"ସରବଜିତ ସିଂହ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
୬୬ କ ଧାଡ଼ି: | ୬୬ କ ଧାଡ଼ି: | ||
== ଆଧାର == |
== ଆଧାର == |
||
{{ଆଧାର}} |
{{ଆଧାର|2}} |
୧୪:୦୧, ୪ ଜୁନ ୨୦୧୬ ଅନୁସାରେ କରାଯାଇଥିବା ବଦଳ
ସରବଜିତ ସିଂହ | |
---|---|
ଜନ୍ମ | Sarabjit Singh 1963 or 1964[୧] Bhikhiwind, Punjab, India |
ମୃତ୍ୟୁ | ୨ ମଇ ୨୦୧୩[୨] (aged 49) |
ଜାତୀୟତା | Indian |
ଅପରାଧ ଜରିମାନା | Death sentence |
Criminal status | Spying and bombing in Pakistan |
Conviction(s) | Espionage and terrorism |
ସରବଜିତ ସିଂ (୧୯୬୩ କିମ୍ବା ୧୯୬୪ - ୨ ମଇ ୨୦୧୩) (ପାକିସ୍ତାନ ଦ୍ଵାରା ମଞ୍ଜିତ ସିଂ ନାମିତ କରଯାଇଥିଲା ।)[୧][୩][୪] ଜଣେ ଭାରତୀୟ ନାଗରିକ ଅଟନ୍ତି । ସରବଜିତଙ୍କୁ ପାକିସ୍ତାନ ଅଦାଲତ ତରଫରୁ ଜଣେ ଆତଙ୍କବାଦୀ ଓ ଗୁପ୍ତଚର ହବା ଦୋଷରେ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ଆଦେଶ ଦିଆଯାଇଥିଲା । ଲାହୋର ଓ ଫୈସଲାବାଦରେ ହୋଇଥିବା ବୋମା ବିସ୍ଫୋଟରେ ୧୪ ଜଣ ସାଧାରଣ ଜନତାଙ୍କୁ ମାରିଦବାର ଦୋଷ ଦିଆଯାଇଥିଲା । କିନ୍ତୁ ସରବଜିତ ପରେ ଦାବି କରିଥିଲେ ଯେ ସେ ଜଣେ ସାଧାରଣ ଚାଷୀ ଯିଏକି ବୋମା ବିସ୍ଫୋରଣର ୩ ମାସ ପରେ ଭୁଲ୍ ବଶତଃ ପାକିସ୍ତାନରେ ପ୍ରବେଶ କରିଯାଇଥିଲେ । ଅସ୍ପଷ୍ଟ ଭାରତୀୟ ସୂତ୍ରରୁ ପ୍ରକାଶ ଥିଲା କି ସରବଜିତ ଭାରତୀୟ ଗୁଇନ୍ଦା ସଂସ୍ଥା ରିସର୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ(ର) ପାଇଁ କାମ କରୁଥିଲେ ।[୫][୬] ପାକିସ୍ତାନ ଉଚ୍ଚନ୍ୟାୟାଳୟ ତରଫରୁ ସରବଜିତଙ୍କୁ ୧୯୯୧ରେ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । କିନ୍ତୁ ତାଙ୍କ ଫାଶୀ ପାକିସ୍ତାନ ସରକାର ତରଫରୁ ବାରମ୍ବାର ସ୍ଥଗିତ କରାଯାଉଥିଲା । କିନ୍ତୁ କୋତ ଲଖପତ ଜେଲରେ ତାଙ୍କୁ ସାଥି କଏଦୀ ମାନେ ଆକ୍ରମଣ କରିଥିଲେ ଓ ୬ ଦିନ ଲାହୋର ହସ୍ପିଟାଲରେ ରହିବା ପରେ ୨୦୧୩ ଏପ୍ରିଲରେ ତାଙ୍କ ମୃତ୍ୟୁ ହୋଇଥିଲା ।[୭]
ତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ ଚଳଚିତ୍ର ପ୍ରକାଶ କରାଯାଇଅଛି । ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ତାଙ୍କ ଭଉଣୀ ଦଲବୀର ସିଂ, ରନବୀର ହୂଡା ଓ ରିଚା ଚଡା ସରବଜିତ ଓ ତାଙ୍କ ପତ୍ନୀ ସୁଖପ୍ରୀତ ଭୂମିକାରେ ଅଭିନୟ କରିଛନ୍ତି ।[୮][୯][୧୦]
ଜୀବନୀ ଓ ପରିବାର
ସରବଜିତ ଭିଖିୱିଣ୍ଡ (ଭାରତ-ପାକିସ୍ତାନ ସୀମା ପଞ୍ଜାବର ଟର୍ନ ତରଣ ଜିଲ୍ଲା)ରେ ଜନ୍ମ ଗ୍ରହଣ କରିଥିଲେ ।[୧୧] ମଲ୍ଲଯୁଦ୍ଧ ଓ ବିଲୁପ୍ତ ପ୍ରାୟ ପାରା ରଖିବା ତାଙ୍କର ସଉକ ଥିଲା । ଭାଗଚାଷୀ ଭାବରେ ସେ ଅନ୍ୟ ମାନଙ୍କ ଜମିରେ ଚାଷକରୁଥିଲେ । ସେ ସୁଖପ୍ରୀତ କୌରଙ୍କୁ ବିବାହ କରିଥିଲେ ଓ ତାଙ୍କର ଦୁଇ କନ୍ୟା ରତ୍ନ ଥିଲେ (ସ୍ଵପ୍ନଦୀପ ଓ ପୁନମ) । ସରବଜିତଙ୍କ ମୁକ୍ତି ପାଇଁ ତାଙ୍କ ଭଉଣୀ ଦଳବୀର ସିଂ ୧୯୯୧ରୁ ୨୦୧୩ ପର୍ଯ୍ୟନ୍ତ ଲଢେଇ କରିଚାଲିଥିଲେ ।[୧୨][୧୩]
ଗିରଫ ଓ ମାମଲା ରୁଜୁ
ସରବଜିତ ଭାରତ-ପାକିସ୍ତାନ ସୀମାରେ ଏକ ଅଗୋଚର ରୂପରେ ପାକିସ୍ତାନର କସୁର ଠାରେ ରେଞ୍ଜର ମାନଙ୍କ ଦ୍ଵାରା ଧରାପଡିଥିଲେ ।[୧୩] ତାଙ୍କ ସମର୍ଥକ ମାନେ ଦାବି କରିଥିଲେ ଯେ ସରବଜିତ ନିସାସକ୍ତ ଅବସ୍ଥାରେ ଭୁଲ୍ ବଶତଃ ପାକିସ୍ତାନ ପଳାଇଥିଲେ ଓ ଯେଉଁଠି ତାଙ୍କୁ ସନ୍ଦେହରେ ମଞ୍ଜିତ ନାମରେ ନାମିତ କରାଯାଇ ଗିରଫ କରଯାଇଥିଲା ।[୧୨] ତାଙ୍କ ଯିବାର ପ୍ରାୟ ୯ ମାସ ପର୍ଯ୍ୟନ୍ତ ତାଙ୍କ ପରିବାର ତାଙ୍କୁ ପାଗଳପ୍ରାୟ ଖୋଜି ବାକୁ ଚେଷ୍ଟା କରିଥିଲେ ଓ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ ।[୧୩] ପ୍ରାୟ ୧ ବର୍ଷ ପରେ ତାଙ୍କ ଭଉଣୀ ଦଲଜିତ ସରବଜିତଙ୍କ ହାତ ଲେଖା ଚିଠି ପାଇଲେ ଓ ଜାଣିବାକୁ ପାଇଲେ ଯେ ସରବଜିତ ପାକିସ୍ତାନରେ ବୋମା ବିସ୍ଫୋରଣ ଅପରାଧରେ ଭୁଲରେ ମଞ୍ଜିତ ପରିଚୟ ନେଇ ଜେଲରେ ଅଛନ୍ତି ଓ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଅଛି ।[୧୪] .[୧୨]
