Jump to content

ସରବଜିତ ସିଂହ

ଉଇକିପିଡ଼ିଆ‌ରୁ

ସରବଜିତ ସିଂହ
ଜନ୍ମ
Sarabjit Singh

1963 or 1964[]
ମୃତ୍ୟୁ୨ ମଇ ୨୦୧୩(୨୦୧୩-୦୫-୦୨)[] (aged 49)
Lahore, Punjab, Pakistan
ଜାତୀୟତାIndian
ଅପରାଧ ଜରିମାନାDeath sentence
Criminal statusSpying and bombing in Pakistan
Conviction(s)Espionage and terrorism

ସରବଜିତ ସିଂ (୧୯୬୩ କିମ୍ବା ୧୯୬୪ - ୨ ମଇ ୨୦୧୩) (ପାକିସ୍ତାନ ଦ୍ଵାରା ମଞ୍ଜିତ ସିଂ ନାମିତ କରଯାଇଥିଲା ।)[][][] ଜଣେ ଭାରତୀୟ ନାଗରିକ ଅଟନ୍ତି । ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ଆଦେଶ ଦିଆଯାଇଥିଲା । ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋଟରେ ୧୪ ଜଣ ସାଧାରଣ ଜନତାଙ୍କୁ ମାରିଦବାର ଦୋଷ ଦିଆଯାଇଥିଲା । କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲ୍ ବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ । ଅସ୍ପଷ୍ଟ ଭାରତୀୟ ସୂତ୍ରରୁ ପ୍ରକାଶ ଥିଲା କି ସରବଜିତ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ(ର) ପାଇଁ କାମ କରୁଥିଲେ ।[][] ପାକିସ୍ତାନ ଉଚ୍ଚନ୍ୟାୟାଳୟ ତରଫରୁ ସରବଜିତଙ୍କୁ ୧୯୯୧ରେ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । କିନ୍ତୁ ତାଙ୍କ ଫାଶୀ ପାକିସ୍ତାନ ସରକାର ତରଫରୁ ବାରମ୍ବାର ସ୍ଥଗିତ କରାଯାଉଥିଲା । କିନ୍ତୁ କୋତ ଲଖପତ ଜେଲରେ ତାଙ୍କୁ ସାଥି କଏଦୀ ମାନେ ଆକ୍ରମଣ କରିଥିଲେ ଓ ୬ ଦିନ ଲାହୋର ହସ୍ପିଟାଲରେ ରହିବା ପରେ ୨୦୧୩ ଏପ୍ରିଲରେ ତାଙ୍କ ମୃତ୍ୟୁ ହୋଇଥିଲା ।[]

ତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ ଚଳଚିତ୍ର ପ୍ରକାଶ କରାଯାଇଅଛି । ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ତାଙ୍କ ଭଉଣୀ ଦଲବୀର ସିଂ, ରନବୀର ହୂଡାରିଚା ଚଡା ସରବଜିତ ଓ ତାଙ୍କ ପତ୍ନୀ ସୁଖପ୍ରୀତ ଭୂମିକାରେ ଅଭିନୟ କରିଛନ୍ତି ।[][][୧୦]

ଜୀବନୀ ଓ ପରିବାର

ସରବଜିତ ଭିଖିୱିଣ୍ଡ (ଭାରତ-ପାକିସ୍ତାନ ସୀମା ପଞ୍ଜାବର ଟର୍ନ ତରଣ ଜିଲ୍ଲା)ରେ ଜନ୍ମ ଗ୍ରହଣ କରିଥିଲେ ।[୧୧] ମଲ୍ଲଯୁଦ୍ଧ ଓ ବିଲୁପ୍ତ ପ୍ରାୟ ପାରା ରଖିବା ତାଙ୍କର ସଉକ ଥିଲା । ଭାଗଚାଷୀ ଭାବରେ ସେ ଅନ୍ୟ ମାନଙ୍କ ଜମିରେ ଚାଷକରୁଥିଲେ । ସେ ସୁଖପ୍ରୀତ କୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇ କନ୍ୟା ରତ୍ନ ଥିଲେ (ସ୍ଵପ୍ନଦୀପ ଓ ପୁନମ) । ସରବଜିତଙ୍କ ମୁକ୍ତି ପାଇଁ ତାଙ୍କ ଭଉଣୀ ଦଳବୀର ସିଂ ୧୯୯୧ରୁ ୨୦୧୩ ପର୍ଯ୍ୟନ୍ତ ଲଢେଇ କରିଚାଲିଥିଲେ । [୧୨].[୧୩][୧୪]

