତ୍ର କିଛି ବର୍ଷ ମଧ୍ୟରେ ସେ ତାଙ୍କର ଲେଖାରେ ସାମାଜିକ ଚରିତ୍ର ଗୁଡିକର ନିଖୁଣ ଚିତ୍ରଣ , ଲେଖାରେ ନାଟକୀୟତା ତଥା ସମାଜର ସାଂପ୍ରତିକ ଘଟଣା ବଳିର ଜୀବନ୍ତ ଭଙ୍ଗିରେ ଉପସ୍ଥାପନା ପାଇଁ ଅନ୍ତର୍ଜାତିକ ସ୍ତରରେ ପରିଚିତ ହେଇ ଗଲେ । ସେହି ସମୟରେ ତାଙ୍କର ଉପନ୍ୟାସ ମାସିକ ବା ସାପ୍ତାହିକ ପତ୍ରିକାରେ ଧାରାବାହିକ ହିସାବରେ ପ୍ରକାଶିତ ହଉଥିଲା ।ସମୟ କ୍ରମେ ଭିକ୍ଟୋରିଆ ଯୁଗରେ ଏହା ସବୁଠାରେ ପ୍ରଚଳିତ ପ୍ରକାଶନ ଧାରାରେ ପରିଣତ ହେଇଥିଲା । ତାଙ୍କର ଅନନ୍ୟ "ଧାରାବାହିକ ପ୍ରକାଶନ" ମଧ୍ୟମଦ୍ୱାରା ସେ ପାଠକ ମାନଙ୍କ ପ୍ରତିକ୍ରିୟା ଜାଣି ସେହି ଅନୁସାରେ ତାଙ୍କର ଆଗାମୀ ପର୍ଯ୍ୟାୟ ଲେଖାର କାହାଣୀକୁ ପରିବର୍ତନ କରୁଥିଲେ । ସେ ତାଙ୍କର ସର୍ବାଧିକ ଆଦୃତ ଉପନ୍ୟାସ “ ଦେଭିଡ କପରଫିଳ୍ଡ ‘ ( David Coppersfield )ରେ "ମିସ ମିକାୱର"ଙ୍କ ଚରିତ୍ର ଦୁର୍ବଳତାକୁ ପ୍ରତିଫଳନ କରୁଥିବାର ମତ ଜାଣିବା ପରେ ତାହାକୁ ପରବର୍ତୀ ଅଧ୍ୟାୟରେ ସକାରାତ୍ମକ ଚରିତ୍ରରେ ପରିବର୍ତନ କରିଥିଲେ । ସେ ସେହି ସମୟରେ ଇଂଲଣ୍ଡ ରାସ୍ତାରେ ବୁଲୁଥିବା ବା କାରଖାନାରେ ଶ୍ରମିକ ଥିବା ଅଶିକ୍ଷିତ ବାଳକ ମାନଙ୍କୁ ବସେଇ ତାଙ୍କୁ ମାସିକ ଧାରାବାହିକ ସବୁ ପଢି ଶୁଣାଉଥିଲେ ଓ ତାହାଦ୍ୱାରା ସେମାନେ ଏକ ନୂତନ ଶ୍ରେଣୀର ପାଠକ ହେଇ ଅଣପରମ୍ପରିକ ଶିକ୍ଷା ମଧ୍ୟ ପାଉଥିଲେ । .[୩]
ତାଙ୍କ ସମୟରେ ଡିକେନ୍ସ ଜଣେ ପ୍ରବୃଦ୍ଧ ସାହିତ୍ୟିକ ଭାବରେ ଜଣା ଶୁଣା ହେଇ ସାରିଥିଲେ ଓ ୧୯୪୮ ମସିହାରେ ତାଙ୍କର ଉପନ୍ୟାସ “A Christmas Carol,” ବହୁ ପ୍ରଶଂଷିତ ହେବା ସହ ଅନେକ ନୂତନ ଲେଖକଙ୍କ ପାଇଁ ମାର୍ଗଦର୍ଶକ ହେଇଥିଲା । ତାଙ୍କର ଉପନ୍ୟାସ “Oliver Twist “ଓ “ Great Expectations” ଆଦୃତ ହେବା ସହ ଆଦର୍ଶ ମଧ୍ୟ ହେଇଥିଲା । ତାଙ୍କର ଲେଖା ସବୁକୁ ଭିକ୍କ୍ଟୋରିଆ ଯୁଗର ଉପୋନ୍ୟାସ ସାହିତ୍ୟର ଏକ ନିଦର୍ଶନ ଭାବରେ ନିଆଯାଇ ଆସୁଛି । ଲଣ୍ଡନ ଓ ପାରିସ ଦୁଇଟି ମୁଖ୍ୟ ଇଉରୋପୀୟ ମହାନଗରୀ ଉପରେ ପରଜ୍ଯବେଶିତ ଡିକେନ୍ସଙ୍କ ଉପନ୍ୟାସ “A Tale of Two Cities,”ରେ ସେ ଯୁଗର ଏକ ଶ୍ରେଷ୍ଠ ଏଇତିହାସିକ କାଳ୍ପନିକ ଉପନ୍ୟାସ ଭାବରେ ତାଙ୍କୁ ସ୍ୱୀକୃତି ଦେଇଥିଲା । ଡିକେନ୍ସଙ୍କ ଲେଖା ସମୂହକୁ ବିଶ୍ୱର ପ୍ରଖ୍ୟାତନାମା ଲେଖକ ଲିଓ ଟଲଷ୍ଟୟ, ଜର୍ଜ ଅରୱେଲ, ଓ ଜି. କେ. ଚେଷ୍ଟାରଟନ ଲେଖା ସମୂହରେ ରହିଥିବା ମାନବୀୟ ମୂଲ୍ୟବୋଧ, ବାସ୍ତବିକତା , ହସ୍ୟରସ , ଗଦ୍ୟ ଶୈଳୀ , ଚରିତ୍ର ଚିତ୍ରଣ ଶୈଳୀ ପାଇଁ ଭୂୟସୀ ପ୍ରସଂଶା କରିଥିଲେ । ଅପର ପକ୍ଷରେ ଓସ୍କାର ୱାଇଲ୍ଡ , ହେନେରୀ ଜେମ୍ସ ଓ ଭିର୍ଜିନିଆ ଊଲ୍ଫ ତାଙ୍କର ସାହିତ୍ୟରେ ମନସ୍ତାତ୍ୱିକ ଗଭୀରତାର ଅଭାବ ଓ ହୁଗୁଳା ବିଷୟ ଲେଖୁ ଥିବାର ଅଭିଯୋଗ ମଧ୍ୟ କରିଥିଲେ । ତେବେ ତାଙ୍କର ଲେଖାର ଶୈଳୀ “ ଡିକେନ୍ସଆନ” ଶୈଳୀ ଭାବରେ ପରିଚିତ ହେଇ ଦରିଦ୍ର ସାମାଜିକ ଅବସ୍ଥା ଓ ହାସ୍ୟ- କାରୁଣ୍ୟର ପରିଚୟ ଦେଇଥିଲା । [୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଚାର୍ଲ୍ସ ଜନ ହଫ୍ଫାମ ଡିକେନ୍ସ ୭ ଫେବୃଆରୀ ୧୮୧୨ ମସିହାରେ ପୋର୍ଟ ସୀ ଦ୍ୱିପର , ମାଇଲ ଏଣ୍ଡ ଟେରାସ ( ବର୍ତ୍ତମାନ ତାହା ୩୯୩ କମରସିଆଲ ରୋଡ )ଠାରେ ଜନ୍ ଡିକେନ୍ସ ଓ ଏଲିଜାବେଥ ଡିକେନ୍ସଙ୍କ ଆଠଟି ସନ୍ତାନ ମଧ୍ୟରୁ ଦ୍ୱିତୀୟ ସନ୍ତାନ ଭାବରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବ୍ରିଟିଶ ନେଭିର ଜଣେ ଅଫିସର ଭାବରେ ସେଠାରେ ଅସ୍ଥାୟୀ ଭାବରେ ସ୍ଥାନିତ ଥିଲେ ତାଙ୍କ ପିତାଙ୍କ ବନ୍ଧୁ ତଥା ଏକ କମ୍ପାନୀର ମାଲିକ "ଚୃଷ୍ଟୋଫଫର ହୁଫ୍ଫାମ "ଚାର୍ଲ୍ସଙ୍କ ଧରମବାପା ଭାବରେ ଥିଲେ ଓ ପରବର୍ତୀ କାଳରେ ଡିକେନ୍ସ ତାଙ୍କ ଉପନ୍ୟାସ " Dombey and Sons"( ୧୮୪୮ ମସିହାରେ ରଚିତ ) ନାମକ ଏକ ଉପନ୍ୟାସରେ ଜାହାଜ କମ୍ପାନୀର ମାଲିକ ଭାବରେ ତାଙ୍କର ଚରିତ୍ରକୁ ହିଁ ଚିତ୍ରଣ କରିଥିବାର ବିଶ୍ୱାସ କରାଯାଇଥାଏ ।
I୧୮୧୫ ମସିହାରେ ଜନ ଡିକେନ୍ସଙ୍କୁ ଇଂଲଣ୍ଡରେ ସ୍ଥାପିତ କରାଗଲା ଓ ସେତେବେଳେ ଚାର୍ଲ୍ସଙ୍କୁ ୪ ବର୍ଷ ହେଇଥିଲା । ସେ ୧୧ ବର୍ଷ ହେବା ଯାଏ ସେଠାରେ ଶିର୍ନେସ ଓ କେଣ୍ଟଠାରେ ରହିଥିଲେ ।[୬] ତାଙ୍କର ବାଲ୍ୟ କାଳ ଅତ୍ୟନ୍ତ ସାଧାରଣ ଥିଲା ଓ ଏକ ବୃହତ ପରିବାରରେ ଥିବା ହେତୁ ବିଶେଷ କିଛି ସ୍ୱତନ୍ତ୍ର ଯତ୍ନ ପାଇ ନଥିଲେ । .[୭]
ବାଳକ ଚାର୍ଲ୍ସ ବେଶୀ ସମୟ ବାହାରେ ରହୁଥିଲେ ଓ ଜଣେ ସର୍ବଗ୍ରାସି ପାଠକ ଥିଲେ । ସେ ତାଙ୍କ ସମୟରେ ଜନପ୍ରିୟ ଥିବା "ତୋବିଅସ ସ୍ମଲେଟ" , "ହେନେରୀ ଫିଲଡିଙ୍ଗ" ଆଦି ଲେଖକଙ୍କ ଚିତ୍ରିତ ଉପନ୍ୟାସ ଓ "ରବିନସନ କୃଶୋ " ," ଗିଲ ବ୍ଳାସ " ପରି ଜନପ୍ରିୟ ଉପନ୍ୟାସ ପଢିବା ସହ " ଆରବିଆନ ନାଇଟ" "ଏଲିଜାବେଥ ଇଞ୍ଚବାଲ୍ଡ"[୮]ଙ୍କ ହାସ୍ୟ ଲେଖବଳି ସଂଗ୍ରହକୁ ବାରମ୍ବାର ପଠନ କରୁଥିଲେ । ତାଙ୍କର ସ୍ମୃତି ଶକ୍ତି ପ୍ରଖର ଥିଲା ଓ ତାହା ତାଙ୍କ ପାଇଁ ପରବର୍ତୀ ଲେଖକ ଜୀବନରେ ବହୁ ଉପାଦେୟ ହେଇଥିଲା । ସେ ଜନସାଧାରଣଙ୍କ ଭିତରେ ଲକ୍ଷ୍ୟ କରୁଥିବା ଘଟଣା ସବୁ ମନେ ରଖିପାରୁଥିଲେ ଓ ଉପନ୍ୟାସ ରଚନା ବେଳେ ସେହି ଘଟଣା ବଳିକୁ ସୁନ୍ଦର ରୂପ ଦେଇ କାଳ୍ପନିକ ଚରିତ୍ର ସବୁ[୯]ର ଚିତ୍ରଣ କରିପାରୁଥିଲେ ।ସେ କିଛି କାଳ ନୌସେନା ବିଭାଗ ରେ ତାଙ୍କ ପିତାଙ୍କ ସ୍ଥାନରେ ଦରମା ଅଫିସର ଭାବରେ କାର୍ଯ୍ୟ ପାଇଥିଲେ ଓ ସେହି ସମୟରେ କିଛି ବେସରକାରୀ ସ୍କୁଲ ଶିକ୍ଷା ହାସଲ କରିଥିଲେ । [୧୦]
୧୮୨୨ ମସିହା ବେଳକୁ ଚାର୍ଲ୍ସଙ୍କ ପରିବାର ଲଣ୍ଡନ ଫେରି ଆସିଲେ ଓ ତାଙ୍କ ପିତା ସେତେବେଳେ ବହୁତ ରୁଣ ଗ୍ରସ୍ତ ହେଇ ସାରିଥିଲେ ।