Jump to content

ହୁମାଇରା ହିମୁ

ଉଇକିପିଡ଼ିଆ‌ରୁ
୨୧:୧୫, ୧୧ ନଭେମ୍ବର ୨୦୨୪ ବେଳେ Ssgapu22 (ଆଲୋଚନା | ଅବଦାନ) (removed Category:Bangladeshi television actresses; added Category:ବଙ୍ଗଳାଦେଶର ଅଭିନେତ୍ରୀ using HotCat) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ହୁମାଇରା ହିମୁ
হুমাইরা হিমু
ଜନ୍ମ
ହୁମାଇରା ନୁସରତ ହିମୁ

(1985-11-23)୨୩ ନଭେମ୍ବର ୧୯୮୫
ଲକ୍ଷ୍ମୀପୁର, ବଙ୍ଗଳାଦେଶ
ମୃତ୍ୟୁ୨ ନଭେମ୍ବର ୨୦୨୩(2023-11-02) (ବୟସ ୩୭)
ମୃତ୍ୟୁର କାରଣଫାଶୀ ଦ୍ୱାରା ଆତ୍ମାହତ୍ୟା
ଜାତୀୟତାବାଂଲାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫–୨୦୨୩

ହୁମାଇରା ନୁସରତ ହିମୁ (ହୁମାଇରା ହିମୁ ଭାବରେ ମଧ୍ୟ ଜଣାଶୁଣା; ୨୩ ନଭେମ୍ବର ୧୯୮୫ – ୨ ନଭେମ୍ବେର ୨୦୨୩)[] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଥିଲେ । ସେ ଟେଲିଭିଜନ୍ ଓ କଥାଚିତ୍ରରେ ଅଭିନୟ କରୁଥିଲେ । ୨୦୧୧ ମସିହାରେ, ସେ ଆମାର ବନ୍ଧୁ ରାଶେଦ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଡିବି, ସଂଘତ, ଚେୟାରମ୍ୟାନ ବାରି, ବତିଘରଶୋନେନା ଶେ ଶୋନେନା ଭଳି ଟିଭି ଡ୍ରାମାରେ ଅଭିନୟ କରିଥିଲେ ।[][][]

ହିମୁ ୧୯୮୫ ମସିହା ନଭେମ୍ବର ୨୩ ତାରିଖରେ ଲକ୍ଷ୍ମୀପୁର ଜିଲ୍ଲାରେ ସନା ଉଲ୍ଲା ଓ ଶମିମ ଆରା ଚୌଧୁରୀଙ୍କର ଏକମାତ୍ର ସନ୍ତାନ ଭାବରେ ଜନ୍ମଗ୍ରହଣ କରିଥିଲେ ।[] ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ । ସେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ- ହାଇଫାଇ କୁଟୁକ୍ ଶିଳ୍ପଗୋଷ୍ଠୀ ଆଣ୍ଡ୍ ଫ୍ରେଣ୍ଡସ୍ ନାଟ୍ୟଗୋଷ୍ଠୀରେ କାର୍ଯ୍ୟ କରିଥିଲେ ।[]

୧୯୯୯ ମସିହାରେ, ସେ ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରେ ଢାକା ଚାଲି ଆସିଥିଲେ । ସେ ନାଗରିକ ନାଟ୍ୟଙ୍ଗନ ସମେତ ଅନେକ ଥିଏଟର ଗ୍ରୁପରେ କାମ କରିଥିଲେ ।[]

ହିମୁ ଅଧିକାଂଶ ସମୟରେ ଟେଲିଭିଜନ ଡ୍ରାମାରେ କାମ କରୁଥିଲେ । ସେ 'ପାଇ' ଜରିଆରେ ଟେଲିଭିଜନ ଡ୍ରାମାରେ ଡେବ୍ୟୁ କରିଥିଲେ ଏବଂ ୨୦୧୧ ମସିହାରେ ତୋରୁ ଅପା ଭୂମିକାରେ ଆମାର ବନ୍ଧୁ ରାଶେଦ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[][][]

ମୃତ୍ୟୁ

[ସମ୍ପାଦନା]

