ଅନୁ ଆଗା
ଅନୁ ଆଗା | |
---|---|
ସାଂସଦ, ରାଜ୍ୟସଭା | |
କାର୍ଯ୍ୟକାଳ 27 ଏପ୍ରିଲ 2012 – 26 ଏପ୍ରିଲ 2018 | |
ନିର୍ବାଚନ ମଣ୍ଡଳୀ | ମନୋନୀତ |
ସଦସ୍ୟ, ଜାତୀୟ ପରାମର୍ଶଦାତା ପରିଷଦ | |
କାର୍ଯ୍ୟକାଳ ୨୦୧୦ – ୨୦୧୪ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମୁମ୍ବାଇ, ଭାରତ | ୩ ଅଗଷ୍ଟ ୧୯୪୨
ଜାତୀୟତା | ଭାରତୀୟ |
ଘର | ପୁଣେ, ଭାରତ |
ଶିକ୍ଷାନୁଷ୍ଠାନ | ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ |
ବୃତ୍ତି | ପୂର୍ବତନ ଚେୟାରମ୍ୟାନ୍, ଥର୍ମାକ୍ସ ଲିମିଟେଡ୍, ସାମାଜିକ କର୍ମୀ |
ଅନୁ ଆଗା (ଜନ୍ମ ୩ ଅଗଷ୍ଟ ୧୯୪୨) ଜଣେ ଭାରତୀୟ କୋଟିପତି ବ୍ୟବସାୟୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା, ଯିଏ ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ଚେୟାରମ୍ୟାନ ଭାବରେ ଶକ୍ତି ଏବଂ ପରିବେଶ ଇଞ୍ଜିନିୟରିଂ ବ୍ୟବସାୟ ଥର୍ମାକ୍ସର ନେତୃତ୍ୱ ନେଇଥିଲେ ।[୧][୨] ସେ ଆଠ ଜଣ ଧନୀ ଭାରତୀୟ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ୨୦୦୭ ମସିହାରେ ଫୋର୍ବସ ପତ୍ରିକାରେ ତାଙ୍କର ସମ୍ପତ୍ତି ମୂଲ୍ୟ ଅନୁଯାୟୀ ସେ ୪୦ ଜଣ ଧନୀ ଭାରତୀୟଙ୍କ ମଧ୍ୟରେ ଜଣେ ଥିଲେ ।[୩][୪] ତାଙ୍କୁ ASSOCHAMର ସର୍ବ ମହିଳା "ୱିଙ୍ଗ ଅଲ ଲେଡିଜ ଲିଗ"ଦ୍ୱାରା ମୁମ୍ବାଇ ଓମେନ ଅଫ ଦି ଇୟର ଆଚିଭର୍ସ ପୁରସ୍କାର ପ୍ରଦାନ କରାଯାଇଥିଲା ।[୫]
ଥର୍ମାକ୍ସରୁ ଅବସର ନେବା ପରେ ସେ ସାମାଜିକ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୨୦୧୦ ମସିହାରେ ତାଙ୍କୁ ଭାରତ ସରକାରଙ୍କଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୬] ସେ ବର୍ତ୍ତମାନ ଟିଚ ଫର ଇଣ୍ଡିଆର ଚେୟାରମ୍ୟାନ ଅଛନ୍ତି ।[୭] ସେ ୨୬ ଏପ୍ରିଲ ୨୦୧୨ ମସିହାରେ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କଦ୍ୱାରା ଭାରତୀୟ ସଂସଦ ଗୃହ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।[୮]
ପ୍ରାଥମିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ଅନୁ ଆଗା ୩ ଅଗଷ୍ଟ[୯] ୧୯୪୨ ମସିହାରେ ବମ୍ବେରେ ଏକ ଉଚ୍ଚ ମଧ୍ୟବିତ୍ତ ପାର୍ସୀ ଜୋରୋଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧୦][୧୧]
ସେ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରୁ ଅର୍ଥନୀତିରେ ବିଏ, ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (TISS)ରୁ ମେଡିକାଲ ଏବଂ ସାଇକ୍ରେଟ୍ରିକ ସୋସିଆଲ ୱାର୍କରେ ମାଷ୍ଟର ହାସଲ କରିଛନ୍ତି । ସେ ଜଣେ ଫୁଲବ୍ରାଇଟ ସ୍କୋଲାର ଥିଲେ ଏବଂ ଆମେରିକାରେ ଚାରିମାସ ଅଧ୍ୟୟନ କରିଥିଲେ ।
ବୃତ୍ତି
[ସମ୍ପାଦନା]ଅନୁ ୧୯୮୫ ମସିହାରେ ଥର୍ମାକ୍ସରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରେ ୧୯୯୧ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଏହାର ମାନବ ସମ୍ବଳ ବିଭାଗର ନେତୃତ୍ୱ ନେଇଥିଲେ । ଅନୁ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରେ ରହି ସାମାଜିକ କାର୍ଯ୍ୟରେ ଜଡିତ ଅଛନ୍ତି ।