ତାଙ୍କ ଋଣଦାତାମାନେ କୋର୍ଟରେ ମକଦମା କରିବାରୁ ତାଙ୍କୁ ସେଥିପାଇଁ ପରିବାରସହ ସେହି ସମୟର ପ୍ରଥା ଅନୁସାରେ ମର୍ଶଲ ସୀ ( marshaalsea) ଜେଲରେ ରହିବାକୁ ହେଲା । କେବଳ ଚାର୍ଲ୍ସ ଏଲିଜାବେଥ ରୟଲାନ୍ସ ନାମିକା ଜଣେ ପାରିବାରିକ ବନ୍ଧୁଙ୍କ ସହ ରହିବାକୁ ହେଲା । ଏଲିଜାବେଥ ବୟସ୍କା ଦରିଦ୍ର ମହିଳା ଥିଲେ ମଧ୍ୟ ଚାର୍ଲ୍ସ ତାଙ୍କଠାରୁ ଖୁବ ସ୍ନେହ ଆଦର ପାଇଥିଲେ ଓ ତାଙ୍କ ଚରିତ୍ର ତାଙ୍କ ଉପନ୍ୟାସ " Dombey and Sons " ଉପନ୍ୟାସରେ ଜଣେ ଆଦରଣୀୟା ମହିଳା " ମିସେସ ପିପଚିନ " ଭାବରେ ଚିତ୍ରିତ କରି ଥିଲେ । ତାହା ପରେ ସେ କିଛି କାଳ ଜଣେ ବୟସ୍କ ଏଜେଣ୍ଟ " ଆର୍ଚିବାଲ୍ଡ ରସେଲ "ଙ୍କ ଗୃହରେ ରହିଥିଲେ । ତାଙ୍କୁ ଡିକେନ୍ସ " ଜଣେ ଖୁସ ମିଜାଜ , ଦୟାଳୁ ଭଦ୍ରବ୍ୟକ୍ତି " ଭାବରେ ତାଙ୍କ ଜୀବନୀରେ ଉଲ୍ଲେଖ କରିଥିଲେ ଓ ସେ ହିଁ ଡିକେନ୍ସଙ୍କ " The Old Curiosity Shop." ଉପନ୍ୟାସ ରଚନା ମୂଳର ପ୍ରେରଣା ଥିଲେ । [୧୨]
ନିଜ ଜେଲ ଗ୍ରସ୍ତ ପରିବାର ପାଇଁ ଅର୍ଥ ଅର୍ଜନ ପାଇଁ ସେ ସ୍କୁଲ ଛାଡି ଏକ ଜୋତା ରଙ୍ଗ କାରଖାନାରେ ସାମାନ୍ୟ ମଜୁରିରେ ଦୈନିକ ୧୦- ଘଣ୍ଟା କାମ କରୁଥିଲେ । ଏହି କଠିନ ସମୟର ସ୍ମୃତି ଓ ଅନୁଭୂତି ତାଙ୍କ ଉପନ୍ୟାସ ମାନଙ୍କରେ ପ୍ରତିଫଳିତ ହେଇଥିଲା । ସେହି ସମୟରେ ଅଳ୍ପ ବୟସର ଦରିଦ୍ର ବାଳକ ମାନଙ୍କୁ କିପରି ଶୋଷଣ କରାଯାଉଥିଲା ତାହା ଡିକେନ୍ସଙ୍କ ନିଜେ ଅଙ୍ଗେ ନିଭେଇଥିବା କଥା ହେଇଥିବାରୁ ପରବର୍ତୀ ଜୀବନରେ ତାଙ୍କ ଉପନ୍ୟାସ ମାନଙ୍କୁ ସେହି ଦରିଦ୍ର , ଅର୍ଦ୍ଧ -ପାଠୁଆ ବାଳକ ଚରିତ୍ରକୁ ସେ ଖୁବ ଜୀବନ୍ତ ଭାବରେ ଫୁଟେଇଥିଲେ ଓ ନିଜେ ସେମାନକ ଜୀବନର ଉନ୍ନତି ପାଇଁ ଅନେକ ସାମାଜିକ ସେବା କରିଥିଲେ । ( The Life of Charles Dickens):
କିଛି ମାସ ଜେଲରେ ରହିବା ପରେ ଚାର୍ଲ୍ସଙ୍କ ପିତାମହୀ ଏଲିଜାବେଥ ଡିକେନ୍ସଙ୍କ ପରଲୋକ ଘଟିଲା ଓ ତାଙ୍କର ଦାୟାଦ ଭାବରେ ଚାର୍ଲ୍ସଙ୍କ ବାପା ତାଙ୍କ ସମ୍ପତ୍ତି ଉତ୍ତରାଧିକାରୀ ଭାବରେ ପାଇ ରୁଣ ସୁଝି ଜେଲରୁ ମୁକ୍ତ ହେଲେ ।ଓ ତାଙ୍କ ପରିବାର ମିସେସ ରୋଏଲେନ୍ସଙ୍କ ବାସ ଭବନକୁ ଚାଲିଗଲେ । [୧୩] ତେବେ ଚାର୍ଲ୍ସଙ୍କ ମାତା ତାଙ୍କୁ ଜୋତା କାରଖାନା ଚାକିରି ନ ଛାଡିବାକୁ ସେଇଠି ରହିଯିବାକୁ କହିଥିଲେ । ତାଙ୍କ ମାତାଙ୍କ ଏପରି ପକ୍ଷ୍ୟପାତ ମୂଳକ ବ୍ୟବହାର ବ୍ୟବହାର ବାଳକ ଚାର୍ଲ୍ସଙ୍କ ମନରେ ଗଭୀର ଆଘାତ ଦେଇଥିଲା । ପରବର୍ତୀ କାଳରେ ତାଙ୍କର ଉପନ୍ୟାସରେ ସମାଜରେ ଥିବା ସେହିପରି ମହିଳାଙ୍କ ଚିତ୍ରଣ ସେ ନିଖୁଣ ଭାବରେ କରିଥିଲେ । ଓ ତାଙ୍କର ମହିଳାଙ୍କ ପ୍ରତି ଆଭିମୁଖ୍ୟରେ କିଛିଟା ବିତୃଷ୍ଣା ତାଙ୍କ ଲେଖାରେ ପ୍ରତିଫଳିତ ହେଇଥିଲା ।[୧୪]
ତାଙ୍କର "David Copperfield "[୧୫] ଉପନ୍ୟାସରେ ଥିବା ସେହି ସଦୃଶ ଅବହେଳିତ ବାଳକ ଚରିତ୍ର "ଡାଭିଡ" ପ୍ରକୃତରେ ତାଙ୍କ ନିଜ ବାଲ୍ୟାବସ୍ଥାର ଘରଣାବଳୀଦ୍ୱାରା ପ୍ରେରିତ ହେଇଥିଲା ।ସେ ଲେଖିଥିଲେ ,
" ମୁ କାହାଠାରୁ ଉତଶାହ ପାଇ ନାହିଁ , ଶାନ୍ତନା ପାଇ ନାହିଁ , ସାହାଯ୍ୟ ପାଇ ନାହିଁ, ଦୟା ପାଇ ନାହିଁ , ଓ ଏହି ହିସାବରେ ମୁ ସ୍ୱର୍ଗକୁ ଯିବାର ଆଶା ରଖିଛି । " "I had no advice, no counsel, no encouragement, no consolation, no assistance, no support, of any kind, from anyone, that I can call to mind, as I hope to go to heaven!"
