ଆତସବାଜି
ଆତସବାଜି ହେଉଛି ଏକ ପ୍ରକାର ବାଣ (ଫୋଟକା) ବା ନିଆଁ ବାରୁଦର ମନୋରଂଜକ ଖେଳ ଯାହା ଧାର୍ମିକ (ଦୀପାବଳି, କାର୍ତିକ ପୁନେଇଁ) ଓ ସାମାଜିକ (ବିବାହ, ବ୍ରତ) ଉତ୍ସବ ପାଳନ ସମୟରେ ବ୍ୟବହାର କରାଯାଏ। ବାରୁଦରୁ ତିଆରି ହୋଇଥିବା ବାଣରେ ନିଆଁ ଲଗାଇଲେ ଲାଲ୍, କମଳା, ହଳଦିଆ, ସବୁଜ, ନୀଳ, ନାରଂଗୀ ଓ ରୂପେଲି ଆଦି ନାନା ରଂଗର ଚିତ୍ର, ଶବ୍ଦ ଓ ଗତିର ଅଗ୍ନିକ୍ରୀଡ଼ା ଦିଶେ। ସମଗ୍ର ପୃଥିବୀରେ ବିଭିନ୍ନ ପ୍ରାଂତରେ ଏହାର ବହୁଳ ପ୍ରୟୋଗ ଦେଖାଯାଏ।
ଇତିହାସ
[ସମ୍ପାଦନା]ଆଜିଯାଏ ମିଳିଥିବା ଦୃଷ୍ଟାଂତ ଅନୁସାରେ ସପ୍ତମ ଶତାବ୍ଦୀରେ ଚୀନ ଦେଶରେ ଆତସବାଜୀର ପ୍ରଥମ ନିର୍ମାଣ ହୋଇଥିଲା । ଏହା ଚୀନୀ ପରଂପରାର ଏକ ମୂଳ ଅଂଗ ଓ ଏହା ପରବର୍ତ୍ତୀ କାଳରେ ବିଶ୍ୱର ଅଲଗା ପ୍ରାଂତକୁ ପ୍ରସାରିତ ହୋଇଥିଲା । [୧] ଚୀନ ଦେଶ ହେଉଛି ଆତସବାଜୀ ତିଆରି କରିବା ଓ ରପ୍ତାନୀ କରିବାରେ ବିଶ୍ୱରେ ପ୍ରଥମ ।[୨]
ଓଡ଼ିଶାରେ ଆତସବାଜି
[ସମ୍ପାଦନା]ପୁରୀ ଜିଲ୍ଲାର କେତେକ ରାହାଂଗ ଶାସନରେ ବହୁ କାଳରୁ ଶୀତଳ ଷଷ୍ଠୀ, ଚଂପକ ଦ୍ୱାଦଶୀ, ନୃସିଂହ ଚତୁର୍ଦଶୀ ଆଦିରେ ଗ୍ରାମର ଲୋକେ ପୁରୁଷାନୁକ୍ରମେ ଲୋକେ ନାନା ପ୍ରକାର ବାଣ ନିଜେ ତିଆରି କରି ମାରନ୍ତି। ବାରୁଦରୁ ବାଣ ତିଆରି କରିବାର ବିଧି ଓ ଭାଗମାପ ବିଭିନ୍ନ ପୋଥିରେ ଲିଖିତ ରହିଛି ।
ଆତସବାଜିର ପ୍ରକାର
[ସମ୍ପାଦନା]କେତେକ ବାଣର ନାମ ଚଂପା, କୁଂପୀ, ତୁଂବ, ହାବିଳି, ଚକ୍ର ଆକାଶ ମଲ୍ଲୀ, ଆସମାନଗୋଲା, ଚେଂଗ, କାଠଚଂପା, ଚଂଦ୍ରଉଦିଆ ବା ମହତାପ, ପାଣିକୁଆ, ବଂବାଜୀ, ତୋପବାଜୀ, କଦଂବଗଛ, ରସକଦଂବ ।
ଭୂମି ଓ ଆକାଶରେ ପ୍ରୟୋଗ କରାଯାଉଥିବା ଭେଦରେ ଆତସବାଜୀ ଦୁଇ ପ୍ରକାରର । ଆକାଶରେ ଫୁଟୁଥିବା ବାଣକୁ ହାବିଳି ଓ ମାଟିରେ ଫୁଟୁଥିବା ବାଣକୁ ଫୋଟକା କୁହାଯାଏ । ତେବେ ଆକାଶକୁ ଛଡ଼ାଯାଉଥିବା ଆତସବାଜୀ ଅଧିକ ଲୋକପ୍ରିୟ ଓ ଆଜିର ଆତସବାଜୀ ବଜାରରେ ଅଧିକ ପ୍ରଚଳିତ । ଏ ଗୁଡ଼ିକ ମୂଲତଃ କାଗଜ, କାଠି(ବାଉଁଶ), ସୁତୁଲି ଆଦିର ଉପଯୋଗ କରି ବାରୁଦରୁ ତିଆରି ହୋଇଥାଏ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Temple, Robert K.G. (2007). The Genius of China: 3,000 Years of Science, Discovery, and Invention (3rd edition). London: André Deutsch, pp. 256–265. ISBN 978-0-233-00202-6
- ↑ "Shining through". China Daily. Retrieved October 2, 2011.
ଅଧିକ ତଥ୍ୟ
[ସମ୍ପାଦନା]- ଧୂମହୀନ ଆତସବାଜୀ (ଦୈନିକ ଭାସ୍କର) Archived 2010-11-09 at the Wayback Machine.
- ଆତସବାଜୀ ଅନୁସଂଧାନ ଓ ବିକାଶ କେଂଦ୍ର, ଶିବକାଶୀ Archived 2011-02-24 at the Wayback Machine.
- NOVA Online Kaboom! with pyrotechnics, anatomy of fireworks, etc
- Canadian Fireworks Association ACP
- The Science of Fireworks, demonstration lecture on the history of the modern firework