୨ ନଭେମ୍ବର ୨୦୨୩ ରେ ୩୭ ବର୍ଷ ବୟସରେ ହିମୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।[] ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ବିତର୍କ ଚାଲିଥିଲା । ସେପ୍ଟେମ୍ବର ୨୦୨୪ରେ, ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ନିଶ୍ଚିତ ହୋଇଥିଲା ।[]

ଟିଭି ଧାରାବାହିକ

[ସମ୍ପାଦନା]
  • ଡିବି
  • ସୋନାଘାଟ
  • ଚେୟାରମ୍ୟାନ ବାଡ଼ି
  • ବତିଘର
  • ଶୋନେନା ସେ ଶୋନେନା
  • କମେଡ଼ି-୪୨୦
  • ଚାପାବାଜ
  • ଛାୟାବିବି
  • ଏକ କପ ଚା
  • ଏ କେମନ ପ୍ରତିଦାନ
  • ହୁଲୋ ବିଡ଼ାଲ
  • ପାଗଲା ପ୍ରେମିକ
  • ଉପହାର
  • ହାଲଖାତା
  • ଦାନବୀର ଏଖନ ନିଃସ୍ୱ
  • ବାବର ଆଲୀର ବିୟେ
  • ସ୍ୟାଲୁଟ୍
  • ନୟା ଲାଇଲି ମଜନୁ
  • ହକାର ଅବ୍ଦୁଲ ହାଇ
  • ଗିଟ୍ଟୁ ସେଲିମ
  • ମନଓ ଚୋରା ଗଲି
  • ସୁରେର ଫେରିଓୟାଲା
  • ଛାୟାବିବି
  • ଗାନାଦାର
  • ଲେଟ୍ ମ୍ୟାରେଜ୍
  • ଭୁତେର ଗ୍ରାମ
  • ଛାୟାବୀଥି
  • ପିଆଇ
  • ଶୋଧ
  • ଚୁପି ଚୁପି
  • ନିର୍ବିକାର ମାନୁଷ
  • ସ୍କ୍ୟାଣ୍ଡେଲ
  • ଉତ୍ତରାଧିକାର
  • ଝୁଲନ୍ତ ବାବୁରା
  • ଭୂତେର ବାଡ଼ି
  • ବାଘା ଶେର
  • ଗାଁୟେର ମାନୁଷ
  • ଗାୟେନ
  • ଜତିଷ ରାଜ ଟିପୁ ସୁଲତାନ
  • ପାରଦ ଫୁଲେର ଘ୍ରାଣ

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ନିର୍ଦ୍ଦେଶକ ମନ୍ତବ୍ୟ
୨୦୧୪ ଏକ କାପ ଚା ରୋଜି ନଈମ ଇମତିୟାଜ ନେୟାମୁଲ
୨୦୧୧ ଆମାର ବନ୍ଧୁ ରାଶେଦ ଅରୁ ଆପା ମୋରଶେଦୁଲ ଇସଲାମ
  1. ୧.୦ ୧.୧ ୧.୨ ୧.୩ "Humaira Himu's mysterious death: One arrested". Prothomalo (in ଇଂରାଜୀ). 3 November 2023. Retrieved 3 November 2023.
  2. "Humaira Himu joins DB". Dhaka Tribune. 1 May 2014. Retrieved 17 May 2019.
  3. ୩.୦ ୩.୧ Shazu, Shah Alam (11 December 2016). "HIMU busy with TV projects". The Daily Star.
  4. "Bangladeshi Actor Humaira Himu Dies Mysteriously At 37: Report". NDTV news.
  5. ୫.୦ ୫.୧ "মায়ের কবরের পাশে সমাহিত অভিনেত্রী হোমায়রা হিমু". Prothomalo (in Bengali). 4 November 2023. Retrieved 5 November 2023.
  6. "Actress Humaira Himu dies". The Business Standard (in ଇଂରାଜୀ). 2 November 2023. Retrieved 2 November 2023.
  7. "হোমায়রা হিমুর সঙ্গে তাঁর বন্ধুর মনোমালিন্য চলছিল: র‍্যাব". Prothomalo (in Bengali). 3 November 2023. Retrieved 5 November 2023.