ପରିଶେଷରେ ୧୮୨୭ ମସିହାରେ ଡିକେନ୍ସ ୱେଲିଂଟନ ଏକାଡେମୀ ନାମକ ସ୍କୁଲରେ ଦୁଇବର୍ଷ ପଢିଥିଲେ ।ମାତ୍ର ତାହା ଏକ ଅତ୍ୟନ୍ତ ନିମ୍ମ ମନର ସ୍କୁଲ ଥିଲା । ସେଠାରେ ହେଡ ମାଷ୍ଟର ପିଲା ମାନଙ୍କୁ ବଡ ନିର୍ଦୟ ଭାବରେ ବ୍ୟବହାର କରୁଥିଲେ ।ତାଙ୍କ ଚରିତ୍ରକୁ ଡିକେନ୍ସ ପରେ "David Copperfield " ଉପନ୍ୟାସରେ "ମିଷ୍ଟର କ୍ରୀକୀଳ"ଙ୍କ ସ୍କୁଲ ଶିକ୍ଷକ ଭାବରେ ଚିତ୍ରଣ କରିଥିଲେ । [୧୬]
୧୮୨୭ ମେରୁ ୧୮୨୮ ନଭେମ୍ବର ଯାଏ ଏକ ଲ - ପ୍ରତିଷ୍ଠାନରେ କିରାଣୀ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟରେ ପ୍ରତ୍ୟହ ଥିଏଟରକୁ ମଞ୍ଚ ନାଟକ ଦେଖିବାକୁ ଯାଉଥିଲେ । ସେ ସେହି ସମୟରେ ଶର୍ଟ-ହାଣ୍ଡ[୧୭] ଲେଖିବା ଅଭ୍ୟାସ କରି ପରବର୍ତୀ କାଳରେ ସମ୍ପାଦକ ହିସାବରେ କାର୍ଯ୍ୟ କଳା ବେଳେ ତାହାର ପ୍ରୟୋଗ କରିଥିଲେ । ପ୍ରଥମ କାଳରେ " Doctors Commons" ନାମକ ପତ୍ରିକାରେ ବିଚାର ବିଭାଗୀୟ ରିପୋର୍ଟ ସବୁ ୪ ବର୍ଷ ପାଇଁ ଲେଖୁଥିଲେ । [୧୮][୧୯]
୧୮୩୦ ମସିହାରେ "ଚାର୍ଲ୍ସ ମାରୀଆ ବିଡନେଲ" ନାମକ ଝିଅଙ୍କ ପ୍ରେମରେ ପଡିଥିଲେ ମଧ୍ୟ ମାରୀଆଙ୍କ ପରିବାର ଏହାକୁ ସ୍ୱୀକୃତି ନ ଦେଇ ମାରୀଆଙ୍କୁ ପଢିବା ପାଇଁ ପାରିସ ପଠେଇ ଦେଇଥିଲେ ଓ ଏଥିରେ ଚାର୍ଲ୍ସଙ୍କ ପ୍ରେମ ସମ୍ପର୍କରେ ଜବନିକା ପଡିଥିଲା । .[୨୦]
ସମ୍ବାଦିକତା ଓ ପ୍ରାରମ୍ଭିକ ଉପନ୍ୟାସ ସବୁ
[ସମ୍ପାଦନା]୧୮୩୨ ମସିହାରେ ମାତ୍ର ୨୦ ବର୍ଷ ବୟସ୍କ ଚାର୍ଲ୍ସ ଜୀବନର ଅନୁଭୂତିରେ ସମ୍ବରୁଧ ହେଇ ସାରିଥିଲେ । ଦିଗହରା ଅନୁଭବ କରୁଥ୍ଯିଲେ ମଧ୍ୟ ସେ ଉଚ୍ଛାଭିଲାଶ ରଖିଥିଲେ । ସେ ଥିଏଟରରେ ପ୍ରବେଶ କରି ସେଠାରେ ମିମିକ୍ରୀ ବା ଅନନ୍ୟ ଚରିତ୍ର ମାନଙ୍କ ହାସ୍ୟାଭିନୟର ନକଲ ପ୍ରଦର୍ଶନ କଲେ ।ତାହା ପରେ ସେ ଲେଖକ ହିସାବରେ ତାଙ୍କର ଅଧ୍ୟାୟ ଆରମ୍ଭ କରିଥିଲେ । ୧୯୩୩ ମସିହାରେ ସେ ତାଙ୍କର ପ୍ରଥମ ଗଳ୍ପ " "A Dinner at Poplar Walk",ଲଣ୍ଡନର ପତ୍ରିକା "Monthly Magazine"କୁ ପ୍ରେରଣା କଲେ । ଏହା ପରେ ତାଙ୍କର ମାମୁଁ ତାଙ୍କୁ The "Mirror of Parliament " ନାମକ ବ୍ରିଟିଶ ପାର୍ଲାମେଣ୍ଟର ଜର୍ନାଲରେରେ ରିପୋର୍ଟର ଭାବରେ କାର୍ଯ୍ୟ ନିଯୁକ୍ତ କଲେ ।ଏଥିରେ ସେ ପାର୍ଲିଆମେଣ୍ଟର ବିତର୍କର ବିବରଣୀ ପ୍ରକାଶ କରୁଥିଲେ । ଏହି ସମୟ କାଳ ମଧ୍ୟରେ ସେ ତାଙ୍କର ପ୍ରଥମ ପ୍ରବନ୍ଧ ସଂଗ୍ରହ " : Sketches by Boz" ପ୍ରକାଶ କରିଥିଲେ । ଏଥିରେ ନିଜ କଲମ-ନାମ "Boz" ଭାବରେ ଉଲ୍ଲେଖ କରୁଥିଲେ । ୧୯୩୫ ମସିହାରେ ସେ ପ୍ରସିଦ୍ଧ ସମ୍ପାଦକ ହୋଗର୍ଥଙ୍କ ସଂଶର୍ଷରେ ଆସି ତାଙ୍କ ପ୍ରକାଶିତ "Morning Chronicle"ରେ ଲେଖା ମନ ଦେବା ସହ ତାଙ୍କ ପରିବାରର ନିକଟତର ହେଇଥିଲେ ଓ ହୋଗର୍ଥଙ୍କ ସାନ ଝିଅ କାଥେରିନଙ୍କ ସହ ନିବିଡତା ସୃଷ୍ଟି କରିଥିଲେ ।ସେ ତାଙ୍କୁ ୧୮୩୬ ମସିହାରେ ବିବାହ କରିଥିଲେ । [୨୧] .[୨୨]
ଏହା ପରେ ତାଙ୍କର ଧାରାବାହିକ ଲେଖା " The Pickwick Papers" ବହୁଳ ଭାବରେ ଆଦୃତ ହେବାରେ ଲାଗିଲା । ଅଙ୍କିତ ଚିତ୍ର ସହ ପ୍ରକାଶିତ ହଉଥିବା ଏହି ଧାରାବାହିକ ଯୋଗୁଁ ମେଗାଜିନର ବିକ୍ରୟ କ୍ରମଶଃ ୪୦,୦୦୦ରୁ ଅଧିକ ହେଇଯାଇଥିଲା ଓ ପତ୍ରିକାର ଜନପ୍ରିୟତା ଏଥିଯୋଗୁ ବହୁଳ ଭାବରେ ବର୍ଦ୍ଧନ ହେଇଥିଲା [୨୩]। ୧୮୩୬ ମସିହାରେ ଡିକେନ୍ସ "Bentley's Miscellany" ନାମକ ପତ୍ରିକାର ସମ୍ପାଦକ ପଦ ଗ୍ରହଣ କରି ପରବର୍ତୀ ୩ ବର୍ଷ ଏଥିରେ ଧାରାବାହିକ ପ୍ରକାଶନ କରିଥିଲେ । ଏହା ସହ ସେ " Oliver Twist "କୁ ଧାରାବାହିକ ଭାବରେ ଆରମ୍ଭ କରିଥିଲେ । ଏକ ବାଳକର କାହାଣୀକୁ ନେଇ ଉପନ୍ୟାସ ଭାବରେ ଏହା ଭିକ୍ଟୋରିଆ ଯୁଗର ପ୍ରଥମ ଉପନ୍ୟାସ ଥିଲା ।[୨୪]