ଅନ୍ୟ ଏକ ତଥ୍ୟରୁ ପ୍ରକା କି ସରବଜିତଙ୍କୁ ପ୍ରଥମେ ବେଆଇନ ଭାବରେ ଭାରତ-ପାକିସ୍ତାନ ସୀମା ଅତିକ୍ରମ ଅଭିଯୋଗରେ ଗିରଫ କରଯାଇଥିଲା । କିନ୍ତୁ ୮ ଦିନ ପରେ ପାକିସ୍ତାନ ପୋଲିସ ୧୯୯୦ରେ ଲାହୋର ଓ ଫଇସଲାବାଦରେ ହୋଇଥିବା ବୋମା ବିସ୍ଫୋରଣ ଅପରାଧରେ ଦୋଷୀ କରାଇଦେଇଥିଲା ।[୧୫] ତାଙ୍କୁ ମଞ୍ଜିତ ସିଂ ରୂପରେ ଗିରଫ କରାଯାଇଥିଲା ଓ ଫାଶୀ ଦଣ୍ଡ ଦିଆଯାଇଥିଲା । ପରେ ମଞ୍ଜିତ ସିଂକୁ ପ୍ରଥମେ କାନାଡା ଓ ପରେ ଭାରତରେ ଗିରଫ କରଯାଇଥିଲା । [୧୬] .[୧୭][୧୮]
ମୃତ୍ୟୁ ଦଣ୍ଡାଦେଶ
୧୯୯୧ରେ ସରବଜିତଙ୍କୁ ପାକିସ୍ତାନ ପାକିସ୍ତାନ ସେନା ଅଧିନିୟମ ଅନୁସାରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।[୧୪] କିନ୍ତୁ ତାଙ୍କ ମୃତ୍ୟୁ ଦଣ୍ଡାଦେଶ ପ୍ରଥମେ ଉଚ୍ଚ ନାୟାଳୟ ଓ ପରେ ସୁପ୍ରିମ କୋର୍ଟ ତରଫରୁ ସ୍ଥଗିତ ରଖାଯାଇଥିଲା । ମାର୍ଚ ୨୦୦୬ରେ ସରବଜିତଙ୍କ ଓକିଲ ଉପସ୍ଥିତି ନଥିବାରୁ ସୁପ୍ରିମ କୋର୍ଟ ସରବଜିତଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ପିଟିସନ ଖାରଜ କରିଦେଇଥିଲେ ।[୧୯] .[୨୦]
ପ୍ରଶିକ୍ଷଣ ଓ ସମସ୍ୟା
ପାକିସ୍ତାନ ମାନବ ଅଧିକାରର କର୍ମୀ ଅଂଶର ବୁରନେ ଦାବି କରିଥିଲେକି ସରବଜିତ କୌଣସି ବୋମା ବିସ୍ଫୋରଣ ଅପରାଧରେ ଜଡିତ ନାହାନ୍ତି ଓ ୩୦ ଅଗଷ୍ଟ ୧୯୯୦ରେ କସୁର ଠାରେ ତାଙ୍କୁ ବେଆଇନ ଭାବରେ ପାକିସ୍ତାନ ସୀମାରେ ପଶିଯିବା ପାଇଁ ଗିରଫ କରଯାଇଥିଲା । ସେ ଆହୁରି ମଧ୍ୟ ଦାବି କରିଥିଲେ କି ୮ ଦିନ ପରେ ପୋଲିସ ତାଙ୍କୁ ଆତଙ୍କବଦୀର ଆଖ୍ୟା ଦେଇ ବୋମା ବିସ୍ଫୋରଣ ଅପରାଧରେ ଗିରଫ କରିଥିଲା । ଆଉ ଜଣେ ବ୍ରିଟିଶ ଓକିଲ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଳନ କରିଥିଲେ ଓ ଅନେକ ଅସୁବିଧାର ସମୁଖୀନ ହୋଇଥିଲେ ।
ଦୋଷୀ ସାବ୍ୟସ୍ତ ହେବା ପରେ
୨୬ ଏପ୍ରିଲ ୨୦୦୮ରେ ମୁଖ୍ୟ ସାକ୍ଷୀ ଶୌକତ ସଲିମ[୨୧][୨୨] ସମ୍ବାଦିକଙ୍କ ସମୁଖରେ ନିଜର ବୟାନ ବଦଳାଇଥିଲା ଓ କହିଥିଲା କି ତାର ବାପା ମା ବୋମା ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିଲେ ଏବଂ ପୋଲିସର ଧମକରେ ସେ ସରବଜିତଙ୍କ ଦୋଷୀ ବୋଲି କହିଥିଲା ।[୧୫] ସରବଜିତଙ୍କ ଓକିଲ ଅବଦୁଲ ରାଣା ହାମିଦ ପ୍ରମାଣ କରିଥିଲେ କି ସଲିମ କଥାରେ କୌଣସି ସତ୍ୟତା ନଥିଲା ଓ ସେ ପୋଲିସର ଧମକରେ ସରବଜିତଙ୍କ ବିରୁଦ୍ଧରେ କହିଥିଲା ।[୧୫]
