ଅପା ଶେରପା
ଅପା (born ଲାକପା ତେଞ୍ଜିଙ୍ଗ ଶେରପା ; ୨୦ ଜାନୁଆରୀ ୧୯୬୦ )[୧] ଯାହାଙ୍କୁ "ସୁପର ଶେରପା " ବୋଲି ଡକା ଯାଉଥିଲା ,[୨] ଜଣେ ନେପାଲୀ ପର୍ବତାରୋହୀ। ସେ ଅନ୍ୟତମ ପର୍ବତାରୋହୀ ଫୁରବା ତାଷୀଙ୍କ ସହ ଏଭେରେଷ୍ଟ ଶ୍ରୁଙ୍ଗକୁ ସବୁଠାରୁ ବେଶୀ ଥର ଆରୋହଣର ବିଶ୍ୱ ରେକର୍ଡ କରିଛନ୍ତି । ୨୦୧୧ରେ ସେ Eco-Everest ଅଭିଯାନରେ ଯାଇ ୨୧ ତମ ଥର ଏଭେରେଷ୍ଟ ଆରୋହଣ କରିଥିଲେ । [୩],
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଲାକପା ତେଞ୍ଜିଙ୍ଗ ଶେରପା ( ଅପା ଶେରପା )ଙ୍କ ଜନ୍ମ ଥାମେ ନାମକ ହିମାଲୟ ପଦ ଦେଶରେ ଅବସ୍ଥିତ ନେପାଲର ଏକ ଗ୍ରାମରେ ହେଇଥିଲା । ଏହି ଗ୍ରାମ ଚୀନ ସୀମା ପାଖରେ ଅବସ୍ଥିତ । ମାତ୍ର ୧୨ ବର୍ଷ ହେଇଥିଲା ବେଳେ ତାଙ୍କର ବାପାଙ୍କ ପରଲୋକ ହେଇଯିବାରୁ ଅପା ତାଙ୍କର ମାଁ , ଦୁଇ ଭଉଣୀ ଓ ତିନି ଭାଇଙ୍କ ପୋଷଣ ପାଇଁ କାର୍ଯ୍ୟ କଲେ । ସେ ହିମାଲୟକୁ ଆସୁଥିବା ପର୍ବତାରୋହୀ ଦଳ ମାନଙ୍କ ପାଇଁ କୁଲି ହିସାବରେ କାମ କଲେ । ତାଙ୍କ ପାଠ ପଢା ମଧ୍ୟ ବନ୍ଦ ହେଇଗଲା । ସେ ୧୯୮୫ରୁ ପର୍ବତାରୋହଣ ଆରମ୍ଭ କରିଥିଲେ । ସେ ଦଳ ମାନଙ୍କ ସହ ଯାଉଥିଲେ ମଧ୍ୟ ଏଭେରେଷ୍ଟ ଶିଖର ଯିବା ସୁଯୋଗ ୧୯୯୦ରେ ପାଇଲେ । [୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୧୯୮୮ରେ ନିଜ ଗ୍ରାମର ଝିଅ ଯାଂଜିନଙ୍କୁ ବାହା ହେଲା ପରେ ତାଙ୍କର ଦୁଇଟି ପୁତ୍ର ତେଞ୍ଜିଙ୍ଗ ଓ ପେମ୍ବା ତଥା ଗୋଟିଏ ଝିଅ ଦାୱା ରହିଛନ୍ତି । ସେ ତାଙ୍କର ପର୍ବତାରୋହୀ ବନ୍ଧୁ ଆମେରିକା ଯୁକ୍ତରାଷ୍ଟ୍ରର ଜେରୀ ମିକାଙ୍କ ସହାୟତାରେ ଆମେରିକା ଯାଇ ରହିଥିଲେ । ସେମାନେ ଡ୍ରପର ନାମକ ଉତାହର ଏକ ସ୍ଥାନରେ ରହନ୍ତି । [୪][୫]
ଏପ୍ରିଲ ୨୦୦୯ରେ ସେ " ଅପା ଶେରପା ଫାଉଣ୍ଡେସନ" ନାମକ ଏକ ପ୍ରତିଷ୍ଠାନ ଖୋଲିଥିଲେ । ଏହା ଜରିଆରେ ସେ ନେପାଲ ଅଧିବାସୀଙ୍କ ଶିକ୍ଷା ଓ ଅର୍ଥିକାବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ଅପା ନିଜେ Diamond Mold ନାମକ କାରଖାନାରେ କାମ କରିଥାନ୍ତି । [୬][୭]
ପର୍ବତାରୋହଣ ଜୀବନ
[ସମ୍ପାଦନା]ଅପା ପ୍ରଥମ ଥର ଏଭେରେଷ୍ଟ ଶିଖରକୁ ତାଙ୍କର ଚତୁର୍ଥ ଉଦ୍ୟମରେ ସଫଳ ହେଲେ । ସେ ମେ ୧୦, ୧୯୯୦ରେ ନିଉଜିଲାଣ୍ଡ ଦଳ ସହ ରବ ହଲ , ଓ ଏଡମଣ୍ଡ ହିଲାରୀ ଙ୍କ[୮] ପୁତ୍ର ପିଟର ହିଲାରୀଙ୍କ ସହ ଯାଇଥିଲେ ।ସେ ଅନେକ ଅଭିଯାନରେ ମୁଖ୍ୟ ଶେରପା ଭାବରେ ଯାଇଥିଲେ । ସେ ୧୯୯୦ରୁ ୨୦୧୧ ମଧ୍ୟରେ ପ୍ରତିବର୍ଷ ଏଭେରେଷ୍ଟ ଶିଖର ପହଞ୍ଚିଥିଲେ । ୨୦୧୦ ପରେ ବେଶୀ ବରଫ ତରଳିବା କାରଣରୁ ଏଭେରେଷ୍ଟ ଆରୋହଣ ଅଧିକ କଠିଣ ହେଇଯାଉଥିବା କଥା ସେ କହିଥିଲେ । ଏହା ଗ୍ଲୋବାଲ ୱାର୍ମିଂର ଏକ ପରିଚାୟକ ।
ମାଉଣ୍ଟ ଏଭେରେଷ୍ଟ ଆରୋହଣ ସମୂହ
[ସମ୍ପାଦନା]ଅପା ସମୁଦାଯ ୨୧ ଥର ଏଭେରେଷ୍ଟ ଶ୍ରୁଙ୍ଗ ଆରୋହଣ କରିଛନ୍ତି । ନିମ୍ମରେ ତାହାର ଏକ ସାରଣୀ ପ୍ରଦତ୍ତ ।
# | Date | Expedition |
---|---|---|
1 | May 10, 1990 | International |
2 | May 8, 1991 | Sherpa Support/American Lhotse |
3 | May 12, 1992 | New Zealand |