୧୮୩୭ ମସିହାରେ ଡିକେନ୍ସ ଓ କାଥେରିନଙ୍କ ଔରସରୁ ପୁତ୍ର ଚାର୍ଲି ଜନ୍ମ ହେଇଥିଲା । ଡିକେନ୍ସଙ୍କ ପରିବାର ସେହି ସମୟରେ ତାଙ୍କ ଭାଇ ଫ୍ରେଡରିକ ଓ କାଥେରୀନଙ୍କ ଭଉଣୀ ମାରିଙ୍କ ସହ ଏକାଠି ରହୁଥିଲେ । କିନ୍ତୁ ମାରି ହଠାତ ବ୍ୟାଧି ଗ୍ରସ୍ତ ହେଇ ମୃତ୍ୟୁ ବରଣ କରିବା ଘଟଣା ଚାର୍ଲ୍ସଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା ଓ ସେ କିଛି କାଳ ଲେଖା ବନ୍ଦ କରିଦେଇଥିଲେ । ମାରିଙ୍କୁ ଏ ଖୁବ ସ୍ନେହ କରୁଥିଲେ ଓ ତାଙ୍କୁ ତାଙ୍କର ଏକ ଉପନ୍ୟାସରେ " Rose Maylie" ଚରିତ୍ର ଭାବରେ ଆଦରର ସହ ଚିତ୍ରଣ କରିଥିଲେ । ସେହି ସମୟରେ ତାଙ୍କର ପ୍ରସିଦ୍ଧ ଲେଖକ ଜନ ଫୋଷ୍ଟରଙ୍କ ସହ ବନ୍ଧୁତା ହେଇଥିଲା । ଜନ ପରେ ତାଙ୍କର ବନ୍ଧୁ , ମେନେଜର ଓ ଆତ୍ମଜୀବନୀ ରଚୟିତା ଭାବରେ ପରିଚିତ ହେଇ ନିଜେ ଜଣେ ସ୍ୱନାମଧନ୍ୟ ଲେଖକ ହେଇପାରିଥିଲେ । .[୨୫]
ଏହି ସମୟରେ ସାହିତ୍ୟ କୃତି ସବୁ "Nicholas Nickleby"(୧୮୩୮-୩୯ ), "The Old Curiosity Shop" (୧୮୪୧) ପ୍ରଥମ ଏଇତିହାସିକ ଉପନ୍ୟାସ " Barnaby Rudge: A Tale of the Riots of 'Eighty," "Master Humphrey's Clock " (୧୮୪୦-୪୧ ), ଧାରାବାହିକ ଭାବେ ପ୍ରକାଶ ହେଇ ପରେ ପୁସ୍ତକ ଆକାରରେ ପ୍ରକାଶିତ ହେଇଥିଲା । .[୨୬]
ପ୍ରଥମ ଆମେରିକା ଭ୍ରମଣ
[ସମ୍ପାଦନା]୧୮୪୨ ମସିହାରେ ସେ ସପତ୍ନୀକ ଆମେରିକା ଯାତ୍ରା କରିଥିଲେ [୨୭]। ସେହି ସମୟରେ କାଥେରୀନଙ୍କ ଭଗିନୀ ଜର୍ଜିନା [୨୮]ତାଙ୍କର ପରିବାରର ଦେଖଣା କାର୍ଯ୍ୟ କରିଥିଲେ ଓ ସେ ୧୮୭୦ ମସିହାରେ ଡିକେନ୍ସଙ୍କ ମୃତ୍ୟୁ ଯାଏ ପରିବାର ସହ ରହିଥିଲେ । ତାଙ୍କ ଚରିତ୍ର ଚିତ୍ରଣ ଡିକେନ୍ସ ତାଙ୍କ "Agnes Wickfield" ଚରିତ୍ରରେ ଚିତ୍ରଣ କରିଥିଲେ । .[୨୯]
ଡିଏନ୍ସ ତାଙ୍କର ଆମେରିକା ଭ୍ରମଣର ଅନୁଭୂତି ସବୁକୁ " American Notes for General Circulation " ନାମକ ଭ୍ରମଣ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ସେଥିରେ ସେ ଆମେରିକାରେ ଥିବା କୃଷ୍ଣକାୟ ମାନଙ୍କୁ କ୍ରୀତଦାସ[୩୦] ଭାବରେ ରଖିବା ପ୍ରଥାକୁ ଗଭୀର ସମାଲୋଚନା କରିଥିଲେ । କିନ୍ତୁ ଆମେରିକାର କେତେକ ସମାଲୋଚକ ତାଙ୍କୁ ବର୍ଣ ବିଦ୍ୱେଷବାଦୀ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । ସେ ନିଉୟର୍କ ସହରରେ ମାସେ କାଳ ଅବସ୍ଥାନ କରିଥିଲେ । ସେହି ସମୟରେ ସେ ବ୍ୟାପକ ଭାବରେ ବକୃତା ମାନ ଦେଇଥିଲେ ଆମେରିକାରେ ତାଙ୍କର ଲେଖା ଗୁଡିକର ସତ୍ୱବାଦୀ ଅଧିକାର[୩୧][୩୨][୩୩]ର ଉଲ୍ଲଘନ ହେଇଥିବାର ଅଭିଯୋଗ କରିଥିଲେ । ତେବେ ଆମେରିକାନ ସାମ୍ବାଦିକ ମନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି ସେ ଆମେରିକାରେ ତାଙ୍କର ଉତ୍କୃଷ୍ଟ ଲେଖା ପାଇଁ ବହୁଳ ପ୍ରଶଂଷିତ ହେଇଥିଲେ ।
ତାଙ୍କର [ ଆମେରିକା] ଅନୁଭୂତିରୁ ସେ ଅନେକ ନୂତନ ଚରିତ୍ର ଚିତ୍ରଣ ପାଇଁ କଥାବସ୍ତୁ ପାଇଥିଲେ ଓ ତାହାର ସଦୁପଯୋଗ ତାଙ୍କର ପରବର୍ତୀ ଲେଖା ମାନଙ୍କରେ ତାହା ସ୍ଥାନିତ କରିଥିଲେ । .