କିନ୍ତୁ ତାଙ୍କ କ୍ଷମା ଆବେଦନକୁ ପ୍ରଥମେ ଅଦାଲତରେ ଓ ପରେ ପାକିସ୍ତାନ ରାଷ୍ଟ୍ରପତିଙ୍କ ଦ୍ଵାରା ଖାରଜ କରଯାଇଥିଲା । ୨୦୦୮ରେ ସରକାର ଅନିର୍ଦିଷ୍ଟ କାଳ ପାଇଁ ସରବଜିତଙ୍କ କ୍ଷମା ଆବେଦନକୁ ପୁଣିଥରେ ଖାରଜ କରିଥିଲେ ।[୨୩]
ପାକିସ୍ତାନ ରାଷ୍ଟ୍ରପତିଙ୍କ ମୁର୍ଖାମି
୨୬ ଜୁନ ୨୦୧୨ରେ ଏମିତି ଏକ ଘଟଣା ଘଟିଥିଲା କି ତାହା ପ୍ରଥମେ ସରବଜିତଙ୍କ ପରିବାରକୁ ଓ ସମ୍ପୂର୍ଣ ଭାରତବାସୀଙ୍କୁ ଖୁସି କରେଇଦେଇଥିଲା ଓ ପରେ ଜଣା ପଡିଥିଲା ଯେ ସେମାନଙ୍କ ଖୁସି କ୍ଷଣସ୍ଥାୟୀ ଥିଲା କାରଣ ସେହିଦିନ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ନିଜେ ସରବଜିତଙ୍କ ମୁକ୍ତି ଘୋଷଣା କରିଥିଲେ ।[୨୪][୨୫] କିନ୍ତୁ ପରେ କହିଥିଲେ କି ସେ ମୁକ୍ତି ସରବଜିତଙ୍କ ନୁହେଁ ତାହା ହେଉଛି ସୁରଜୀତ ସିଂଙ୍କର । (୧୯୮୯ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଅନ୍ୟ ଏକ କଏଦୀ )[୨୬][୨୭] ସରବଜିତଙ୍କ ପରିବାର ପାଇଁ ଏହା ଏକ କୃର ହସକଥା ଛଡା ଆଉ କିଛି ନଥିଲା ।[୨୮][୨୯] ସରବଜିତ ଆଉଥରେ ୬୫ତମ ସ୍ଵାଧୀନତା ଦିବସରେ କ୍ଷମା ଆବେଦନ ଅପିଲ କରିଥିଲେ ।[୩୦]
ମୁକ୍ତିର ସଂଗ୍ରାମ
୨୩ ଅଗଷ୍ଟ ୨୦୦୫ରେ ସରବଜିତଙ୍କ କଥା ଭାରତୀୟ ପାର୍ଲିଆମେଣ୍ଟରେ ପଡିଥିଲା ଓ ସରକାର ଏହାର ବିହିତ ପଦକ୍ଷେପ ନେବେ ବୋଲି କହିଥିଲେ ଓ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ଚୁପ ବସିପଡିଥିଲେ ।[ଆଧାର ଲୋଡ଼ା] ୨୦୦୮ରେ ସରବଜିତଙ୍କ ପରିବାର ପାକିସ୍ତାନ ଗସ୍ତରେ ଯାଇ ପାକିସ୍ତାନର ପ୍ରମୁଖ ନେତା ମନ୍ତ୍ରୀ ତଥା ରାଷ୍ଟ୍ରପତି ନଵାଜ ସରିଫଙ୍କୁ ଭେଟିଥିଲେ । ସେ ସରବଜିତଙ୍କ ଦୁଃଖ ଓ କଷ୍ଟ କୁ ବୁଝିଥିଲେ ଓ ଏକ ସର୍ତରେ ଛାଡିବାକୁ ରାଜିହୋଇଥିଲେ । ତାଙ୍କ ସର୍ତ ଥିଲା କି ଭାରତ ସରକାର ଦରକାର ପଡିଲେ କିମ୍ବା କିଛି ପ୍ରମାଣ ମିଳିଲେ ପୁଣିଥରେ ସରବଜିତଙ୍କୁ ପାକିସ୍ତାନକୁ ପଠେଇବେ ।[୩୧]
କ୍ଷମା ପ୍ରାର୍ଥନା
୧୯୯୧ ପରେ ସରବଜିତଙ୍କ ଓକିଲଙ୍କ ଦ୍ଵାରା ବହୁତ ପିଟିସନ ଭରାଯାଇଥିଲା । ପଞ୍ଚମ ପିଟିସନ ୨୮ ମଇ ୨୦୧୨ରେ ପ୍ରାୟ ୧୦୦,୦୦୦ ଭାରତୀୟଙ୍କ ସ୍ଵାକ୍ଷର ସହ ଭରାଯାଇଥିଲା । କିନ୍ତୁ କୃର ପାକିସ୍ତାନ ସରକାରଙ୍କ ପାଇଁ ଏହା ଯଥେଷ୍ଟ ନଥିଲା ଓ ସମସ୍ତ ପିଟିସନକୁ ଖାରଜ କରିଦେଇଥିଲା ।
