Jump to content

ଅଯୁଗ୍ମ ସଂଖ୍ୟା

ଉଇକିପିଡ଼ିଆ‌ରୁ

ଏକ ପ୍ରାକୃତିକ ସଂଖ୍ୟା ଯାହା ୨ଦ୍ୱାରା ବିଭାଜ୍ୟ ନୁହେଁ ଅର୍ଥାତ ୨ଦ୍ୱାରା ଭାଗ କଲେ ଭାଗଫଳ ଶୁନ (୦) ରହେ ନାହିଁ ସେହି ସବୁ ସଂଖ୍ୟା ହେଉଛି ଅଯୁଗ୍ମ ସଂଖ୍ୟା । ଏହାର ବୀପରିତ ସଜ୍ଞା ହେଉଛି ଯୁଗ୍ମ ସଂଖ୍ୟା । ଗାଣିତିକ ସଂକେତରେ ଅଯୁଗ୍ମ ସଂଖ୍ୟାକୁ ୨n+ ୧ (ଯେଉଁଠି n ହେଉଛି ଏକ ପ୍ରାକୃତିକ ସଂଖ୍ୟା ) ଭାବେ ପ୍ରକାଶ କରାଯାଏ ।

ଉଦାହରଣ ସ୍ୱରୁପ ୧ଠାରୁ ୩୦ ମଧ୍ୟରେ ଥିବା ଅଯୁଗ୍ମ ସଂଖ୍ୟାଗୁଡ଼ିକ ହେଉଛି

, , , , , ୧୧, ୧୩, ୧୫, ୧୭, ୧୯, ୨୧, ୨୩, ୨୫, ୨୭ ଏବଂ ୨୯

ଅଯୁଗ୍ମ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ

[ସମ୍ପାଦନା]
  • ଶୁନ (୦ ) ଏକ ଅଯୁଗ୍ମ ସଂଖ୍ୟା ନୁହେଁ, କାରଣ ଏହା ୨ଦ୍ୱାରା ବିଭାଜ୍ୟ ।[]

ଅଯୁଗ୍ମ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[]

  • ଦୁଇଟି ଅଯୁଗ୍ମ ସଂଖ୍ୟାର ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।[]

ଗାଣିତିକ ସଂକେତରେ : ଅଯୁଗ୍ମ ± ଅଯୁଗ୍ମ = ଯୁଗ୍ମ

  • ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଯୋଗ କିମ୍ବା ବିୟୋଗ ଫଳରେ ଉତ୍ତର ସର୍ବଦା ଅଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଯୁଗ୍ମ ± ଅଯୁଗ୍ମ = ଅଯୁଗ୍ମ[]

  • ଦୁଇଟି ଯୁଗ୍ମ ସଂଖ୍ୟାର ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଅଯୁଗ୍ମ × ଅଯୁଗ୍ମ = ଅଯୁଗ୍ମ[]

  • ଗୋଟିଏ ଯୁଗ୍ମ ସଂଖ୍ୟା ଏବଂ ଗୋଟିଏ ଅଯୁଗ୍ମ ସଂଖ୍ୟା ମଧ୍ୟରେ ଗୁଣନ ଫଳରେ ଉତ୍ତର ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।

ଗାଣିତିକ ସଂକେତରେ : ଯୁଗ୍ମ × ଅଯୁଗ୍ମ = ଯୁଗ୍ମ[]

  1. Bóna, Miklós (2011), A Walk Through Combinatorics: An Introduction to Enumeration and Graph Theory, World Scientific, p. 178, ISBN 9789814335232.
  2. "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.
  3. ୩.୦ ୩.୧ ୩.୨ ୩.୩ A.V.Vijaya & Dora Rodriguez, Figuring Out Mathematics, Pearson Education India, pp. 20–21, ISBN 9788131703571.

ବାହାର ଲିଙ୍କ

[ସମ୍ପାଦନା]