୧୮୪୪ ମସିହାରେ ଡିକେନ୍ସ ଇଟାଲୀରେ କିଛି କାଳ ଅବସ୍ଥାନ କରି ସେଠାରୁ ସ୍ୱିଜର୍ଲାଣ୍ଡ ଯାତ୍ରା କରିଥିଲେ । ଏହି ସମୟ ମଧ୍ୟରେ ରଚନା କରିଥିବା "Dombey and Son" (୧୮୪୬-48) ଓ "David Copperfield" (୧୮୪୯-୫୦ ) ଉପନ୍ୟାସର ବିଷୟବସ୍ତୁ ଅଧିକ ଗଭୀରତାର ସହିତ ସାବଧାନତା ସହ ଯୋଜନା କରି ଲେଖା ଯାଇଥିବାର ଦେଖାଯାଇଥାଏ ।
ଦାତବ୍ୟତା
[ସମ୍ପାଦନା]୧୮୪୬ ମସିହାରେ ଡିକେନ୍ସ ଆଙ୍ଗେଲା ବରଦେତ୍ କଉତ୍ ନାମକ ଜଣେ ଧନିକ ମହିଳାଙ୍କ ଆର୍ଥିକ ସହାୟତାରେ ଇଂଲଣ୍ଡର ଦରିଦ୍ର ଓ ଅସହାୟ ବସ୍ତାରେ ଥିବା ପତିତା ମହିଳାଙ୍କ ପୁନର୍ବାସ ବ୍ୟବସ୍ଥା ପାଇଁ " Urinaa Cottege " ନାମକ ଏକ ଅବାସ ସ୍ଥାପନ କରି ତାହାକୁ ୧୦ ବର୍ଷ [୩୪]କାଳ ନୀତି ନିର୍ଧାରଣ , ଆବାସୀ ଚୟନ କାର୍ଯ୍ୟ ସହ ପରିଚାଳନା କରିଥିଲେ ।[୩୫] ଏଥିରେ ସେ ସେହି ପତିତା ମହିଳା ମାନକୁ ସମାଜରେ ପୁନର-ସଂସ୍ଥାପନା ପାଇଁ ଶିକ୍ଷା ଦାନର ମଧ୍ୟ ବ୍ୟବସ୍ଥା ରଖିଥିଲେ । ତାଙ୍କ ସମୟ କାଳ ମଧ୍ୟରେ ସେଠାରୁ ପ୍ରାୟ ୧୦୦ ଜଣ ମହିଳା ଗ୍ରାଜୁଏଟ ହେଇ ପାରିଥିଲେ । [୩୬]
ଧାର୍ମିକ ଦୃଷ୍ଟିକୋଣ
[ସମ୍ପାଦନା]ସାଙ୍ଗଠନିକ ଧର୍ମ ପାଇଁ ଡିକେନ୍ସଙ୍କ ସୃହା ନ ଥିଲା । ବାଧ୍ୟ ବଧକତାରେ ଲୋକଙ୍କୁ ରବିବାର ଦିନ ଚର୍ଚ ଭିତରେ ରଖିବା ପରମ୍ପରାର ସେ ବିରୋଧୀ ଥିଲେ ଓ ନିଜେ ରବିବାର ଦିନ ଚର୍ଚ ସଭାକୁ ଯାଉନଥିଲେ ।[୩୭] କିନ୍ତୁ ତାଙ୍କର ଖ୍ରୀଷ୍ଟ ଙ୍କ[୩୮] ପ୍ରତି ଅଗାଢ ଭକ୍ତି ରହିଥିଲା । ସେ ନିଜକୁ ନୈଷ୍ଠିକ ଖ୍ରୀଷ୍ଟିୟାନ[୩୯][୪୦] ବୋଲି କହୁଥିଲେ ।ସେ " The Life of Our Lord (୧୮୪୯) " ନାମକ ଏକ ଧର୍ମ ସମ୍ବନ୍ଧିତ ପୁସ୍ତକ ମଧ୍ୟ ରଚନା କରିଥିଲେ । [୪୧][୪୨] [୪୩]
ମାଧ୍ୟମ କାଳ
[ସମ୍ପାଦନା]୧୮୪୯-୫୦ ମସିହାରେ ତାଙ୍କ ରଚିତ " David Copperfield " ତାଙ୍କ ନିଜର ପ୍ରିୟ ଉପନ୍ୟାସ ଭାବରେ ସେ କହିଥାନ୍ତି । ପରେ ସେ ୧୮୫୨-୫୩ରେ "Bleak House " ୧୮୫୪ ମସିହାରେ " Hard Times" ଓ ୧୮୫୬ ମସିହାରେ " Little Dorrit" ରଚନା କରିଥିଲେ ।[୪୪]
୧୮୫୭ ମସିହାରେ ଡିକେନ୍ସ ପେଶଗତ ଅଭିନେତ୍ରୀ ଆଣି ତାଙ୍କ ରଚିତ " The Frozen Deep "ର ମଞ୍ଚସ୍ଥ କରେଇଥିଲେ । ସେହି ନାଟକର ଅଭିନେତ୍ରୀ "ଏଲେନ ତେରନାନ"ଙ୍କ ସହ ତାଙ୍କର ପ୍ରେମ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେଇଥିଲା ଓ ଏହା ତାଙ୍କ ଜୀବନର ଶେଷ କାଳ ଯାଏ ଗୋପନୀୟ ଭାବରେ ରହିଥିଲା । ତେବେ ଏହା ଜାଣି ତାଙ୍କର ପତ୍ନୀ ତାଙ୍କୁ ଛାଡପତ୍ର ଦେଇଥିଲେ ଓ ନିଜେ ଜଣେ ସନ୍ତାନକୁ ନେଇ ଭିନ୍ନ ହେଇ ରହିଥିଲେ ।ଡିକେନ୍ସଙ୍କ ଅନନ୍ୟ ସନ୍ତାନମାନେ ଜର୍ନିନାଙ୍କ ଦେଖାରେଖାରେ ରହିଲେ । [୪୫]
ତାଙ୍କର ପରବର୍ତୀ କାର୍ଯ୍ୟ ସବୁ "A Tale of Two Cities" (୧୮୫୯ ) and "Great Expectations" (୧୮୬୧ ),ଅତ୍ୟନ୍ତ ସଫଳତା ପ୍ରାପ୍ତ ହେଇଥିଲା ଓ ସେ ଦୁଇଟି ଜର୍ନାଲ " Household Words "ଓ " All the Year Round"ମୁଖ୍ୟ ଲେଖକ ଥିଲେ । .[୪୬]
ଅନ୍ତିମ ଜୀବନକାଳ
[ସମ୍ପାଦନା]୧୮୬୫ ଜୁନ ୯ ତାରିଖରେ ଡିକେନ୍ସ ପାରିସରୁ ଫେରୁଥିବା ବେଳେ ରେଳ ଦୁର୍ଘଟଣାର ସମ୍ମୁଖୀନ ହେଇଥିଲେ । ସୌଭାଗ୍ୟ ଯୋଗୁ କେବଳ ସେ ବସିଥିବା ବଗି ସେତୁ ଉପରୁ ଖସି ପଡିବାରୁ ବର୍ତି ଯାଇଥିଲା ଓ ସେ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଯାଇଥିଲେ । ସିଗନ୍ଯାଲ ମେନର ତ୍ରୁଟି ଯୋଗୁଁ ଏହା ଘଟିଥିଲା । .[୪୭].[୪୮]
ଆମେରିକାକୁ ଦ୍ୱିତୀୟ ଭ୍ରମଣ
[ସମ୍ପାଦନା]ବିଦାୟକାଳୀନ ବକୃତା
[ସମ୍ପାଦନା]୧୮୬୮-୬୯ ବେଳକୁ ଡିକେନ୍ସଙ୍କ ଶ୍ୱାସ୍ୟ ଅବସ୍ଥା ଖରାପ ଆଡକୁ ଯାଇଥିଲା । ସେ ହୃଦଘାତରେ ମଧ୍ୟ ପଡିଥିଲେ । ତେବେ ସେ ସେହି ସମୟ ମଧ୍ୟରେ ପରି ୧୦୦ଟି ବକୃତା ବିଭିନ୍ନ ସ୍ଥାନରେ ଦେଇଥିଲେ ଯାହାକୁ " farewell readings" ବା " ବିଦାୟକାଳୀନ ବକୃତା ମାଳ " କୁହାଯାଇଥାଏ । ଏହି ସମୟରେ ସେ ତାଙ୍କର ଶେଷ ଉପନ୍ୟାସ " The Mystery of Edwin Drood." ରଚନା କରିଥିଲେ । ଏହା ସାଂପ୍ରତିକ ସମୟରେ ଇଂଲଣ୍ଡରେ ଭୟଙ୍କର ରୂପ ନେଇଥିବା " ନିଶା " ପ୍ରଚଳନ ଉପରେ ପର୍ଜ୍ୟବେଶିତ ଥିଲା । .[୪୯]
ମୃତ୍ୟୁ