ସରବଜିତଙ୍କୁ ମୁକ୍ତି ପାଇଁ ଆନ୍ଦୋଳନ
୨୦୦୯ରେ ବ୍ରିଟିଶ ଓକିଲ ଯାସ ଉପ୍ପଳ ସରବଜିତଙ୍କ କଥାକୁ ସମସ୍ତ ଲୋକଲୋଚନ କୁ ଆଣିବାକୁ freesarabjitsingh.com[୩୨] ନାମରେ ଏକ ୱେବସାଇଟ ତିଆରି କରିଥିଲେ । ପାକିସ୍ତାନ ଓକିଲ ଅବସିସ ସେଖ ତାଙ୍କୁ ଏହି କାମରେ ସାହାଯ୍ୟ କରିଥିଲେ ଓ ସମସ୍ତ ମାନବ ଅଧିକାରୀଙ୍କୁ ସେମାନଙ୍କୁ ସାହାଯ୍ୟର ହାତ ବଢେଇଥିଲେ ।[୧୯][୧୯]
ବଲିଉଡ ଅଭିନେତା ଓ କର୍ମୀ ରାଜା ମୁରାଦ ସରବଜିତଙ୍କ ମୁକ୍ତି ପାଇଁ ଆନ୍ଦୋଲୋନରେ ଯୋଗ ଦେଇ ପ୍ରାୟ ୧୩୮,୨୨୬ ସ୍ଵାକ୍ଷର ଏକାଠି କରିଥିଲେ ।[୩୩]
ସରବଜିତଙ୍କ ମୃତ୍ୟୁ
୨୬ ଏପ୍ରିଲ ୨୦୧୩ ପ୍ରାୟ ସନ୍ଧ୍ୟା ବେଳେ ସେଣ୍ଟ୍ରାଲ ଜେଲ ଲାହୋରରେ ସରବଜିତଙ୍କୁ ଅନ୍ୟ କଏଦୀ ମାନେ ଇଟା, ଧାରୁଆ ମେଟାଲ ଖଣ୍ଡ ,ଲୁହା ଛଡ, ବ୍ଲେଡ ଦ୍ଵାରା ଆକ୍ରମଣ କରିଥିଲେ । ଗୁରୁତ୍ଵର ଅବସ୍ଥାରେ ଜିନ୍ନାହ ହସପିଟାଲରେ ତାଙ୍କୁ ଭର୍ତି କରଯାଇଥିଲା । ତାଙ୍କ ମୁଣ୍ଡରେ ଗୁରୁତ୍ଵର ଆଘାତ ଲାଗିଥିଲା ଓ ପିଠି ହାଡ ଭାଙ୍ଗି ଯାଇଥିଲା ଏପରିକି ସେ କୋମାକୁ ଚାଲିଯାଇଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।[୩୪] ତାଙ୍କ ଆକ୍ରମଙ୍କୁ ବିଭିନ୍ନ ସୂତ୍ରରୁ ବିଭିନ୍ନ ପ୍ରକାରରେ ଦେଖାଯାଇଥିଲା । କିଏ କହିଲା ୬ ଜଣ ସମ୍ପୃକ୍ତ ଥିଲେ ତ କିଏ କହିଲା ୨ ଜଣ ।[୧୬] ଅନ୍ୟ ଏକ ସୂତ୍ରରୁ ପ୍ରକାଶ ପାଇଲା କି ତାଙ୍କୁ ତାଙ୍କ ଜେଲ କୋଠରି ମଧ୍ୟରେ ଆକ୍ରମଣ କରଯାଇଥିଲା । ଆଉ କିଏ କହିଥିଲେ ଯେ ମଧ୍ୟାନ୍ନ ଭୋଜନ ପାଇଁ ତାଙ୍କୁ ଅଧଘଣ୍ଟା ପାଇଁ ବାହାରକୁ ଅଣାଯାଇଥିଲା ଆଉ ସେତିକି ମଧ୍ୟରେ ତାଙ୍କୁ ଆକ୍ରମଣ କରଯାଇଥିଲା ।[୧୬] ତାଙ୍କ ଭଉଣୀ କହିବା ମୁତାବକ ତାଙ୍କ ଭାଇଙ୍କ ମୃତ୍ୟୁ ପଛରେ ପାକିସ୍ତାନ ପୋଲିସର ହାତ ଅଛି । ହସପିଟାଲକୁ ତାଙ୍କ ଭଉଣୀ,ପତ୍ନୀ, ଓ ଦୁଇ ଝିଅଙ୍କୁ ଦେଖିବାକୁ ଛଡ଼ାଯାଇଥିଲା ।[୩୫][୩୬][୩୭][୩୮]