ରାଜ୍ୟସଭାରେ ସାଂସଦ ଭାବରେ ସେ ନିମ୍ନଲିଖିତ କମିଟିରେ କାର୍ଯ୍ୟ କରିଥିଲେ
- ସଦସ୍ୟ, କମିଟି, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ (ମେ ୨୦୧୨ - ମେ ୨୦୧୪) ଏବଂ (ସେପ୍ଟେମ୍ବର ୨୦୧୪ - ବର୍ତ୍ତମାନ)
- ସଦସ୍ୟ, ପିଲାମାନଙ୍କ ଉପରେ ସଂସଦୀୟ ଫୋରମ୍ (ଅଗଷ୍ଟ ୨୦୧୨ - ମେ ୨୦୧୪)
- ସଦସ୍ୟ, ମହିଳା ସଶକ୍ତିକରଣ କମିଟି (ସେପ୍ଟେମ୍ବର ୨୦୧୨ - ସେପ୍ଟେମ୍ବର ୨୦୧୩)
- ସଦସ୍ୟ, ବାଣିଜ୍ୟ କମିଟି (ଅଗଷ୍ଟ - ଡିସେମ୍ବର ୨୦୧୨)
ପୁରସ୍କାର
[ସମ୍ପାଦନା]ମୁମ୍ବାଇ ମହିଳା ଦଶାବ୍ଦୀ ଆଚିଭର୍ସ ପୁରସ୍କାର Anu Aga ।
'ପାୱାର ବ୍ରାଣ୍ଡ: ଭାରତୀୟ ନେତୃତ୍ୱ ଏବଂ ଚାଣକ୍ୟ ପାଇଁ ଭାରତ ମାନବତା ବିକାଶ ପୁରସ୍କର (BMVP) - ସଂସ୍କରଣ ୨୦୧୯' ।[୧୨]
୨୦୧୦ ମସିହାରେ ପଦ୍ମଶ୍ରୀ ପୁରସ୍କାର ।
୨୦୧୫ ମସିହାରେ MAEERର MIT ଗ୍ରୁପ୍, ପୁଣେଦ୍ୱାରା ଆଜୀବନ ସଫଳତା ପୁରସ୍କାର ।
ଆଧାର
[ସମ୍ପାଦନା]- ↑ "Anu Aga". Forbes (in ଇଂରାଜୀ). 6 March 2018. Retrieved 2018-08-22.
- ↑ "Anu Aga passes Thermax baton to new chairperson". The Indian Express. 5 October 2004.
- ↑ "India's Richest". Forbes. 14 November 2007. p. 2.
- ↑ Vashisht, Pooja (9 February 2004). "Anu Aga and triumph of the spirit". The Times of India.
- ↑ "Women of the Decade". Archived from the original on 19 February 2014.
- ↑ "This Year's Padma Awards announced" (Press release). Ministry of Home Affairs. 25 January 2010.
- ↑ "Board of Directors | Teach for India". Archived from the original on 11 March 2012. Retrieved 2012-03-03.
- ↑ "Nominated (Rajya Sabha) - Statement as on 03/02/2014". Govt. of India. Archived from the original on 22 February 2014. Retrieved 2014-02-04.
- ↑ "On Anu Aga's Birthday, a Message From Her Close Friend Rahul Bajaj". The Quint (in ଇଂରାଜୀ). 3 August 2017. Retrieved 2019-01-03.
- ↑ https://www.hurunindia.net/single-post/2017/09/07/Anu-Aga [dead link]
- ↑ https://archive.india.gov.in/govt/rajyasabhampbiodata.php?mpcode=2227 [dead link]
- ↑ Global, Thermax. "Engineering solutions for heating, boilers, cooling, water & waste management, specialty chemicals, air pollution control". Thermaxglobal (in ଆମେରିକୀୟ ଇଂରାଜୀ). Retrieved 2022-04-13.