ଶ୍ରୀମନ୍ଦିରର ଗଣେଶ ମନ୍ଦିର
ଶ୍ରୀମନ୍ଦିର ଭିତରେ ଗାଣପତ୍ୟଙ୍କ ପ୍ରଭାବ ରହିଥିବା ଜଣା ଯାଏ। ମନ୍ଦିର ଭିତରେ ଦେଖାଯାଉଥିବା ଗଣପତି ବା ଗଣେଶ ଙ୍କ ଭିତରୁ ଏହା ପୂର୍ବନୁ ମାନ କରାଯାଇଛି। ଶ୍ରୀ ମନ୍ଦିର ଭିତରେ ମୋଟ ୪୫ ଟି ଗଣେଶ ମନ୍ଦିର ଅଛି। ସେମାନକ ଭିତରୁ ଭିତର ବେଢା ରେ ୨୩ ଟି ଓ ବାହାର ବେଢା ରେ ୨୨ ଟି ରହିଛି ।
ଭିତର ବେଢାରେ
- କଳ୍ପବାଟ ଗଣେଶ - ଦକ୍ଷିଣ ଦ୍ଵାର ଭିତର ଗୁମୂଟ ସମୁଖସ୍ତ କଳ୍ପ ବାଟା ତଳେ ଏହି ମନ୍ଦିର ରହି ଅଛି । ପଥର ନିର୍ମିତ ଏହି ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖେ ଅଟନ୍ତି। ଶ୍ରୀ ମନ୍ଦିର ପରିସର ରେ ଥିବା ଅନ୍ୟ ଗଣେଶ ମନ୍ଦିର ଅପେକ୍ଷା ଏହି ମନ୍ଦିର ରେ ଅଧିକ ଭକ୍ତ ଆସିଥାନ୍ତି।
- ଭଣ୍ଡ ଗଣେଶ - ଭଣ୍ଡ ଗଣେଶ ବା କାଞ୍ଚି ଗଣେଶ ମନ୍ଦିରଟି ଭିତର ବେଢା ର ପଶ୍ଚିମ ପାଖରେ ଥିବା ସାକ୍ଷୀ ଗୋପାଳ ମନ୍ଦିରକୁ ଲାଗି ରହିଛି। ରାଜା ପୁରୁଷୋତମ କାଞ୍ଚି ଜୟ କରିଥିବା ବେଳେ ଏହି ଗଣେଶ ଙ୍କୁ ଆଣି ପ୍ରତିଷ୍ଠା କରିଥିବା ନେଇ ଜଣା ଯାଏ।
- ନାଟ ଗଣେଶ - ଭିତର ବେଢା ରେ ଥିବା ଜଳ କ୍ରୀଡାମଣ୍ଡପ ନିକଟରେ ଏହି ମନ୍ଦିର ରହିଛି । କଳା ମୁଗୁନି ପଥର ନିର୍ମିତ ଏହି ନଟ ଗଣେଶ ଅଷ୍ଟଭୁଜ ବିଶିଷ୍ଟ ଓ ଦଖିନାଭିମୁଖୀ ।
- ନୃତ୍ୟ ଭଙ୍ଗୀ ଗଣେଶ - ମା ବିମଳା ମନ୍ଦିର ପ୍ରବେଶ ଦ୍ଵାର ବା ପାର୍ଶ୍ଵ ରେ ଏକ ଠଣାରେ ନୃତ୍ୟ ଭଙ୍ଗିରେ ଏକ କ୍ଷୁଦ୍ର ଗଣେଶ ଦଣ୍ଡାୟମାନ ରହିଛନ୍ତି ସେ । ପୂର୍ବାଭିମୁଖୀ ହୋଇ ଦଣ୍ଡାୟମାନ କରିଛନ୍ତି । ମା ବିମଳାଙ୍କ ଜଗମୋହନ ଭିତର ଗମ୍ଭୀରାର ପ୍ରବେଶ ଦ୍ଵାର ଡାହାଣ ପାଖ କାନ୍ଥରେ ଏକ ଛୋଟ ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ହୋଇ ବିରାଜମାନ କରିଛନ୍ତି। ବଟ ଗଣେଶ ମନ୍ଦିର ଦକ୍ଷିଣ ପୂର୍ବ ଦିଗ ରେ ଥିବା ହରିସହଦେବଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ଵ ଦେବତା ଭାବେ ଗଣେଶ ବିଦ୍ୟ ମାନ ଅଛନ୍ତି।
ସର୍ବମଙ୍ଗଳା (ବଟ ମଙ୍ଗଳା) ମନ୍ଦିର ଜଗମୋହନରେ କ୍ଷୂଦ୍ର ଗଣେଶ ମୂର୍ତ୍ତି ବିଦ୍ୟ ମାନ ଅଛନ୍ତି । ଭିତର ବେଢାର ପଞ୍ଚ ମହାଦେବ ମନ୍ଦିରର ମାର୍କଣ୍ଡେଶ୍ଵର ମନ୍ଦିର ଭିତର କାନ୍ଥ ରେ ପୂର୍ବାବିମୁଖୀ ଏକ କ୍ଷୂଦ୍ର ଗଣେଶ ମୁର୍ତି ପୂଜା ପାଉଥିବା ବେଳେ ମନ୍ଦିର କାନ୍ଥରେ ଗଣେଶଙ୍କର ଚିତ୍ର ପ୍ରତିମା ରହିଅଛି । ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର ପ୍ରବେଶ ଦ୍ଵାର ବାମ ପାର୍ଶ୍ଵରେ ଏକ ଦକ୍ଷିଣାଭିମୁଖୀ ଗଣେଶ ମୂର୍ତ୍ତି ଓ ଉପର ଦିଗରେ ଏକ ଚିତ୍ର ଗଣେଶ ଦୃଶ୍ୟମାନ ହେଉଛନ୍ତି । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଉପର ଅନେକ ଖମ୍ବରେ ୪ଟି ଗଣେଶ ମୂର୍ତି ଅଛନ୍ତି । ମୁକ୍ତିମଣ୍ଡପ ପଛ ପାଖରେ ଥିବା ଏକ ସରଘରେ ଗଣେଶ ମୂର୍ତି ବିଦ୍ୟମାନ । ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାର ଡାହାଣପଟ କାନ୍ଥରେ ପଥର ତିଆରି ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ହୋଇ ରହିଛନ୍ତି। ସେହି ଗୃହର ଉତ୍ତର ପାର୍ଶ୍ଵର ମୂଳମନ୍ଦିର ଗାତ୍ରରେ ୨ଟି ଗଣେଶ ମୂର୍ତି ରହିଛନ୍ତି । ମୁଖ୍ୟମନ୍ଦିର ବିମାନର ଦକ୍ଷିଣପୂର୍ବ ରାହାପାଗ ଅଂଶରେ ତଳୁପ୍ରାୟ ୩୦ ରୁ ୪୦ ଫୁଟ ଉଞ୍ଚରେ ଏକ ଦକ୍ଷିଣାଭିମୁଖୀ ଗଣେଶ ଏବଂ ପା ଭାଗରେ ପଟା ଅଂଶରେ କେତେକ ଦେବାଦେବୀଙ୍କ ସହ ଏକ ଗଣେଶ ମୂର୍ତି ଅବସ୍ଥିତ ।
ଆଧାର
- ପ୍ରମେୟ, ପୃଷ୍ଠା - ୨, ତାରିଖ -