ସରବଜିତଙ୍କୁ ଅଫଜଲ ଗୁରୁର ମୃତ୍ୟୁ ପରେ ଧମକା ଯାଇଥିଲା । ୨୦୦୧ରେ ଭାରତୀୟ ପାର୍ଲିଆମେଣ୍ଟରେ ଆକ୍ରମଣ[୩୯] ପାଇଁ ଗୁରୁକୁ ଫେବୃଆରି ୨୦୧୩ରେ ଭାରତରେ ଫାଶୀ ଦିଆଯାଇଥିଲା । କିଛି ସୂତ୍ରରୁ ପ୍ରକାଶ ପାଇଥିଲା କି ଗୁରୁର ମୃତ୍ୟୁ ପାଇଁ ସରବଜିତଙ୍କ ଉପରେ ଆକ୍ରମଣ ହୋଇଥିଲା ।[୪୦][୪୧] ଭାରତର ପୂର୍ବତନ ଅସମକ୍ଷ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂହ ଏହି ଆକ୍ରମଣକୁ ଅତ୍ୟନ୍ତ ଦୁଃଖର ବିଷୟ କହିବା ସହ ନିନ୍ଦା କରିଥିଲେ ।[୪୨][୪୩] ୨୯ ଏପ୍ରିଲ ୨୦୧୩ରେ ମାନବିକତା ଦୃଷ୍ଟିରୁ ସରବଜିତଙ୍କୁ ଛାଡିବା କିମ୍ବା ଭାରତରେ ଚିକିସ୍ଚା ପାଇଁ ଛାଡିବା ପାଇଁ ଅନୁରୋଧ କରଯାଇଥିଲା । କିନ୍ତୁ ପାଷାଣ ପ୍ରାୟ ପାକିସ୍ତାନ ସରକାର ଏଥିରେ ମଧ୍ୟ ରାଜି ହୋଇ ନଥିଲା ।[୪୪][୪୫] ଆହୁରି ମଧ୍ୟ ପାକିସ୍ତାନ ସୁପ୍ରିମ କୋର୍ଟ ସରବଜିତଙ୍କ ଚିକିସ୍ଛା ଆମେରିକାରେ ହବାକୁ ଦେଇନଥିଲା ।[୪୬]
ମଇ ୧ ୨୦୧୩ ଜିନ୍ନାହ ହସ୍ପିଟାଲରେ ଡାକ୍ତର ମାନେ ତାଙ୍କ ବ୍ରେନ ଡେଡ ହେଇଯିବା ଫଳରେ ମୃତ୍ୟୁ ଘୋଷଣା କରିଥିଲେ । କିନ୍ତୁ ପାକିସ୍ତାନ କର୍ତ୍ତୁପକ୍ଷ କୌଣସି ମନ୍ତବ୍ୟ ଦେଇନଥିଲେ ।ପରିବାର ର ସମସ୍ତେ ଭାରତ ଫେରିଆସିଥିଲେ । ତାଙ୍କ ଭଉଣୀ ଦଳଜିତଙ୍କ କହିବା ଅନୁସାରେ ଯେଉଁ ଡାକ୍ତର ମାନେ ତାଙ୍କ ଭାଇର ଚିକିସ୍ଛା କରୁଥିଲେ ସେମାନେ ସଚ୍ଚୋଟ ନଥିଲେ ଓ ସେମାନଙ୍କ ବାମହାତର ବୁଢା ଆଙ୍ଗୁଠିରେ କାଳିର ଚିହ୍ନ ଦେଖିଥିଲେ।[୪୭][୪୮]
ମଇ ୨ ୨୦୧୩ ରାତି ୧୨ଟା ୪୫ରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା ।[୨][୪୯] ସେହିଦିନ ସନ୍ଧ୍ୟାରେ ଏକ ସ୍ଵତନ୍ତ୍ର ବିମାନ ଯୋଗେ ତାଙ୍କୁ ଭାରତ ଅଣାଯାଇଥିଲା । ଭାରତୀୟ ଡାକ୍ତର ମାନେ କହିଥିଲେ କି ସରବଜିତଙ୍କ ଦେହରୁ ଗୁରୁତ୍ବପୂର୍ଣ ଅଙ୍ଗ ଗାୟବ ଥିଲା ।[୧୪] ତାଙ୍କ ଖପୁରି ୨ ଫାଳ ହୋଇଯାଇଥିଲା ।[୫୦]
ଆହୁରି ଦେଖନ୍ତୁ
- Ravindra Kaushik, RAW spy imprisoned in Pakistan
- Kashmir Singh, Indian spy imprisoned in Pakistan
ଆଧାର
- ↑ ୧.୦ ୧.୧ "Obituary: Sarabjit Singh". BBC News. 2 ମଇ 2013. Retrieved 5 ମଇ 2013.
- ↑ ୨.୦ ୨.୧ "Sarabjit Singh dead". Mumbaivoice.com. 2 ମଇ 2013. Retrieved 2 ମଇ 2013.