[ସମ୍ପାଦନା]୧୮୭୦ ଜୁନ ୮ ତାରିଖରେ ସେ ସରାଦିନ କାର୍ଯ୍ୟ କଳା ପରେ ପୁଣି ହୃଦଘାତର ଶିକାର ହେଇ ତାହା ପରଦିନ ପ୍ରାଣତ୍ୟାଗ କରିଥିଲେ । ଡିକେନ୍ସ ତାଙ୍କୁ ଏକ ସାଧାରଣ କବରଖାନାରେ ନିରାଡମ୍ବର ଭାବରେ କବର ଦେବାକୁ ଆଗରୁ ଇଚ୍ଛା[୫୧] ପ୍ରକଟ ଟ କରିଥିଲେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ସମ୍ମାନର ସହିତ ଇଂଲଣ୍ଡର ସମ୍ଭ୍ରାନ୍ତ ୱେଷ୍ଟମିନଷ୍ଟଠାରେ " Poets' Corner"ଠାରେ କବର ଦିଆଯାଇଥିଲା । ତାଙ୍କ ମୃତ୍ୟୁରେ ଇଂଲଣ୍ଡର ଦଳିତ , ଅବହେଳିତ , ନିଷ୍ପେସିତ ଲୋକ ମନେ ଜଣେ ସାହାଯ୍ୟକର୍ତା , ସହାନୁଭୂତିଶିଳ ମହାନ ବ୍ୟକ୍ତିଙ୍କୁ ହରେଇଥିଲେ । [୫୨][Charles_Dickens#cite_note-120 [nb 1]][nb ୧]
ସାହିତ୍ୟିକ ଶୈଳୀ
[ସମ୍ପାଦନା][୫୩]ଚାର୍ଲ୍ସ ଡିଲେନ୍ସ ତାଙ୍କର ଲେଖାରେ ପୁରାତନ ୧୮ ଶ ଶତାବ୍ଦୀର ଚିତ୍ରମୟ ଶୈଳୀକୁ ଗ୍ରହଣ କରିଥିଲେ । ଲୋକ କଥା " The Arabian Night 'ର ଶୈଳୀ ଦ୍ୱାରା ତାଙ୍କର ଲେଖା ବହୁଳ ଭାବରେ ପ୍ରଭାବିତ ରହିଥିଲା । ତାଙ୍କ ଲେଖାରେ ସୃଜନଶୀଳତା , ଚରିତ୍ରର ନିଖୁଣ ବର୍ଣ୍ଣନା ଅତି ପ୍ରାକୃତିକ ଭାବରେ ରହୁଥିଲା । ଏହି ସବୁ ଲେଖାରେ ସେ ନାଟକୀୟତା କିଛି ମାତ୍ରାରେ ରଖୁଥିଲେ ମଧ୍ୟ ତାହା ବାସ୍ତବିକତା ସହ ଖାପ ଖାଇ ରହୁଥିଲା ।[୫୪] [୫୫]
ଚରିତ୍ର ଚିତ୍ରଣ
[ସମ୍ପାଦନା]ଡିକେନ୍ସଙ୍କ ଅନ୍ୟ ଜଣେ ଆତ୍ମଜୀବନିକାର "କ୍ଲାୟରେ ତୋମାଳୀନ"ଙ୍କ ଅନୁସାରେ ଡିକେନ୍ସ ସେକସପିଆରଙ୍କ ପରେ ଇଂରାଜୀ ଭାଷା ସାହିତ୍ୟ ସବଶ୍ରେଷ୍ଠ ଚରିତ୍ର ସୃଷ୍ଟିକାରୀ ଥିଲେ । ତାଙ୍କ ଉପନ୍ୟାସରେ ଚରିତ୍ରା ଗୁଡିକର ନାମକରଣ ( ଓଲିଭର ଟୁଇସ୍ଟ , ଡେଭିଡ କପରଫିଳ୍ଡ , ଜକବ ମାର୍ଲେ , ପିପ, ମିକାୱର ଆଦି ) ମଧ୍ୟ ସେ ଅତି ସୁନ୍ଦର ଗ୍ରହଣୀୟ ହେବା ପରି ଦେଇଥିଲେ । ସେମଧ୍ୟରୁ କେତେକ ବହୁ ଆଦୃତ ନାମ ହିସାବରେ ଲୋକେ ସବୁଦିନେ ମନେ ରଖିଥାନ୍ତି ।
ଆତ୍ମଜୀବନୀ ମୂଳକ ଚରିତ୍ର
[ସମ୍ପାଦନା]ତାଙ୍କର ସବୁ ଚରିତ୍ରର ଆଧାର ବାସ୍ତବ ଜୀବନରୁ ଆଣିଥିବା ବେଳେ " David copperfield " ଉପନ୍ୟାସର ମୁଖ୍ୟ ଚରିତ୍ର ଭାବରେ ଡାଭିଡ ତାଙ୍କ ନିଜ ଜୀବନ ଅନୁଭୂତିରୁ ଆଣିଥିବା ଲକ୍ଷ୍ୟ କରାଯାଇଥାଏ । ଏପରିକି " BleakHouse " ଉପନ୍ୟାସର କୋଟ ରୁମ ଘଟଣା ବଳି ତାଙ୍କ ନିଜସ୍ୱ କେସର ଘଟଣା ବଳି ସହ ସାମଞ୍ଜସ୍ଯ ରହିଛି ।[୫୬] [୫୭]
ସାମାଜିକ ବକ୍ତବ୍ୟ
[ସମ୍ପାଦନା]ଫିଲ୍ମ ଓ ଟିଭି ସିରିୟାଲରେ ଡିକେନ୍ସ
[ସମ୍ପାଦନା]ଡିକେନ୍ସଙ୍କ ଉପନ୍ୟାସ ଓ ଅନନ୍ୟ ଲେଖାଗୁଡ଼ିକ ତାଙ୍କ ସମୟରୁ ଆଜିଯାଏ ବହୁଳ ବିକ୍ରି ହେଇଚାଲିଥିବା ବେଳେ ଅନେକ ଗଳ୍ପକୁ ନେଇ ଫିଲ୍ମ , ଟିଭି ସିରିୟାଲ ନିର୍ମିତ ହେଇଛି । ତାଙ୍କ ଜୀବଦ୍ଦଶାରେ " The Pickwick Papers'ର କାହାଣୀକୁ ନେଇ ଏକ ନୀରବ ଚଳଚ୍ଚିତ୍ର ନିର୍ମିତ ହେଇଥିଲା । [୫୮]
ପରବର୍ତୀ କଳାରେ ପ୍ରଭାବ
[ସମ୍ପାଦନା]ମୁଖ୍ୟ ସାହିତ୍ୟିକ କୃତି ସମୂହ
[ସମ୍ପାଦନା]ଡିକେନ୍ସଙ୍କ ସର୍ବଶ୍ରେଷ୍ଠ କୃତି ମଧ୍ୟରୁ ଏହିଗୁଡ଼ିକ ମୁଖ୍ୟ । ଏଠି ମଧ୍ୟରୁ ଅନେକ ପ୍ରଥମେ ମାସିକ ବା ସାପ୍ତାହିକ ଧାରାବାହିକ ଭାବରେ ପତ୍ରିକାରେ ପ୍ରକାଶିତ ହେଇ ପରେ ପୁସ୍ତକ ଭାବରେ ପ୍ରକାଶ ପାଇଥିଲା ।
- The Posthumous Papers of the Pickwick Club
- The Adventures of Oliver Twist
- The Life and Adventures of Nicholas Nickleby
- The Old Curiosity Shop
- Barnaby Rudge: A Tale of the Riots of Eighty
- A Christmas Carol (1843)
- The Life and Adventures of Martin Chuzzlewit
- Dombey and Son
- David Copperfield
- Bleak House
- Hard Times: For These Times
- Little Dorrit
- A Tale of Two Cities
- Great Expectations
- Our Mutual Friend
ଆଧାର
[ସମ୍ପାଦନା]ଫୁଟ ନୋଟ
- ↑ A contemporary obituary in The Times, alleged that Dickens's last words were: "Be natural my children. For the writer that is natural has fulfilled all the rules of Art." reprinted from The Times, London, August 1870 in Bidwell 1870, p. 223 .
