ରୋଜା ରମଣୀ
ରୋଜା ରମଣୀ | |
---|---|
రోజా రమణి | |
ଜନ୍ମ | |
ଅନ୍ୟ ନାମ | ଚେମ୍ବରୁଥି,ଶୋବନା |
ବୃତ୍ତି | ଅଭିନେତ୍ରୀ |
ବୈବାହିକ-ସାଥୀ | ଚକ୍ରପାଣି |
ସନ୍ତାନ | ତରୁଣ କୁମାର and ଅମୂଲ୍ୟ |
ରୋଜା ରମଣୀ (ଜନ୍ମ ୧୬ ସେପ୍ଟେମ୍ବର ୧୯୫୯) ଜଣେ ଦକ୍ଷିଣ ଭାରତୀୟ ଚଳଚିତ୍ରର ଅଭିନେତ୍ରୀ ଅଟନ୍ତି । ମୁଖ୍ୟତଃ ସେ ତେଲୁଗୁ ସିନେମାରେ ଅଭିନୟ କରନ୍ତି । ୧୯୬୭ରେ ଭକ୍ତ ପ୍ରହଲ୍ଲାଦ ଚଳଚିତ୍ର ପାଇଁ ସେ ଶ୍ରେଷ୍ଠ ଜାତୀୟ ଶିଶୁ କଳାକାର ପୁରସ୍କାର ପାଇଥିଲେ । ୧୯୭୦-୮୦ ବେଳକୁ ସେ ତେଲୁଗୁ,ତାମିଲ,ମାଲୟାଲମ ଓ କନ୍ନଡ ଫିଲ୍ମରେ ଅଭିନୟ କରୁଥିଲେ । ୪୦୦ରୁ ଅଧିକ ଫିଲ୍ମରେ ସେ ଡ଼ବିଙ୍ଗ କଳାକାର ଭାବରେ କାମ କରିଛନ୍ତି । ବ୍ଲୁକ୍ରସ ଭଳି ସାମାଜିକ ସଂସ୍ଥାର ସେ ଜଣେ ସଭ୍ୟା ।
ପ୍ରାରମ୍ଭିକ ଜୀବନ
ରୋଜା ମାଡ୍ରାସରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସାମ୍ବାଦିକ ଥିଲେ । ତାଙ୍କର ଦୁଇ ଭାଇ ଭଉଣୀ ଅଛନ୍ତି ।
କ୍ୟାରିୟର
୧୯୬୬ରେ ମାତ୍ର ୫ ବର୍ଷ ବୟସରେ ତେଲୁଗୁ ଭାଷାର ଚିର ସବୁଜ ଚଳଚିତ୍ର ଭକ୍ତ ପ୍ରହଲ୍ଲାଦ ରେ ସେ ଅଭିନୟ କରି ସମସ୍ତଙ୍କୁ ଆକୃଷ୍ଟ କରିଦେଇଥିଲେ । ୧୩ ବର୍ଷ ବୟସରେ ୭୦ରୁ ଅଧିକ ଚଳଚିତ୍ରରେ ସେ ଅଭିନୟ କରିସାରିଥିଲେ ଓ ଏକ ମାଲାୟଲମ ଚଳଚିତ୍ର ଚମ୍ବାରଥି ରେ ନାୟିକା ଭାବରେ ଅଭିନୟ କରିଥିଲା ଯାହା ସେତେବେଳେ ରେକର୍ଡ ସୃଷ୍ଟି କରିଥିଲା । ସେହି ଫିଲ୍ମକୁ ରମଣୀ ଆଉଥରେ ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ କରିଥିଲେ ।