- ↑ "For Pakistan, Sarabjit was always Manjit". 3 May 2013, 18:57:07. indiatvnews.com. Retrieved 3 ମଇ 2013.
- ↑ News Desk Pakistan (2 May 2013 Last updated at). "Sarabjit Singh: Indian 'spy' dies after Pakistan attack". BBC Pakistan Department. Retrieved 2 May 2013.
Pakistan says his real name was Manjit Singh..BBC Quoted
{{cite news}}
: Check date values in:|date=
(help) - ↑ Web Edition (29 June 2012 – Updated 1148 PKT). "Sarabjit Singh is a terrorist: Surjeet". The News International 2012. Retrieved 2 May 2013.
According to the testament of his fellow spy operatives, Surjeet Singh, confirming that Sarabjit Singh is a terrorist and terrorists are neither released by India nor Pakistan....
{{cite news}}
: Check date values in:|date=
(help) - ↑ staff (2 ମଇ 2013). "Sarabjit Singh, how a terrorist becomes a hero". Voice of Journalist. Retrieved 2 ମଇ 2013.
- ↑ staff. "Last rites for India's 'spy' Sarabjit Singh who never came home". web news. Retrieved 2 ମଇ 2013.
- ↑ Priya Gupta (4 ଜୁନ 2015). "Aishwarya Rai Bachchan to play the role of Dalbir Kaur in Omung Kumar's 'Sarbjit' biopic". The Times of India.
- ↑ "Aishwarya Rai Bachchan to play Sarabjit Singh's sister in biopic". mid-day. 5 ଜୁନ 2015.
- ↑ "Randeep Hooda to play Aishwarya Rai Bachchan's brother in Sarabjit biopic". The Indian Express. 24 ଜୁନ 2015.
- ↑ "Sarabjit's family meets Krishna". The Times of India. 28 ଜୁନ 2012. Retrieved 28 ଜୁନ 2012.
- ↑ ୧୨.୦ ୧୨.୧ ୧୨.୨ "Sister visits condemned Indian Sarabjit in Lahore jail". BBC News. 16 ଜୁନ 2011. Retrieved 26 ଜୁନ 2012.
- ↑ ୧୩.୦ ୧୩.୧ ୧୩.୨ Jolly, Asit (2 ମଇ 2013). "Dalbir Kaur, whose fight for her brother Sarabjit Singh, ended with tears". India Today. Retrieved 2 ମଇ 2013.
- ↑ ୧୪.୦ ୧୪.୧ ୧୪.୨ "Sarabjit Singh's body reaches Amritsar, protests held across India". CNN-IBN. 2 ମଇ 2013. Retrieved 2 ମଇ 2013.
- ↑ ୧୫.୦ ୧୫.୧ ୧୫.୨ "Sarabjit case: Key witness retracts statement". CNN IBN. 27 ଅପ୍ରେଲ 2008. Retrieved 26 ଜୁନ 2012.
- ↑ ୧୬.୦ ୧୬.୧ ୧୬.୨ "EXCLUSIVE: Sarabjit's letter exposes Pakistan and its lies". Dainik Bhaskar. 2 ମଇ 2013. Retrieved 2 ମଇ 2013.
- ↑ "Rattu arrest boosts hopes for Sarabjit's release". The Hindu. 17 ଡିସେମ୍ବର 2010. Retrieved 2 ମଇ 2013.
- ↑ "New twist in Sarabjit Singh case with arrest of 'fraudster'". India Today. 17 ଡିସେମ୍ବର 2010. Retrieved 2 ମଇ 2013.
- ↑ ୧୯.୦ ୧୯.୧ ୧୯.୨ "UK lawyer takes up case of condemned Indian". BBC News. 26 ଡିସେମ୍ବର 2009. Retrieved 26 ଜୁନ 2012.
- ↑ "Sarabjit files fresh plea, seeks mercy on Pak I-day". 13 ଜୁଲାଇ 2012. Retrieved 13 ଜୁଲାଇ 2012.
- ↑ ୟୁ-ଟବ୍ରେ Re: Shaukat Salim – a key witness in the trial of Sarabjit Singh
- ↑ ୟୁ-ଟବ୍ରେ Sarabjit Singh – proof of his innocence
- ↑ Agencies, various others (2 ମଇ 2013). "Sarabjit dies at Lahore's Jinnah hospital". Dawn News Channel. Retrieved 2 ମଇ 2013.
- ↑ "Sarabjit Singh gets Pakistan President Zardari's pardon, to walk free". 26 ଜୁନ 2012.