4 | October 7, 1992 | Everest International |
5 | May 10, 1993 | American |
6 | October 10, 1994 | Everest International |
7 | May 15, 1995 | American On Sagarmatha |
8 | April 26, 1997 | Indonesian |
9 | May 20, 1998 | EEE |
10 | May 26, 1999 | Asian-Trekking |
11 | May 24, 2000 | Everest Environmental Expedition |
12 | May 16, 2002 | Swiss Everest 50th Anniversary Expedition 1952–2002 |
13 | May 26, 2003 | American Commemorative Expedition |
14 | May 17, 2004 | Dream Everest Expedition 2004 |
15 | May 31, 2005 | Climbing for a cure |
16 | May 19, 2006 | Team No Limit |
17 | May 16, 2007 | Super Sherpas |
18 | May 22, 2008 | The Eco Everest Expedition |
19 | May 21, 2009 | The Eco Everest Expedition |
20 | May 22, 2010 | The Eco Everest Expedition |
21 | May 11, 2011 | The Eco Everest Expedition |
ପୁନଶ୍ଚ ଦେଖଣା
[ସମ୍ପାଦନା]- List of Mount Everest summiters by number of times to the summit
- List of 20th-century summiters of Mount Everest
- Lhakpa Sherpa
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "The Sherpas of Everest Series: Apa Sherpa". EverestHistory.com. Archived from the original on 2009-06-25. Retrieved 2009-05-21.
{{cite news}}
: More than one of|accessdate=
and|access-date=
specified (help) - ↑ "The world's most renowned Sherpa talks Mt. Everest". Washington Post. 5 May 2014. Retrieved 2016-03-01.
{{cite news}}
: More than one of|accessdate=
and|access-date=
specified (help) - ↑ "World Record: Apa Sherpa's Everest summit no 21". Archived from the original on 2017-06-30. Retrieved 2016-11-05.
- ↑ "Sixteen summits later:Everest climber begins a new life in Utah". The Santa Fe New Mexican. 2006-12-28.
- ↑ Gorrell, Mike. "Climber from Nepal reaches for personal summit in SLC". The Salt Lake Tribune. Archived from the original on 18 May 2009. Retrieved 2009-05-21.
{{cite news}}
: More than one of|accessdate=
and|access-date=
specified (help) - ↑ [୧] Archived 2010-11-12 at the Wayback Machine.Wayback Machine.
- ↑ [୨][dead link]
- ↑ "Another man conquers highest peak". Aiken Standard. 10 May 1990.