ଗିରଫ ଓ ମାମଲା ରୁଜୁ

ସରବଜିତ ଭାରତ-ପାକିସ୍ତାନ ସୀମାରେ ଏକ ଅଗୋଚର ରୂପରେ ପାକିସ୍ତାନର କସୁର ଠାରେ ରେଞ୍ଜର ମାନଙ୍କ ଦ୍ଵାରା ଧରାପଡିଥିଲେ ।[୧୪] ତାଙ୍କ ସମର୍ଥକ ମାନେ ଦାବି କରିଥିଲେ ଯେ ସରବଜିତ ନିସାସକ୍ତ ଅବସ୍ଥାରେ ଭୁଲ୍ ବଶତଃ ପାକିସ୍ତାନ ପଳାଇଥିଲେ ଓ ଯେଉଁଠି ତାଙ୍କୁ ସନ୍ଦେହରେ ମଞ୍ଜିତ ନାମରେ ନାମିତ କରାଯାଇ ଗିରଫ କରଯାଇଥିଲା ।[୧୩] ତାଙ୍କ ଯିବାର ପ୍ରାୟ ୯ ମାସ ପର୍ଯ୍ୟନ୍ତ ତାଙ୍କ ପରିବାର ତାଙ୍କୁ ପାଗଳପ୍ରାୟ ଖୋଜି ବାକୁ ଚେଷ୍ଟା କରିଥିଲେ ଓ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ ।[୧୪] ପ୍ରାୟ ୧ ବର୍ଷ ପରେ ତାଙ୍କ ଭଉଣୀ ଦଲଜିତ ସରବଜିତଙ୍କ ହାତ ଲେଖା ଚିଠି ପାଇଲେ ଓ ଜାଣିବାକୁ ପାଇଲେ ଯେ ସରବଜିତ ପାକିସ୍ତାନରେ ବୋମା ବିସ୍ଫୋରଣ ଅପରାଧରେ ଭୁଲରେ ମଞ୍ଜିତ ପରିଚୟ ନେଇ ଜେଲରେ ଅଛନ୍ତି ଓ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଅଛି ।[୧୫] .[୧୩]

ଅନ୍ୟ ଏକ ତଥ୍ୟରୁ ପ୍ରକା କି ସରବଜିତଙ୍କୁ ପ୍ରଥମେ ବେଆଇନ ଭାବରେ ଭାରତ-ପାକିସ୍ତାନ ସୀମା ଅତିକ୍ରମ ଅଭିଯୋଗରେ ଗିରଫ କରଯାଇଥିଲା । କିନ୍ତୁ ୮ ଦିନ ପରେ ପାକିସ୍ତାନ ପୋଲିସ ୧୯୯୦ରେ ଲାହୋର ଓ ଫଇସଲାବାଦରେ ହୋଇଥିବା ବୋମା ବିସ୍ଫୋରଣ ଅପରାଧରେ ଦୋଷୀ କରାଇଦେଇଥିଲା ।[୧୬] ତାଙ୍କୁ ମଞ୍ଜିତ ସିଂ ରୂପରେ ଗିରଫ କରାଯାଇଥିଲା ଓ ଫାଶୀ ଦଣ୍ଡ ଦିଆଯାଇଥିଲା । ପରେ ମଞ୍ଜିତ ସିଂକୁ ପ୍ରଥମେ କାନାଡା ଓ ପରେ ଭାରତରେ ଗିରଫ କରଯାଇଥିଲା । [୧୭] .[୧୮][୧୯]

ମୃତ୍ୟୁ ଦଣ୍ଡାଦେଶ

୧୯୯୧ରେ ସରବଜିତଙ୍କୁ ପାକିସ୍ତାନ ପାକିସ୍ତାନ ସେନା ଅଧିନିୟମ ଅନୁସାରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।[୧୫] କିନ୍ତୁ ତାଙ୍କ ମୃତ୍ୟୁ ଦଣ୍ଡାଦେଶ ପ୍ରଥମେ ଉଚ୍ଚ ନାୟାଳୟ ଓ ପରେ ସୁପ୍ରିମ କୋର୍ଟ ତରଫରୁ ସ୍ଥଗିତ ରଖାଯାଇଥିଲା । ମାର୍ଚ ୨୦୦୬ରେ ସରବଜିତଙ୍କ ଓକିଲ ଉପସ୍ଥିତି ନଥିବାରୁ ସୁପ୍ରିମ କୋର୍ଟ ସରବଜିତଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ପିଟିସନ ଖାରଜ କରିଦେଇଥିଲେ ।[୨୦] .[୨୧]