Notes
- ↑ Mazzeno 2008, p. 76 .
- ↑ Chesterton 2005, pp. 100–126 .
- ↑ Hauser 1999, p. 116 .
- ↑ "Oxford Dictionaries – Dickensian" Archived 2014-01-26 at the Wayback Machine..
- ↑ Simon Callow, Charles Dickens and the Great Theatre of the World, p.9
- ↑ Charles Dickens and the Great Theatre of the World, Simon Callow, p.5
- ↑ Forster 2006, p. 13 .
- ↑ Simon Callow, Charles Dickens and the Great Theatre of the World, p.7
- ↑ Ackroyd 1990, pp. 22–24:29–30 .
- ↑ Ackroyd 1990, p. 41 .
- ↑ Schlicke 1999, p. 158 .
- ↑ Ackroyd 1990, p. 76 .
- ↑ Schlicke 1999, p. 157 .
- ↑ Wilson 1972, p. 58 .
- ↑ Cain 2008, p. 91 .
- ↑ Wilson 1972, p. 61 .
- ↑ Callow, p.34, 36
- ↑ Pope-Hennessy 1945, p. 18 .
- ↑ Wilson 1972, p. 64 .
- ↑ Davis 1998, p. 23 .
- ↑ Ackroyd 1990, pp. 201, 278–279 .
- ↑ Callow p.54
- ↑ Simon Callow, Charles Dickens and the Great theatre of the World, p.60
- ↑ Smiley 2002, pp. 12–14 .
- ↑ Simon Callow, p.77, 78 'Charles Dickens and the Great Theatre of the World'
- ↑ Schlicke 1999, p. 514 .
- ↑ Simon Callow, Charles Dickens and the Great Theatre of the World, p 98
- ↑ Jones 2004, p. 7
- ↑ Ackroyed 1990
- ↑ Moore 2004, pp. 44–45
- ↑ Tomalin 2011, pp. 128–132 .
- ↑ Ackroyd 1990, pp. 345–346 .
- ↑ Tomalin 2011, p. 127 .
- ↑ Nayder 2011, p. 148 .
- ↑ Ackroyd 1990, pp. 249, 530–538, 549–550, 575
- ↑ Hartley 2009, pp. ?
- ↑ Simon Callow, Charles Dickens and the Great Theatre of the World p.63 sunday under three heads Archived 25 September 2014 at the Wayback Machine.
- ↑ Simon Callow, 'Charles Dickens'. p.159
- ↑ Gary Colledge (2012), God and Charles Dickens: Recovering the Christian Voice of a Classic Author, p. 24.
- ↑ Rost, Stephen. "The Faith Behind the Famous: Charles Dickens". Christian History. Christianity Today. Retrieved 20 December 2016.
- ↑ Stephen Skelton, Reclaiming 'A Christmas Carol'.
- ↑ "The Life Of Our Lord" (PDF). Archived from the original (PDF) on 2012-11-07. Retrieved 2017-01-15.
- ↑ Simon Callow, Charles Dickens and the Great Theatre of the World p.63 sunday under three heads Archived 25 September 2014 at the Wayback Machine.
- ↑ Ackroyd 1990, pp. 628, 634–638 .
- ↑ Smith 2001, pp. 10–11 .
- ↑ Ackroyd 1990, pp. 589–95, 848–852 .
- ↑ Ackroyd 1990, pp. 959–961 .
- ↑ "The Staplehurst Disaster". Retrieved 28 February 2015.
- ↑ Foxcroft 2007, p. 53 .
- ↑ "Luke Fildes". TheFamousArtists.com.
- ↑ Forster 2006, p. 628 .
- ↑ Ackroyd 1990, pp. 1077–1078 .
- ↑ Vlock 1998, p. 30 .
- ↑ Vlock 1998, p. 30 .
- ↑ Ackroyd 1990, pp. 44–45 .
- ↑ Polloczek 1999, p. 133 .
- ↑ Ackroyd 1990, p. 653 .
- ↑ Flom, Eric L. (5 March 2009). Silent Film Stars on the Stages of Seattle: A History of Performances by Hollywood Notables. McFarland. p. 119. ISBN 9780786439089.
ପୁନଶ୍ଚ ପଠନ
[ସମ୍ପାଦନା]- . Dictionary of National Biography. London: Smith, Elder & Co. 1885–1900.
{{cite encyclopedia}}
: Cite has empty unknown parameters:|1=
,|editorlink=
,|editor2link=
, and|separator=
(help)
ବାହାର ଲିଙ୍କ
[ସମ୍ପାଦନା]Works
[ସମ୍ପାଦନା]- Works by or about ଚାର୍ଲ୍ସ ଡିକେନ୍ସ at Internet Archive
- ଚାର୍ଲ୍ସ ଡିକେନ୍ସ public domain audiobooks from LibriVoxLibriVox ଚାର୍ଲ୍ସ ଡିକେନ୍ସ public domain audiobooks from LibriVox
- Journalism at Dickens Journals Online, an online edition of Household Words and All the Year Round
- ଛାଞ୍ଚ:Library resources by
- Charles Dickens Archived 2021-06-24 at the Wayback Machine. at the British Library