- ↑ PTI (26 ଜୁନ 2012). "Sarabjit Singh gets Pakistan President Zardari's pardon, to walk free". The Times of India. Retrieved 4 ମଇ 2013.
- ↑ "Sarabjit's sentence commuted, may return home soon". The Hindu. 26 ଜୁନ 2012. Retrieved 26 ଜୁନ 2012.
- ↑ Dasgupta, Sabyasachi (8 ସେପ୍ଟେମ୍ବର 2012). "Sarabjit Singh's case will be considered, says Pakistan President Asif Ali Zardari". New Delhi Television Limited. Retrieved 4 ମଇ 2013.
- ↑ "India in new Sarabjit Singh death row release call". BBC News. 27 ଜୁନ 2012. Retrieved 27 ଜୁନ 2012.
- ↑ "It is a deliberate and cruel joke: Sarabjit Singh's wife". The Times of India. 27 ଜୁନ 2012. Retrieved 27 ଜୁନ 2012.
- ↑ "Sarabjit files fresh appeal for mercy to Zardari". 13 ଜୁଲାଇ 2012.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;BBC_hanging_deferred
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Free Sarabjit Singh online campaign". Retrieved 30 ଜୁନ 2012.
- ↑ "Raza Murad to intensify his 'Free Sarabjit' campaign". The Times of India. 3 ଜୁଲାଇ 2012. Retrieved 5 ଜୁଲାଇ 2012.
- ↑ "slamabad deeply assessing Sarabjit's fate". The Nation. 30 ଅପ୍ରେଲ 2013. Retrieved 5 ମଇ 2013.
- ↑ "Indian spy Sarabjit's family arrive in Pakistan". The Nation. 28 ଅପ୍ରେଲ 2013. Retrieved 28 ଅପ୍ରେଲ 2013.
- ↑ "Sarabjit critical after attack in jail". The Nation. 27 ଅପ୍ରେଲ 2013. Retrieved 28 ଅପ୍ରେଲ 2013.
- ↑ "Family of Indian spy Sarabjit Singh visit him in hospital". BBC News. 29 ଅପ୍ରେଲ 2013. Retrieved 29 ଅପ୍ରେଲ 2013.
- ↑ "Sarabjit Singh attacked: Pakistan grants second consular access after initial refusal". NDTV. 28 ଅପ୍ରେଲ 2013. Retrieved 28 ଅପ୍ରେଲ 2013.
- ↑ "Indian spy Sarabjit Singh fights for his life after Pakistan prison attack". The Australian. 28 ଅପ୍ରେଲ 2013. Retrieved 28 ଅପ୍ରେଲ 2013.
- ↑ "India wants Sarabjit home, Pak turns down appeal". Hindustan Times. 30 ଅପ୍ରେଲ 2013. Retrieved 1 ମଇ 2013.
- ↑ "On life support: No need to shift Sarabjit abroad, says hospital chief". The Express Tribune. 30 ଅପ୍ରେଲ 2013. Retrieved 1 ମଇ 2013.
- ↑ "PM Manmohan Singh terms attack on Sarabjit Singh as very sad". The Indian Express. Retrieved 28 ଅପ୍ରେଲ 2013.
- ↑ "Manmohan terms attack on Sarabjit very sad". The Hindu. 27 ଅପ୍ରେଲ 2013. Retrieved 28 ଅପ୍ରେଲ 2013.
- ↑ "Sarabjit Singh attacked: Release him on humanitarian ground, Government appeals to Pakistan". NDTV. 29 ଅପ୍ରେଲ 2013. Retrieved 29 ଅପ୍ରେଲ 2013.
- ↑ "India formally asks Pakistan to release Sarabjit Singh". The Times of India. 29 ଅପ୍ରେଲ 2013. Retrieved 29 ଅପ୍ରେଲ 2013.
- ↑ "Petition filed to send Sarabjit to UK for better treatment". Zee News. 29 ଅପ୍ରେଲ 2013. Retrieved 29 ଅପ୍ରେଲ 2013.
- ↑ Singh, Perneet (30 ଅପ୍ରେଲ 2013). "Upset, Sarabjit's family to return home today". The Tribune. Retrieved 2 ମଇ 2013.
- ↑ Rana Yudhvir, Farooque Omar (1 ମଇ 2013). "Sarabjit Singh is brain dead, Pak doctors say". The Times of India. Retrieved 1 ମଇ 2013.
- ↑ Joshua, Anita (12 ମଇ 2013). "Sarabjit Singh dead". The Hindu. Retrieved 2 ମଇ 2013.
- ↑ "Sarabjit's skull was broken into two pieces". Hindustan Times. 4 ମଇ 2013. Retrieved 5 ମଇ 2013.