ପ୍ରଶିକ୍ଷଣ ଓ ସମସ୍ୟା

ପାକିସ୍ତାନ ମାନବ ଅଧିକାରର କର୍ମୀ ଅଂଶର ବୁରନେ ଦାବି କରିଥିଲେକି ସରବଜିତ କୌଣସି ବୋମା ବିସ୍ଫୋରଣ ଅପରାଧରେ ଜଡିତ ନାହାନ୍ତି ଓ ୩୦ ଅଗଷ୍ଟ ୧୯୯୦ରେ କସୁର ଠାରେ ତାଙ୍କୁ ବେଆଇନ ଭାବରେ ପାକିସ୍ତାନ ସୀମାରେ ପଶିଯିବା ପାଇଁ ଗିରଫ କରଯାଇଥିଲା । ସେ ଆହୁରି ମଧ୍ୟ ଦାବି କରିଥିଲେ କି ୮ ଦିନ ପରେ ପୋଲିସ ତାଙ୍କୁ ଆତଙ୍କବଦୀର ଆଖ୍ୟା ଦେଇ ବୋମା ବିସ୍ଫୋରଣ ଅପରାଧରେ ଗିରଫ କରିଥିଲା । ଆଉ ଜଣେ ବ୍ରିଟିଶ ଓକିଲ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଳନ କରିଥିଲେ ଓ ଅନେକ ଅସୁବିଧାର ସମୁଖୀନ ହୋଇଥିଲେ ।

ଆଧାର

  1. ୧.୦ ୧.୧ "Obituary: Sarabjit Singh". BBC News. 2 ମଇ 2013. Retrieved 5 ମଇ 2013.
  2. "Sarabjit Singh dead". Mumbaivoice.com. 2 ମଇ 2013. Retrieved 2 ମଇ 2013.
  3. "For Pakistan, Sarabjit was always Manjit". 3 May 2013, 18:57:07. indiatvnews.com. Retrieved 3 ମଇ 2013.
  4. News Desk Pakistan (2 May 2013 Last updated at). "Sarabjit Singh: Indian 'spy' dies after Pakistan attack". BBC Pakistan Department. Retrieved 2 May 2013. Pakistan says his real name was Manjit Singh..BBC Quoted {{cite news}}: Check date values in: |date= (help)
  5. Web Edition (29 June 2012 – Updated 1148 PKT). "Sarabjit Singh is a terrorist: Surjeet". The News International 2012. Retrieved 2 May 2013. According to the testament of his fellow spy operatives, Surjeet Singh, confirming that Sarabjit Singh is a terrorist and terrorists are neither released by India nor Pakistan.... {{cite news}}: Check date values in: |date= (help)
  6. staff (2 ମଇ 2013). "Sarabjit Singh, how a terrorist becomes a hero". Voice of Journalist. Retrieved 2 ମଇ 2013.
  7. staff. "Last rites for India's 'spy' Sarabjit Singh who never came home". web news. Retrieved 2 ମଇ 2013.
  8. Priya Gupta (4 ଜୁନ 2015). "Aishwarya Rai Bachchan to play the role of Dalbir Kaur in Omung Kumar's 'Sarbjit' biopic". The Times of India.
  9. "Aishwarya Rai Bachchan to play Sarabjit Singh's sister in biopic". mid-day. 5 ଜୁନ 2015.
  10. "Randeep Hooda to play Aishwarya Rai Bachchan's brother in Sarabjit biopic". The Indian Express. 24 ଜୁନ 2015.
  11. "Sarabjit's family meets Krishna". The Times of India. 28 ଜୁନ 2012. Retrieved 28 ଜୁନ 2012.
  12. ଆଧାର ଭୁଲ: ଅଚଳ <ref> ଚିହ୍ନ; about_him ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  13. ୧୩.୦ ୧୩.୧ ୧୩.୨ "Sister visits condemned Indian Sarabjit in Lahore jail". BBC News. 16 ଜୁନ 2011. Retrieved 26 ଜୁନ 2012.
  14. ୧୪.୦ ୧୪.୧ ୧୪.୨ Jolly, Asit (2 ମଇ 2013). "Dalbir Kaur, whose fight for her brother Sarabjit Singh, ended with tears". India Today. Retrieved 2 ମଇ 2013.
  15. ୧୫.୦ ୧୫.୧ "Sarabjit Singh's body reaches Amritsar, protests held across India". CNN-IBN. 2 ମଇ 2013. Retrieved 2 ମଇ 2013.
  16. ଆଧାର ଭୁଲ: ଅଚଳ <ref> ଚିହ୍ନ; CNN_witness ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  17. "EXCLUSIVE: Sarabjit's letter exposes Pakistan and its lies". Dainik Bhaskar. 2 ମଇ 2013. Retrieved 2 ମଇ 2013.
  18. "Rattu arrest boosts hopes for Sarabjit's release". The Hindu. 17 ଡିସେମ୍ବର 2010. Retrieved 2 ମଇ 2013.
  19. "New twist in Sarabjit Singh case with arrest of 'fraudster'". India Today. 17 ଡିସେମ୍ବର 2010. Retrieved 2 ମଇ 2013.
  20. "UK lawyer takes up case of condemned Indian". BBC News. 26 ଡିସେମ୍ବର 2009. Retrieved 26 ଜୁନ 2012.
  21. "Sarabjit files fresh plea, seeks mercy on Pak I-day". 13 ଜୁଲାଇ 2012. Retrieved 13 ଜୁଲାଇ 2012.